ଚାଟ୍‌ ଜିପିଟି

ଡ. ନରେନ୍ଦ୍ର ସେଠୀ

ବିଜ୍ଞାନର ଅଭୂତପୂର୍ବ ଅଗ୍ରଗତି ବଳରେ ଗାଣିତିକ ଆଲଗୋରିଦିମ୍‌ ଦ୍ୱାରା ଜଣେ ମଣିଷର ଆଚାର, ବ୍ୟବହାର, ରୁଚି ପ୍ରଭୃତିକୁ ଅଧ୍ୟୟନ କରି ସେ କ’ଣ ଚାହେଁ ବା ଇଚ୍ଛା କରୁଥିବାର ଏକ ରଫ୍‌ ଆକଳନ କରାଯାଇପାରେ। ଏହାକୁ କୃତ୍ରିମ ବୁଦ୍ଧିମତ୍ତା କୁହାଯାଉଛି। ଯଦି ଆପଣ କମ୍ପ୍ୟୁଟରରେ ଇଣ୍ଟରନେଟ ସର୍ଫ କରୁଛନ୍ତି ତାହେଲେ ଆପଣ ଇଚ୍ଛା ପ୍ରକାଶ କରୁଥିବା ଜିନିଷ ପ୍ରଭୃତିର ବିଜ୍ଞାପନ ଆପେ ଆପେ ସ୍କ୍ରିନ୍‌ ଖାଲି ଜାଗାରେ ବାହାରିଥାଏ। ଅର୍ଥ କୃତ୍ରିମ ବୁଦ୍ଧିମତ୍ତା କବଳରେ ଆମର ଦୈନନ୍ଦିନ ଜୀବନ ବାନ୍ଧି ହେବାକୁ ଲାଗିଛି। ଆମ ଅଜାଣତରେ ଆମର ବ୍ୟବହାର ଓ ଆଚରଣ ଏବେ ଦିନକୁଦିନ କୃତ୍ରିମ ବୁଦ୍ଧିମତ୍ତା ଦ୍ୱାରା ପରିଚାଳିତ। ଖାଲି ସେତିକି ନୁହେଁ କମ୍ପ୍ୟୁଟର ଇଣ୍ଟରନେଟରେ ଆମେ ସବୁଦିନ କ’ଣ ଲେଖି ଖୋଜୁଛେ ତାହାମଧ୍ୟ ଏହି କୃତ୍ରିମ ବୁଦ୍ଧିମତ୍ତା ମନେରଖେ ଓ ଗୋଟିଏ ଶବ୍ଦ ଲେଖୁ ଲେଖୁ ଆପେ ଆପେ ପରବର୍ତ୍ତୀ ଶବ୍ଦଗୁଡ଼ିକ ଲେଖିହୋଇ ଆସେ। ଯେଉଁ ଗୀତ ଶୁଣିବାକୁ ଆମକୁ ଭଲ ଲାଗେ ସେଇ ଗୀତର ସମାହାର ଆପେ ଆପେ ବାହାରି ଆସି ସଙ୍ଗୀତ ୱେବ୍‌ସାଇଟ ସ୍କ୍ରିନ୍‌ରେ ଶ୍ରୋତାକୁ ଉସୁକାଏ। ଏପରିକି କିଛି ଅନ୍‌ଲାଇନ ସାଇଟ ଗାଣିତିକ ଆଲୋଗୋରିଦିମ ବ୍ୟବହାର କରନ୍ତି, ଯାହା ବ୍ୟବହାରକାରୀର କଥାକୁ ଶୁଣି ବିଶ୍ଳେଷଣ କରିପାରେ। ଫେସ୍‌ବୁକ ବ୍ୟବହାରକାରୀର ଫଟୋ ଚିହ୍ନିପାରି ବ୍ୟକ୍ତିକୈନ୍ଦ୍ରିକ ବିଷୟ ଯୋଗାଇ ଦେଇଥାଏ। ଗୁଗଲରେ କିଛି ବିଷୟ ଖୋଜିବା ବେଳେ ଆମେ ପଚାରି କରି ମଧ୍ୟ ଖୋଜିପାରୁ। ୟୁଟ୍ୟୁବରେ ଆମେ ଯେପରି ଭିଡିଓ ଦେଖିବାକୁ ପସନ୍ଦ କରୁ, ହୋମ୍‌ପେଜରେ ସେହିପରି ପ୍ରସ୍ତାବିତ ଭିଡିଓ ସବୁ ଆପେ ଆପେ ଆସିଯାଏ। ତେବେ ଭବିଷ୍ୟତରେ ଏହି କୃତ୍ରିମ ବୁଦ୍ଧିମତ୍ତା ଉଗ୍ରରୂପ ନେବାକୁ ଯାଉଛି।
