ଚାଇନା ଲାବ୍‌ରେ କରୋନା ଔଷଧ

ବେଜିଂ,୨୧ା୫: ଚାଇନାର ଏକ ଲାବରେଟୋରିରେ ଏଭଳି ଔଷଧ ବିକଶିତ କରାଯାଇଛି, ଯାହା ମହାମାରୀ କରୋନା ଭାଇରସ୍‌କୁ ରୋକିପାରିବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି। ସେମାନେ କହିଛନ୍ତି ଯେ, ଟିକା ବିନା କରୋନା ଚିକିତ୍ସା ସମ୍ଭବ ହୋଇପାରିବ। ଗତବର୍ଷ ଶେଷଭାଗରେ ଚାଇନାରୁ ସାରା ବିଶ୍ୱକୁ ବ୍ୟାପିଚାଲିଛି ଏହି ଘାତକ ଭୂତାଣୁ। ଅଦ୍ୟାବଧି ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ହୋଇଥିବାବେଳେ ପ୍ରାୟ ୩ ଲକ୍ଷ ୩୦ ହଜାର ଜୀବନ ଗଲାଣି। ସାରା ବିଶ୍ୱର ଗବେଷକମାନେ ଏହାର ଉପଯୁକ୍ତ ଚିକିତ୍ସା ଓ ଟିକା ଖୋଜିବାରେ ଲାଗିଛନ୍ତି। ଚାଇନାର ପ୍ରତିଷ୍ଠିତ ପେକିଂ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନଙ୍କ ଦ୍ୱାରା ଟ୍ରାଏଲ କରାଯାଉଥିବା ଏହି ଔଷଧ ଦ୍ୱାରା ସଂକ୍ରମିତ ଲୋକଙ୍କ ଆରୋଗ୍ୟ ହେବା ସମୟ ହ୍ରାସ ହେବା ସହିତ ଭୂତାଣୁଠାରୁ ସ୍ବଳ୍ପକାଳୀନ ରୋଗ ପ୍ରତିରୋଧକ ଶକ୍ତି ମିଳିପାରିବ।
ବେଜିଂ ଆଡଭାନ୍ସଡ ଇନୋଭେଶନ୍‌ ସେଣ୍ଟର ଫର୍‌ ଜେନୋମିକ୍ସ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ସନ୍ନି ସି ନ୍ୟୁଜ୍‌ ଏଜେନ୍ସି ‘ଏଏଫ୍‌ପି’କୁ କହିଛନ୍ତି ଯେ, ପ୍ରାଣୀଙ୍କ ଦେହରେ ପରୀକ୍ଷା ପର୍ଯ୍ୟାୟରେ ଏହି ଔଷଧର ପ୍ରୟୋଗ ସଫଳ ହୋଇଛି। ସି କହିଛନ୍ତି ଯେ, ଯେତେବେଳେ ଆମେ ସଂକ୍ରମିତ ମୂଷାମାନଙ୍କୁ ‘ନ୍ୟୁଟ୍ରାଲାଇଜିଂ (ନିଷ୍କ୍ରିୟକାରୀ) ଆଣ୍ଟିବଡି’ ଇଞ୍ଜେକ୍ସନ ଦେଲୁ, ପାଞ୍ଚ ଦିନ ପରେ ସଂକ୍ରମଣ ଚାପ ୨୫୦୦ ଫ୍ୟାକ୍ଟର ହ୍ରାସ ପାଇଥିଲା।’ ଏହାର ଅର୍ଥ ହେଉଛି ଏହି ସମ୍ଭାବ୍ୟ ଔଷଧର ଚିକିତ୍ସା ପ୍ରଭାବ ରହିଛି ବୋଲି ସେ କହିଛନ୍ତି। ଏହି ଔଷଧ ‘ନ୍ୟୁଟ୍ରାଲାଇଜିଂ ଆଣ୍ଟିବଡି’ ବ୍ୟବହାର କରେ, ଯାହା କୋଷଗୁଡ଼ିକୁ ସଂକ୍ରମିତ କରୁଥିବା ଭୂତାଣୁକୁ ରୋକିବା ପାଇଁ ମାନବ ରୋଗ ପ୍ରତିରୋଧକ ପ୍ରଣାଳୀ ଦ୍ୱାରା ଉତ୍ପନ୍ନ ହୋଇଥାଏ। ସି ନେତୃତ୍ୱ ନେଉଥିବା ଟିମ୍‌ ଆରୋଗ୍ୟଲାଭ କରିଥିବା ୬୦ ରୋଗୀଙ୍କ ରକ୍ତରୁ ତାହାକୁ ପୃଥକ୍‌ କରିଥିଲେ। ଉକ୍ତ ଟିମ୍‌ର ଗବେଷଣା ଆଧ୍ୟାରିତ ଏକ ଅଧ୍ୟୟନ ସାଇଣ୍ଟିଫିକ୍‌ ଜର୍ନାଲ ‘ସେଲ୍‌’ରେ ରବିବାର ପ୍ରକାଶ ପାଇଛି। ସେଥିରେ କୁହାଯାଇଛି ଯେ, ଆଣ୍ଟିବଡି ବ୍ୟବହାର କରିବା ଦ୍ୱାରା ଏହି ରୋଗ ପାଇଁ ସମ୍ଭାବ୍ୟ ଉପଶମ ମିଳିଥାଏ ଏବଂ ଆରୋଗ୍ୟଲାଭ ହେବା ଅବଧି କମିଯାଏ। ଆଣ୍ଟିବଡି ଖୋଜିବାରେ ତାଙ୍କ ଟିମ୍‌ ଦିନରାତି କାର୍ଯ୍ୟ କରିଥିଲା ବୋଲି ସିି କହିଛନ୍ତି। ଇମ୍ୟୁନୋଲୋଜି(ରୋଗ ପ୍ରତିରୋଧକ ବିଜ୍ଞାନ) କିମ୍ବା ଭାଇରୋଲୋଜି (ଭୂତାଣୁ ବିଜ୍ଞାନ) ଅପେକ୍ଷା ଏକକ କୋଷ (ସିଙ୍ଗଲ ସେଲ୍‌) ଜେନୋମିକ୍ସ ହେଉଛି ଆମର ପାରଦର୍ଶିତା। ଏକକ ସେଲ୍‌ ଜେନୋମିକ୍‌ ପ୍ରଭାବଶାଳୀ ଭାବେ ‘ନ୍ୟୁଟ୍ରାଲାଇଜିଂ ଆଣ୍ଟିବଡି’କୁ ଖୋଜି ପାଇପାରିବ ବୋଲି ହୃଦୟଙ୍ଗମ କରିବା ପରେ ଆମେ ଆନନ୍ଦିତ ହୋଇଥିଲୁ। ଏହି ଔଷଧ ଚଳିତ ବର୍ଷ ଶେଷ ସୁଦ୍ଧା ବ୍ୟବହାର ପାଇଁ ପ୍ରସ୍ତୁତ ହୋଇଯିବା ଉଚିତ, ଯଦ୍ଦ୍ବାରା ଥଣ୍ଡା ପାଗରେ କୌଣସି ଭାଇରସ୍‌ର ସମ୍ଭାବ୍ୟ ପ୍ରକୋପକୁ ସାମ୍ନା କରିହେବ ବୋଲିି ସି କହିଛନ୍ତି। ଔଷଧର କ୍ଲିନିକାଲ ପରୀକ୍ଷା ପାଇଁ ଯୋଜନା ଚାଲିଛି। ଚାଇନାରେ କରୋନା ମାମଲା ହ୍ରାସ ପାଇଥିବାରୁ ଅଷ୍ଟ୍ରେଲିଆ କିମ୍ବା ଅନ୍ୟ ଦେଶରେ ଏହି ପରୀକ୍ଷା କରାଯିବ। ସେ କହିଛନ୍ତି ଯେ, ଆଶା କରୁଛି ଏହି ନ୍ୟୁଟ୍ରାଲାଇଜିଂ ଆଣ୍ଟିବଡି ଏକ ବିଶେଷ ଔଷଧ ହୋଇପାରେ, ଯାହା ମହାମାରୀକୁ ରୋକିପାରିବ।
ଜଣେ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ମାନବ ପରୀକ୍ଷଣ ପର୍ଯ୍ୟାୟରେ ଚାଇନାର ପାଞ୍ଚଟି ସମ୍ଭାବ୍ୟ କରୋନା ଟିକା ଅଛି। କିନ୍ତୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସ୍ପଷ୍ଟ କୁହାଯାଇଛି ଯେ, ଗୋଟିଏ ଟିକା ବିକାଶତ କରିବା ପାଇଁ ୧୨ ରୁ ୧୮ ମାସ ସମୟ ଲାଗିପାରେ। ଅନ୍ୟପକ୍ଷରେ ବୈଜ୍ଞାନିକମାନେ ପ୍ଲାଜ୍‌ମାର ସମ୍ଭାବ୍ୟ ଉପକାରିତାକୁ ଇଙ୍ଗିତ କରିଛନ୍ତି। କାରଣ ଆରୋଗ୍ୟ ବ୍ୟକ୍ତିଙ୍କ ପ୍ଲାଜ୍‌ମାରୁ ଯେଉଁ ଆଣ୍ଟିବଡି ବିକଶିତ ହେଉଛି ତାହା ଭୂତାଣୁ ଆକ୍ରମଣରୁ ରକ୍ଷା କରେ। ଚାଇନାରେ ୭୦୦ରୁ ଊର୍ଦ୍ଧ୍ୱ ରୋଗୀ ପ୍ଲାଜ୍‌ମା ଥେରାପି ପାଇଛନ୍ତି, ଯାହାର ବହୁତ ଭଲ ଚିକିତ୍ସା ପ୍ରଭାବ ରହିଥିବା କୁହାଯାଉଛି। ହେଲେ ପ୍ଲାଜ୍‌ମା ଯୋଗାଣ ସୀମିତ ବୋଲି ସି କହିଛନ୍ତି। ଏହାସହ ତାଙ୍କ ଟିମ୍‌ ଦ୍ୱାରା ବିକଶିତ ଔଷଧରେ ୧୪ଟି ନ୍ୟୁଟ୍ରାଲାଇଜିଂ ଆଣ୍ଟିବଡି ବ୍ୟବହାର ହୋଇଛି ଏବଂ ଶୀଘ୍ର ବହୁ ପରିମାଣର ଉତ୍ପାଦନ ହୋଇପାରିବ ବୋଲି ସେ କହିଛନ୍ତି। ଔଷଧ ଚିକିତ୍ସାରେ ଆଣ୍ଟିବଡି ବ୍ୟବହାର ନୂଆ ନୁହେଁ ଏବଂ ଏହା ଅନ୍ୟାନ୍ୟ ଭୂତାଣୁ ଯଥା ଏଚ୍‌ଆଇଭି, ଇବୋଲା ଏବଂ ମିଡିଲ୍‌ ଇଷ୍ଟ ରେସ୍ପିରାଟୋରି ସିଣ୍ଡ୍ରୋମ (ଏମ୍‌ଇଆରଏସ୍‌)ର ଚିକିତ୍ସାରେ ସଫଳ ହୋଇଛି। ଚାଇନାରେ କରୋନାର ପ୍ରକୋପ ପ୍ରାରମ୍ଭରେ ଏବଂ ଅନ୍ୟ ଦେଶଗୁଡ଼ିକୁ ବ୍ୟାପିବା ପୂର୍ବରୁ ଗବେଷକମାନେ ଏହି ଔଷଧ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଥିଲେ ବୋଲି ସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏତିକି ଦିନ ପାଇଁ ଅସ୍ତ୍ରବିରତି ଘୋଷଣା: ୨ ନେତାଙ୍କୁ ଧନ୍ୟବାଦ ଦେଲା ଇରାନ, କହିଲା ଏମାନଙ୍କ ପାଇଁ…

ଓ୍ବାଶିଂଟନ୍‌,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ସପ୍ତାହ ପାଇଁ…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri