ଚାକିରି ପାଇଁ ରୋଗକୁ ଖାତିର ନାହିଁ

ବାଲେଶ୍ୱର ଅଫିସ, ୧।୪: କରୋନା ଭୂତାଣୁ ସଂକ୍ରମଣ ମୁକାବିଲା କରିବା ଲାଗି ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ବାରମ୍ବାର ଗଣମାଧ୍ୟମରେ ସୂଚନା ଦିଆଯାଉଛି। ସାମାଜିକ ଦୂରତ୍ୱ ହିଁ ସଂକ୍ରମଣଠାରୁ ଦୂରେଇ ରହିବାର ଉପଯୁକ୍ତ ମାଧ୍ୟମ ବୋଲି କୁହାଯାଉଛି। ଏହାସତ୍ତ୍ୱେ ବି ଲୋକଙ୍କ ମଧ୍ୟରେ ଚେତା ପଶୁନାହିଁ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ବାଲେଶ୍ୱର ଜିଲା ସ୍କୁଲ ପରିସରରେ।
ରାଜ୍ୟ ସରକାର ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ସାମୟିକ ଭାବେ ନିଯୁକ୍ତି ଦେବା ଲାଗି ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେବା ପରେ ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ଓ ହସ୍‌ପିଟାଲ କର୍ତ୍ତୃପକ୍ଷ ୨୭ ତାରିଖରେ ୨୪ ଷ୍ଟାଫନର୍ସ, ୧୨ ଫାର୍ମାସିଷ୍ଟ, ୧୪ ଲ୍ୟାବ୍‌ ଟେକ୍ନୋସିଆନ, ୮ ରେଡ଼ିଓଗ୍ରାଫର, ୧୧୬ ଏଏନ୍‌ଏମ୍‌ ଏବଂ ୧୪୦ ପୁରୁଷ ସ୍ବାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗତ ୩୦ ତାରିଖରୁ ଜିଲା ସ୍କୁଲ ପରିସରରେ ସାକ୍ଷାତକାର ଚାଲୁ ରହିଛି। ବୁଧବାର ପୂର୍ବାହ୍ନ ୯ଟା ବେଳେ ହଠାତ୍‌ ଜିଲା ସ୍କୁଲ ପରିସରରେ ଗହଳି ଆରମ୍ଭ ହୋଇଯାଇଥିଲା। ୧୧୬ ସ୍ବାସ୍ଥ୍ୟକର୍ମୀ ପଦବୀ ପାଇଁ ୧ହଜାରରୁ ଊର୍ଦ୍ଧ୍ୱ ପ୍ରାର୍ଥୀ ସେମାନଙ୍କର ସେମାନଙ୍କର ଯୋଗ୍ୟତା ପ୍ରମାଣପତ୍ର ଧରି ଅଭିଭାବକଙ୍କ ସହିତ ପହଞ୍ଚିଥିଲେ। ସେମାନେ ଖୁନ୍ଦାଖୁନ୍ଦି ହୋଇ ଧାଡିରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। କେବଳ ଚାକିରି ଖଣ୍ଡକ ପାଇଁ ସେମାନେ ଦୂରତ୍ୱକୁ ମଧ୍ୟ ଧ୍ୟାନ ଦେଇ ନ ଥିଲେ। ସାମାଜିକ ଦୂରତାକୁ ବଜାୟ ରଖିବାକୁ ସିକ୍ୟୁରିଟି ବାରମ୍ବାର କହିବା ପରେ ମଧ୍ୟ ସେମାନେ କୌଣସି ପ୍ରତିକ୍ରିୟା ନ ଦେଇ ଭିଡ଼ା ଭିଡ଼ି ହୋଇ ଧାଡ଼ିରେ ଛିଡ଼ା