ଯଦି ବିଜ୍ଞାନରେ ଟିକେ ବି ରୁଚି ରଖିଥିବେ ତାହେଲେ ଏହା ଭିତରେ ଆପଣ ଚାଟ ଜିପିଟି ଶବ୍ଦ ସହ ପରିଚିତ ହୋଇ ସାରିବେଣି I ବର୍ତ୍ତମାନ ବିଜ୍ଞାନ ଜଗତରେ ଚାଟ ଜିପିଟି ନାମକ ଏକ ଯୁଗାନ୍ତକାରୀ ଜ୍ଞାନକୌଶଳ ଆବିର୍ଭାବ ହୋଇ ସମଗ୍ର ସୂଚନାତନ୍ତ୍ରକୁ ପରିବର୍ତ୍ତନ କରିବାକୁ ଯାଉଛି। ଏହି ବୈପ୍ଳବିକ ଚାଟ ଜିପିଟିର ପଦାର୍ପଣ ଗୁଗଲ, ମାଇକ୍ରୋସଫ୍ଟ ଭଳି କମ୍ପାନୀଗୁଡ଼ିକର ଅସ୍ତିତ୍ୱ ଓ ଏକଚ୍ଛତ୍ରବାଦ ପ୍ରତି ପ୍ରଶ୍ନବାଚୀ ଛିଡ଼ା କରିଛି। ଚାଟ ଜିପିଟି କୃତ୍ରିମ ବୁଦ୍ଧିମତ୍ତାର ଏକ ଅନନ୍ୟ ଉଦାହରଣ, ଯାହା ଏକ ଗାଣିତିକ ମଡେଲ ସାହାଯ୍ୟରେ ବ୍ୟବହାରକାରୀର ସବୁ ଜଟିଳ ପ୍ରଶ୍ନ ଓ ଅସୁବିଧାର ସହଜ ସମାଧାନ ଓ ଉତ୍ତର ନିମିଷକେ ପ୍ରଦାନ କରିପାରେ I ଏହାର ନାଁ ଜେନେରେଟିଭ ପ୍ରି-ଟ୍ରେଣ୍ଡ ଟ୍ରାନ୍ସଫର୍ମରରୁ ଆସିଅଛି, ଯାହା ଇଙ୍ଗିତ କରେ ଯେ ଏହା ମଣିଷର ଭାଷାକୁ ବୁଝିପାରେ ଓ ତା’ର ଉତ୍ତର ଠିକ୍‌ ସେହି ରୂପରେ ପୂର୍ବଲିଖିତ ପ୍ରୋଗ୍ରାମରୁ ବାହାର କରି ପ୍ରଦାନ କରିଥାଏ। ଭବିଷ୍ୟତରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ କରି କିପରି ମଣିଷ ଜୀବନର ପ୍ରତିଟି ମୁହୂର୍ତ୍ତକୁ ଆନ୍ଦୋଳିତ କରିବାକୁ ଯାଉଛି ତାହା ଏଥିରୁ ଅନୁମାନ ଲଗାଯାଇପାରେ। ତେବେ ଚାଟ ଜିପିଟି ଏକ କମ୍ପ୍ୟୁଟର ସଫ୍ଟୱେର, ଯାହାକୁ ଓପନ ଏଆଇ ନାମକ ଏକ ଆମେରିକୀୟ କୃତ୍ରିମ ବୁଦ୍ଧିମତ୍ତା ପ୍ରୟୋଗଶାଳା ଦ୍ୱାରା ନିର୍ମାଣ କରାଯାଇଛି। ବର୍ତ୍ତମାନ ଏହା କମ୍ପ୍ୟୁଟରରେ ଉପଲବ୍ଧ ଓ ଖୁବ୍‌ ଶୀଘ୍ର ଏହାର ଆଣ୍ଡ୍ରଏଡ଼ ସଂସ୍କରଣ ମଧ୍ୟ ଆସିଯିବ।
ଯେ କୌଣସି ୱେବ୍‌ ବ୍ରାଉଜରରେ ଆପଣ ଏହି ଚାଟ ଜିପିଟି ଖୋଲି ନିଜର ଏକ ଆକାଉଣ୍ଟ ତିଆରି କରିପାରିବେ ଓ ଚାଟ ବକ୍ସକୁ ଯାଇ କୌଣସି ବିଷୟରେ ପ୍ରଶ୍ନ ପଚାରିପାରିବେ। ଏହି କୃତ୍ରିମ ବୁଦ୍ଧିମତ୍ତାସମ୍ପନ୍ନ ଚାଟ ଜିପିଟି ଆପଣଙ୍କ ସବୁ ପ୍ରଶ୍ନର ସରଳ ଉତ୍ତର ବିଶେଷ ବିବରଣୀ ସହିତ ଜଣେ ଘନିଷ୍ଠ ବନ୍ଧୁ ପରି ପ୍ରଦାନ କରିବ। ଧରନ୍ତୁ ଆପଣ ଜାଣିବାକୁ ଚାହାନ୍ତି ‘କ୍ଷୁଦ୍ର ଗପ କିପରି ଲେଖାଯାଏ?’ଏହା ବଦଳରେ ଆପଣ ଏକ ସବିଶେଷ ଉତ୍ତର ଲିଖିତ ଆକାରରେ ଏବଂ ଶୁଣି କରି ମଧ୍ୟ ଅଢ଼େଇଶରୁ ଅଧିକ ଶବ୍ଦରେ ପାଇଯିବେ I
ସେମିତି ଯଦି କୌଣସି ରୋଗ, ଚିକିତ୍ସା କିମ୍ବା ଅନ୍ୟ କିଛି ବିଷୟରେ ପଚରାଯାଏ ଏହା ସେହିପରି ସବିଶେଷ ଠିକ୍‌ ଉତ୍ତର ଆପଣଙ୍କୁ ତୁରନ୍ତ ପ୍ରଦାନ କରିବ। ତେଣୁ ଚାଟ ଜିପିଟି ନିକଟ ଭବିଷ୍ୟତରେ ଶିକ୍ଷା, ସ୍ବାସ୍ଥ୍ୟ, ଡିଜିଟାଲ ସେବା ଓ ବିଜ୍ଞାପନ ଇତ୍ୟାଦିରେ ବୈପ୍ଳବିକ ପରିବର୍ତ୍ତନ ଆଣିବ।
ପୂର୍ବରୁ ଆମେ ଆଣ୍ଡ୍ରଏଡ଼ ଫୋନରେ ଗୁଗଲ ସିରି କିମ୍ବା ଆମାଜନ ଆଲେକ୍ସା ସାହାଯ୍ୟରେ ଅଳ୍ପ ବହୁତେ ଏପରି ପ୍ରଶ୍ନ ଉତ୍ତର ଦେଉଥିବା କୃତ୍ରିମ ବୁଦ୍ଧିମତ୍ତା ସହିତ ପରିଚିତ ଥିଲେ ମଧ୍ୟ ଏହି ଚାଟ ଜିପିଟି ଏହାର ବର୍ଦ୍ଧିତ ସଂସ୍କରଣ କହିଲେ ଭୁଲ ହେବ ନାହିଁ।
ଏହି ଯୁଗାନ୍ତକାରୀ ତଥ୍ୟ ପ୍ରଦାନକାରୀ କୃତ୍ରିମ ବୁଦ୍ଧିମତ୍ତାର କିଛି ଅନ୍ଧକାର ଦିଗ ଅଛି। ଏହାର ଦୁର୍ବ୍ୟବହାର କିପରି ରୋକାଯାଇପାରିବ ସେ ବିଷୟରେ ମଧ୍ୟ ଧ୍ୟାନ ଦିଆଯିବା ଦରକାର। ଯେପରିକି ଯୁବଗୋଷ୍ଠୀମାନେ ଏହି ମାଧ୍ୟମରେ ଅସାମାଜିକ ତଥ୍ୟ ସଂଗ୍ରହ ନ କରନ୍ତୁ। ତେବେ ଏହି ଚାଟ ଜିିପିଟିକୁ ଚଲେଇବା ପାଇଁ ଓପନ ଏଆଇ କମ୍ପାନୀକୁ ଦିନକୁ ଏକ ଲକ୍ଷ ଡଲାର ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି। ତେଣୁ ସେବା ଜାରି ରଖିବା ପାଇଁ କମ୍ପାନୀକୁ ଅର୍ଥ ଯୋଗାଡ଼ କରିବାକୁ ପଡିବ। ବର୍ତ୍ତମାନର ସହଜ ମଡେଲ ଯଦିଓ ମାଗଣାରେ ଉପଲବ୍ଧ ନିକଟରେ କମ୍ପାନୀ ଚାଟ ଜିପିଟି ପ୍ଲସ୍‌ ଆଣିବାର ଯୋଜନାରେ ଅଛି ଓ ଏଥିପାଇଁ ଗ୍ରାହକଙ୍କୁ ମାସକୁ ପ୍ରାୟ ପାଞ୍ଚ ଶହ ଟଙ୍କା ଦେବାକୁ ପଡ଼ିପାରେ। ତେବେ ଆସିବାକୁ ଥିବା ଏହି ଚାଟ ଜିପିଟି ପ୍ଲସ ପାଇଁ ଲକ୍ଷାଧିକ ଲୋକ ବିଶ୍ୱ ସାରା ଲାଇନ ଲଗେଇ ସାରିଲେଣି। ତେଣୁ ଆପଣ ଯଦି ଏହି ଜ୍ଞାନକୌଶଳର ଲାଭ ଉଠେଇବାକୁ ଇଚ୍ଛୁକ ତାହାଲେ ତୁରନ୍ତ ଲାଇନରେ ଲାଗିଯାଆନ୍ତୁ I
ମୋ: ୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri