Categories: ଖେଳ

ଚାଇନା ଓପନ: ରାଙ୍କିରେଡ୍ଡୀ-ଚିରାଗଙ୍କ ବିଦାୟ

ଚାଙ୍ଗ୍‌ଝୋ(ଚାଇନା),୧୯।୯: ଭାରତୀୟ ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ସିଧାସଳଖ ପରାଜୟ ସହ ଏଠାରେ ଚାଲିଥିବା ଚାଇନା ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରୁ ଅଭିଯାନ ଶେଷ କରିଛନ୍ତି। ରାଙ୍କିରେଡ୍ଡୀ ଓ ଚିରାଗଙ୍କ ଯୋଡ଼ିକୁ ଜାପାନର ତାକାହାଶି ମାକୁରା ଓ କେଇଗୋ ସେନୋଡା ୧୯-୨୧, ୮-୨୧ ଗେମ୍‌ରେ ହରାଇ ଦେଇଛନ୍ତି। ବିଶ୍ୱର ୧୫ତମ ର଼୍ୟାଙ୍କ ଭାରତୀୟ ଯୋଡ଼ି ମ୍ୟାଚ୍‌ରେ ମାତ୍ର ୩୩ ମିନିଟ୍‌ ପର୍ଯ୍ୟନ୍ତ ତିଷ୍ଠି ପାରିଥିଲେ। ରାଙ୍କିରେଡ୍ଡୀ-ଚିରାଗ ସମାନ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଏହା କ୍ରମାଗତ ଦ୍ୱିତୀୟ ପରାଜୟ। ଗତ ଜୁଲାଇରେ ବିଶ୍ୱର ୪ର୍ଥ ର଼୍ୟାଙ୍କ କାମୁରା ଓ ସେନୋଡା ଭାରତୀୟ ଯୋଡ଼ିକୁ ହରାଇଥିଲେ। ଅନ୍ୟପକ୍ଷରେ ମିକ୍ସଡ୍‌ ଡବଲ୍ସ ବର୍ଗରେ ସାତ୍ତ୍ୱିକ ଓ ଅଶ୍ୱିନୀ ପୋନାପ୍ପାଙ୍କ ଯୋଡ଼ି ୭ମ ର଼୍ୟାଙ୍କ ଇଣ୍ଡୋନେସିଆର ପ୍ରବୀଣ ଜୋର୍ଡାନ ଓ ମେଲାଟି ଦେବା ଓକ୍‌ତାଭିଆଣ୍ଟିଙ୍କୁ ହରାଇ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଭାରତୀୟ ଯୋଡ଼ି ଦ୍ୱିତୀୟ ରାଉଣ୍ଡରେ ଜାପାନର ୟୁକି କାନେକୋ ଓ ମିସାକି ମାତ୍‌ସୁତୋମୋଙ୍କୁ ଭେଟିବେ।

Share