ହୋଇଥିଲେ। ସେଠାରେ ଗଣମାଧ୍ୟମ ପ୍ରତିନିଧି ପହଞ୍ଚତ୍ବା ପରେ ଘଟଣାସ୍ଥଳରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପହଞ୍ଚିଥିଲେ। ପ୍ରାର୍ଥୀମାନଙ୍କୁ ଜିଲା ସ୍କୁଲରେ ଥିବା କ୍ଲାସରୁମ୍‌ରେ ବସିବା ପାଇଁ କହିଥିଲେ। ପରେ ପୋଲିସ ପ୍ରଶାସନ ପକ୍ଷରୁ ଡିଏସ୍‌ପି ଉମେଶ ପଣ୍ଡା ଏକ ଟିମ୍‌ ସହ ପହଞ୍ଚି ସେମାନଙ୍କ ଅଭିଭାବକମାନଙ୍କୁ ମଧ୍ୟ ରୁମ୍‌ ଭିତରେ ସାମାଜିକ ଦୂରତା ରଖି ବସିବାକୁ ଅନୁରୋଧ କରିଥିଲେ। ଏତେ ସଂଖ୍ୟାରେ ପ୍ରାର୍ଥୀମାନଙ୍କୁ ସାକ୍ଷାତ୍‌କାରକୁ ଡକାଇ ଚିକିତ୍ସା ବିଭାଗ ତରଫରୁ ଠିକ୍‌ ବ୍ୟବସ୍ଥା ମଧ୍ୟ କରାଯାଇ ନ ଥିବାର ଦେଖାଯାଇଥିଲା। ସାମାଜିକ ଦୂରତା ବଜାୟ ରଖିବା ପାଇଁ ଚିହ୍ନ ଦେବା, ସାର୍ଟିଫିକେଟ୍‌ ଯାଞ୍ଚ କରିବା ପାଇଁ ଅଧିକ କାଉଣ୍ଟର ଖୋଲାଯାଇ ନ ଥିବାରୁ ଅଧିକ ଗହଳି ହୋଇଥିଲା। ପରେ ଏସବୁ ବ୍ୟବସ୍ଥା କରାଯାଇଥିଲା। କରୋନା ଭୂତାଣୁ ସଂକ୍ରମଣର ଭୟ ଏବଂ ପ୍ରବଳ ରୌଦ୍ରତାପକୁ ଖାତିର ନ କରି ଏଏନ୍‌ଏମ୍‌ ପାସ୍‌ କରିଥିବା ଛାତ୍ରୀମାନେ ପ୍ରାୟ ୨ଟା ସମୟରେ ନିଜର ସାର୍ଟିଫିକେଟ୍‌ ଯାଞ୍ଚ କରି ଘରକୁ ଫେରିଥିଲେ।
ଅନ୍ୟପକ୍ଷରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟ କହନ୍ତି, ଦୁଇଦିନ ଇଣ୍ଟରଭ୍ୟୁରେ କୌଣସି ତ୍ରୁଟି ନ ଥିଲା। ଆଜି ଅଧିକ ପ୍ରାର୍ଥୀ ଆସିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସଙ୍ଗେ ସଙ୍ଗେ ସାର୍ଟିଫିକେଟ୍‌ ଯାଞ୍ଚ ପାଇଁ ଅଧିକ କାଉଣ୍ଟର ଖୋଲାଯିବା ସହ ପ୍ରାର୍ଥୀମାନଙ୍କୁ ବସାଇବା ପାଇଁ ଅଧିକ କ୍ଲାସରୁମ୍‌ର ବ୍ୟବସ୍ଥା କରାଯାଇଥିଲା। ପରେ ପୋଲିସ ଏବଂ କର୍ମୀମାନଙ୍କ ଦ୍ୱାରା ସାମାଜିକ ଦୂରତା ରକ୍ଷା କରାଯିବା ପାଇଁ ଚେଷ୍ଟା କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ସତ ହେଲା ମାହିଙ୍କ ଭବିଷ୍ୟବାଣୀ! ସ୍ପେନ-ଆର୍ଜେଣ୍ଟିନା ଫାଇନାଲ ପୂର୍ବରୁ ହଇଚଇ ସୃଷ୍ଟି କଲା ଧୋନୀଙ୍କ ୧୦ ବର୍ଷ ତଳର ପୋଷ୍ଟ

ନୂଆଦିଲ୍ଲୀ,୧୭।୭: ଫିଫା ବିଶ୍ୱକପ ୨୦୨୬ର ଆଭିମୁଖ୍ୟ ସ୍ପଷ୍ଟ ହୋଇସାରିଛି। ଚଳିତ ସଂସ୍କରଣର ମେଗା ଫାଇନାଲ ମ୍ୟାଚରେ ଦୁଇ ଶକ୍ତିଶାଳୀ ଦଳ ସ୍ପେନ ଏବଂ ଆର୍ଜେଣ୍ଟିନା ମୁହାଁମୁହିଁ ହେବାକୁ…

ଉଲଗ୍ନ ହୋଇ ରାସ୍ତାରେ ଦୌଡ଼ିଲେ ଯୁବକ: ଭିଡିଓ ଭାଇରାଲ ପରେ ଅଞ୍ଚଳରେ ଚାଞ୍ଚଲ୍ୟ

ନାଗୌର,୧୭।୭: ରାଜସ୍ଥାନର ନାଗୌର ଜିଲାରେ ଜଣେ ଯୁବକ ଉଲଗ୍ନ ଅବସ୍ଥାରେ ରାସ୍ତାରେ ଦୌଡ଼ୁଥିବାର ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଏହି ଘଟଣାକୁ…

ବଣ ବିଲୁଆ ଆତଙ୍କ: ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛି

ନୂଆପଡ଼ା,୧୭ା୭ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ୍‌ ବେଲଟୁକୁରି ଥାନା ଅନ୍ତର୍ଗତ ଭାଲେଶ୍ୱର ପଞ୍ଚାୟତ ଅଞ୍ଚଳରେ ବଣ ବିଲୁଆ ଆତଙ୍କ ଦେଖାଦେଇଛି। ସପ୍ତାହକ ମଧ୍ୟରେ ବିଲୁଆ କାମୁଡ଼ାରେ ୪ଜଣ…

ବିଗୁଡୁଛି ସ୍ବାସ୍ଥ୍ୟବସ୍ଥା, ହେଲେ ଜିଦ୍‌ରେ ଅଟଳ ସୋନମ; ଡାକ୍ତର ଦେଲେ ଏଭଳି ଚେତାବନୀ

ନୂଆଦିଲ୍ଲୀ,୧୭।୭: ବିଶିଷ୍ଟ ପରିବେଶବିତ୍‌ ତଥା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଦିଲ୍ଲୀର ଯନ୍ତର-ମନ୍ତରଠାରେ ତାଙ୍କର ଆମରଣ ଅନଶନ ଆଜି ୨୦…

କେସିଙ୍ଗାରେ ଶାନ୍ତିଶୃଙ୍ଖଳା ସହ ରଥଯାତ୍ରା ସମ୍ପନ୍ନ: ସହାୟତା କଲେ ବିଧାୟକ

କେସିଙ୍ଗା,୧୭।୭(ତୁମେଶ୍ୱର ସାହୁ): ତୁହାକୁ ତୁହା ବର୍ଷା ସତ୍ତ୍ୱେ କେସିଙ୍ଗା ବ୍ଳକର ୨୬ଟି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ଶାନ୍ତି ଶୃଙ୍ଖଳା…

ବର୍ଷା ଜଳରେ ବୁଡିଲା କେଶପୁର, ଘରୁ ବାହାରି ପାରୁନାହାନ୍ତି ଲୋକେ

କଟକ ସଦର,୧୭।୭(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ଅନ୍ତର୍ଗତ ଆୟତ୍ତପୁର ପଞ୍ଚାୟତ କେଶପୁର ଗହିରରେ ବର୍ଷା ଜଳ ଜମି ରହିଛି । ଫଳରେ ନଦୀର ଭ୍ରମ…

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ପରିବାରରେ ଶୋକାକୁଳ ପରିବେଶ

ନୂଆପଡ଼ା,୧୭ା୭ (ମକାରୁ ବେମାଲ): ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତଦେହ ଗାଁରେ ପହଞ୍ଚିଛି। ଏପରି ଏକ କରୁଣ ଚିତ୍ର ନୂଆପଡ଼ା ଜିଲା କୋମନା ଥାନା କୁରେଶ୍ୱର ପଞ୍ଚାୟତ…

ନକଲି ସୁନା ବନ୍ଧକ ଦେଇ ନେଉଥିଲେ ଋଣ, ସତ ଜଣାପଡିବା ପରେ ହେଲା…

ଦେବଗଡ,୧୭।୭(ଶଶାଙ୍କ ଶେଖର ଝାଙ୍କର): ନକଲି ସୁନା ଅଳଙ୍କାର ବନ୍ଧକ ଦେଇ ଋଣ ଟଙ୍କା ହାତେଇବା ଅଭିଯୋଗରେ ଦେବଗଡ ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri