କାର୍ବନ ନିର୍ଗମନ ୧୭% କମିଛି

ନୂଆଦିଲ୍ଲୀ,୨୧ା୫(ପି.ଟି.): କରୋନା ମହାମାରୀର ମୁକାବିଲା ଲାଗି ବିଭିନ୍ନ ଦେଶ ଲକ୍‌ଡାଉନରେ ରହିଥିବାରୁ ଏହାର ସୁଫଳ ପରିବେଶ ଉପରେ ପଡ଼ିଛି। ଏହା ପ୍ରଭାବରେ ଏପ୍ରିଲରେ ବିଶ୍ୱ ସ୍ତରରେ କାର୍ବନ ନିର୍ଗମନ ୧୭ ପ୍ରତିଶତ ହ୍ରାସ ପାଇଛି। ଏହି ମାସରେ ଭାରତରେ କାର୍ବନ ନିର୍ଗମନ ୨୬ ପ୍ରତିଶତ ହ୍ରାସ ପାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି। ବ୍ରିଟେନର ନ୍ୟାଶନାଲ କ୍ଲାଇମେଟ ଚେଞ୍ଜ୍‌ ପତ୍ରିକାରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଜାନୁୟାରୀରୁ ଏପ୍ରିଲ ମଧ୍ୟରେ ସାରା ବିଶ୍ୱରେ କାର୍ବନ ନିର୍ଗମନ ଗତବର୍ଷ ଏହି ସମୟ ତୁଳନାରେ ଯଥେଷ୍ଟ ହ୍ରାସ ପାଇଥିବାବେଳେ ବର୍ଷ ଶେଷ ବେଳକୁ ଏହା ୪.୪ରୁ ୮ ପ୍ରତିଶତ ହ୍ରାସ ପାଇପାରେ ବୋଲି ଆକଳନ କରାଯାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ସର୍ବାଧିକ ବାର୍ଷିକ କାର୍ବନ ନିର୍ଗମନ ହ୍ରାସ ବୋଲି ଗବେଷକମାନେ ମତ ଦେଇଛନ୍ତି। ଅନ୍ୟ ଦେଶଗୁଡ଼ିକ ମଧ୍ୟରେ ଆମେରିକାରେ ଗତ ମାସରେ କାର୍ବନ ନିର୍ଗମନ ୩୧.୬ ପ୍ରତିଶତ ହ୍ରାସ ପାଇଥିବାବେଳେ ବ୍ରିଟେନରେ ୩୦.୭ ଏବଂ ଚାଇନାରେ ୨୩.୯ ପ୍ରତିଶତ ହ୍ରାସ ପାଇଥିବା ଅଧ୍ୟୟନରୁ ଜଣାପଡିଛି।
କୋଭିଡ୍‌-୧୯ ଜନିତ ଲକ୍‌ଡାଉନବେଳେ ଏପ୍ରିଲ ୭ରେ ବିଶ୍ୱସ୍ତରରେ ଦୈନିକ ନିର୍ଗମନ ୧୭ ପ୍ରତିଶତ ବା ୧୭ ନିୟୁତ ଟନ୍‌ ଅଙ୍ଗାରକାମ୍ଳ ହ୍ରାସ ପାଇଥିଲା। ଏହି ହ୍ରାସ ପାଇବାର ସବୁଠୁ ବଡ଼ କାରଣ ହେଲା ପରିବହନ ସେବା ବନ୍ଦ। ସଡ଼କ ପରିବହନ ହ୍ରାସ ଯୋଗୁ ୪୩ ପ୍ରତିଶତ ଅଙ୍ଗାରକାମ୍ଳ କମିଥିବାବେଳେ ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ ଯୋଗୁ ୧୯ ପ୍ରତିଶତ, ଶିଳ୍ପ ପାଇଁ ୨୫ ଓ ବିମାନ ଚଳାଚଳ ବନ୍ଦ ପାଇଁ ୧୦ ପ୍ରତିଶତ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇଛି। ଫଳରେ ବର୍ଷ ଶେଷ ବେଳକୁ ବିଶ୍ୱରେ ନିର୍ଗମନ ପରିମାଣ ୪ରୁ ୭ ପ୍ରତିଶତ ହ୍ରାସ ପାଇବା ଆକଳନ କରାଯାଇଛି। ତେବେ ଗୋଟିଏ ବର୍ଷ ନିର୍ଗମନ କମିଗଲେ ଜଳବାୟୁ ପରିବର୍ତ୍ତନରେ ବିଶେଷ କିଛି ପ୍ରଭାବ ପଡ଼ିବ ନାହିଁ। କାରଣ ଦୀର୍ଘ ବର୍ଷ ଧରି ଯେତିକି କାର୍ବନ ନିର୍ଗମନ ହୋଇଛି, ତାହା ତୁଳନାରେ ଏହା ଯଥେଷ୍ଟ କମ୍‌। ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ଦେଶର ସରକାର ଆଣୁଥିବା ଆର୍ଥତ୍କ ପ୍ୟାକେଜ୍‌ ଭବିଷ୍ୟତରେ କାର୍ବନ ନିର୍ଗମନ ଯେପରି ନ ବଢ଼ାଏ, ସେଥିପ୍ରତି ସତର୍କ ରହିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ୬୦୦ରୁ ଅଧିକ ଓକିଲ: ଏହି କଥାକୁ ନେଇ ଚିନ୍ତାପ୍ରକଟ

ନୂଆଦିଲ୍ଲୀ,୨୮।୩: ଦେଶର ୬୦୦ରୁ ଅଧିକ ଓକିଲ ଭାରତର ପ୍ରଧାନ ବିଚାରପତି ଡିଏ ଚନ୍ଦ୍ରଚୁଡଙ୍କୁ ଚିଠି ଲେଖିଛନ୍ତି। କୁହାଯାଇଛି ଯେ ଏକ ‘ନିର୍ଦ୍ଦିଷ୍ଟ ଗୋଷ୍ଠୀ’ ନ୍ୟାୟପାଳିକା ଉପରେ...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

‘ନିର୍ବାଚନ ଲଢ଼ିବାକୁ ଟଙ୍କା ନାହିଁ’ ବୟାନକୁ ନେଇ ଚର୍ଚ୍ଚାରେ ଥିବା ଅର୍ଥମନ୍ତ୍ରୀ ସୀତାରମଣଙ୍କ ସମ୍ପତ୍ତି କେତେ? ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୩: ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରି ଦେଇଛନ୍ତି। ଭାରତୀୟ ଜନତା ପାର୍ଟି (ବିଜେପି) ଚାହୁଁଥିଲା ଯେ ସେ...

କୋର୍ଟରେ ଆଜି ବଡ଼ ଖୁଲାସା କରିବେ କେଜ୍‌ରିଓ୍ବାଲ!

ନୂଆଦିଲ୍ଲୀ,୨୮।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନିକଟରେ ମଦ ଦୁର୍ନୀତି ମାମଲାରେ କିଛି ପ୍ରମାଣ ରହିଛି। ଏହା ସମ୍ପୂର୍ଣ୍ଣ ପ୍ରସଙ୍ଗ ଉପରୁ ପରଦା ଉଠାଇପାରେ ବୋଲି...

ନିର୍ବାଚନ ପୂର୍ବରୁ କଂଗ୍ରେସର ‘ହାତ’ ଛାଡିଲେ ଭାରତର ସବୁଠୁ ଧନୀ ମହିଳା

ନୂଆଦିଲ୍ଲୀ,୨୮।୩: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରତିଦିନ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗୁଛି। ବର୍ତ୍ତମାନ ଭାରତର ସବୁଠାରୁ ଧନୀ ମହିଳା ତଥା ଦେଶର...

ଟିକେଟ୍‌ ନ ମିଳିବାରୁ ଆତ୍ମହତ୍ୟା ଉଦ୍ୟମ କରିଥିବା ଏମ୍‌ପିଙ୍କ ପରଲୋକ

ଚେନ୍ନାଇ,୨୮।୩: ତାମିଲନାଡୁର ଏରୋଡରୁ ବର୍ତ୍ତମାନର MDMK ଏମ୍‌ପି ଏ. ଗଣେଶମୂର୍ତ୍ତି (୭୬) ଗୁରୁବାର ସକାଳେ ଆଖିବୁଜିଛନ୍ତି। ଲୋକ ସଭା ନିର୍ବାଚନରେ ଟିକେଟ ନ ପାଇ ସେ...

ନିର୍ବାଚନ ପୂର୍ବରୁ ସରକାରଙ୍କ ଉପହାର: ମନରେଗା ଶ୍ରମିକଙ୍କ ମଜୁରୀ ବଢିଲା

ନୂଆଦିଲ୍ଲୀ,୨୮।୩: ‘ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ସ୍କିମ’ (ମନରେଗା) ଅଧୀନରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ କେନ୍ଦ୍ର ସରକାର ଏକ ବଡ ଉପହାର ଦେଇଛନ୍ତି।...

ବ୍ୟାଙ୍କ ଆପେ କାଟିନେଉଛନ୍ତି ଟଙ୍କା

ଡେରାଡୁନ୍‌,୨୮ା୩: ବିହାର ଶରଣ ଜିଲାର ଇଞ୍ଜିନିୟରିଂ ଗ୍ରାଜୁଏଟ୍‌ କୁନ୍ଦନ କୁମାର ବର୍ଷେରୁ ଅଧିକ ସମୟ ଧରି ଏକ ବୀମା ପଲିସି ବନ୍ଦ କରିବାକୁ ଉଦ୍ୟମ ଚଳାଇଛନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri