ଚାକିରି କରାଇଦେବା ନଁାରେ ଟଙ୍କା ଆଦାୟ ଅଭିଯୋଗ: ୨ ଯୁବକ ଗିରଫ

ତିହିଡ଼ି, ୨୬।୫ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅନ୍ତର୍ଗତ କେତେକ ଅଞ୍ଚଳର ଯୁବତୀ ଏବଂ ମହିଳାଙ୍କୁ ପଞ୍ଚାୟତସ୍ତରରେ ଚାକିରି କରାଇଦେବା ନଁାରେ ଟଙ୍କା ଆଦାୟ କରାଯାଉଛି। ଏ ସମ୍ପର୍କରେ ଶନିବାର ତିହିଡ଼ି ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା(ନଂ.୨୩୦/୧୯) ରୁଜୁ କରି ରବିବାର ୨ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକଦ୍ୱୟ ହେଲେ ସିମୁଳିଆ ଥାନା ଅଲିହା ଗ୍ରାମର ଅନାଦି ବେହେରା ଏବଂ ସୋର ଥାନା ଅଧୀନ କୁରୁଡ଼ା ଗ୍ରାମର ଗୌରବ ନାୟକ। ସେମାନେ ଗୋଳାପୋଖରୀ ଛକ ନିକଟରେ ଏକ ଘରେ ନିର୍ଦ୍ଦିଷ୍ଟ ଏକ ସଂସ୍ଥା ନଁାରେ ଚାକିରି କରାଇ ଦେବାକୁ କହି ଟଙ୍କା ଆଦାୟ କରୁଥିଲେ। ଏ ସମ୍ପର୍କରେ ବଜରଙ୍ଗ ଦଳର କେତେକ କର୍ମକର୍ତ୍ତା ଜାଣିବା ପରେ ଶନିବାର ସେଠାକୁ ଯାଇଥିଲେ। ଅନାଦି ଓ ଗୌରବ କେତେକ ଯୁବତୀ ଏବଂ ମହିଳାଙ୍କୁ ବସାଇ ପଞ୍ଚାୟତସ୍ତରରେ ଚାକିରି କରାଇ ଦେବା ନଁାରେ ସେମାନଙ୍କଠାରୁ ୧୦୫୦ ଟଙ୍କା ଲେଖାଏ ଆଦାୟ କରୁଥିବା ସେମାନେ ଜାଣିବାକୁ ପାଇଥିଲେ। ବଜରଙ୍ଗ ଦଳର କର୍ମକର୍ତ୍ତା ଏ ସମ୍ପର୍କରେ ପଚାରିବାରୁ ସେମାନେ ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ସେହି କର୍ମକର୍ତ୍ତା ତିହିଡ଼ି ପୋଲିସକୁ ଏ ବିଷୟରେ ଜଣାଇଥିଲେ। ପୋଲିସ ଅନାଦି ଓ ଗୌରବଙ୍କୁ ଥାନାକୁ ନେଇ ପଚରାଉଚୁରା କରିଥିଲା। ବଜରଙ୍ଗ ଦଳର ଜୟପ୍ରକାଶ ପତିଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫକିର ମୋହନ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ, ପରୀକ୍ଷା ବିଳମ୍ବକୁ ନେଇ…

ବାଲେଶ୍ୱର,୧୦।୭( ବାଞ୍ଛାନିଧି ଦେ): ବାଲେଶ୍ଵର ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଗୁରୁବାର ବିଳମ୍ବିତ ରାତିରେ ଉତ୍ତେଜନା ଦେଖାଦେଇଛି । ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ଶତାଧିକ ନର୍ସିଂ…

ମିଳୁନି ୧୫ ମତ୍ସଜୀବୀଙ୍କ ପତ୍ତା, ବାଲେଶ୍ବରରୁ ରହିଛନ୍ତି ୩ ଭାଇ

ଭୋଗରାଇ,୯।୭(ପ୍ରଦୀପ ଦାସ): ଲଘୁଚାପ କାରଣରୁ ସମୁଦ୍ର ଅଶାନ୍ତ ରହିଛି । ଏଭକି ସ୍ଥିତିରେ ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ମା କାଳୀ ନାମକ…

ଜଗାଦର୍ଶନ ସାରି ଫେରୁଥିବାବେଳେ ଅଘଟଣ: କଣ୍ଟେନର ପଛପଟୁ ଧକ୍କା ଦେଲା ମିନିବସ୍‌

ବାଲେଶ୍ୱର/ବସ୍ତା, ୮।୭( ହରିଶଙ୍କର ପାଢ଼ୀ/ବାଞ୍ଛାନିଧି ଦେ) : ବସ୍ତା ଥାନା ଅର୍ନ୍ତଗତ ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ ନିକଟ କୁଣ୍ଡପୂର ଛକ ନିକଟରେ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri