Posted inTrending, ଖେଳ

ଚାଇନାରେ ପଦାର୍ପଣ କଲା କ୍ରିକେଟ୍‌: WCC ଲିଗ୍‌ର ଶୁଭାରମ୍ଭ, ଆସନ୍ତା ବର୍ଷ…

ବେଜିଂ,୧୩।୧୧:ଚାଇନାରେ କ୍ରିକେଟର ପ୍ରସାର ଓ ଲୋକପ୍ରିୟତା ବଢ଼ାଇବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଉଛି। ୱାଲର୍‌ଡ ଚାମ୍ପିୟନସିପ ଅଫ କ୍ରିକେଟ (WCC) ଓ ଡୋଙ୍ଗ୍ୟୁହୁଇ ସ୍ପୋର୍ଟସ (Dongyuehui Sports) ମିଳିତ ଭାବେ ଚାଇନାରେ ପ୍ରଥମ ଥର ପାଇଁ ୮ଟି ଦଳକୁ ନେଇ ଫ୍ରାଞ୍ଚାଇଜ ଭିତ୍ତିକ ଲିଜେଣ୍ଡ୍ସ ଟି-୨୦ ଲିଗ ଆୟୋଜନ କରିବାକୁ ଯୋଜନା କରୁଛନ୍ତି। ଏହାର ପ୍ରଥମ ସଂସ୍କରଣ ୨୦୨୭ ମେ’ ମାସରେ ଆୟୋଜିତ ହେବାର ଯୋଜନା ରହିଛି। ଏଥିରେ ଅନ୍ତର୍ଜାତୀୟ କ୍ରିକେଟ୍‌ର ବହୁ ପୂର୍ବତନ ପ୍ରସିଦ୍ଧ ଖେଳାଳି ଭାଗ ନେବେ।

ଚାଇନା କ୍ରିକେଟ୍‌ର ବିକାଶ ପାଇଁ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନେ କରାଯାଉଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ନୂଆ ବଜାର ଓ ସମ୍ଭାବନା ଖୋଜୁଥିବାବେଳେ ଏହି ଲିଗ୍‌ର ଗୁରୁତ୍ୱ ବଢ଼ିଛି। ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ କ୍ରିକେଟ୍‌ର ପ୍ରତ୍ୟାବର୍ତ୍ତନ ମଧ୍ୟ ଏହି ଖେଳର ବିଶ୍ୱବ୍ୟାପୀ ପ୍ରସାର ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି। ଏହି ଯୋଜନାର ମୂଳଦୁଆ ୨୦୨୬ ଅକ୍ଟୋବରରେ WCC ଓ ଡୋଙ୍ଗ୍ୟୁହୁଇ ସ୍ପୋର୍ଟସ ମଧ୍ୟରେ ହୋଇଥିବା ବୁଝାମଣାପତ୍ର (MoU) ଜରିଆରେ ପଡ଼ିଥିଲା। ଡୋଙ୍ଗ୍ୟୁହୁଇ ସ୍ପୋର୍ଟସ ଚାଇନାର ଜିଆଙ୍ଗସୁ ପ୍ରଦେଶ ଅନ୍ତର୍ଗତ ତାଇଚାଙ୍ଗର ଶାକ୍ସି ଟାଉନ କ୍ରିକେଟ ସେଣ୍ଟର ପରିଚାଳନା କରୁଛି।

ଏହି ଚୁକ୍ତିରେ WCCର ଅଧ୍ୟକ୍ଷ ପ୍ରବୀଣ ଶର୍ମା ଓ ଡୋଙ୍ଗ୍ୟୁହୁଇ ସ୍ପୋର୍ଟସର ଅଧ୍ୟକ୍ଷ ୟୋଙ୍ଗହୁଇ ଟୋଙ୍ଗ ସ୍ବାକ୍ଷର କରିଥିଲେ। ଏହି ପଦକ୍ଷେପ କେବଳ ଏକ ଅନ୍ତର୍ଜାତୀୟ କ୍ରିକେଟ ପ୍ରତିଯୋଗିତା ଆୟୋଜନରେ ସୀମିତ ନୁହେଁ; ବରଂ ନୂଆ ଦର୍ଶକ ଓ ବଜାର ପର୍ଯ୍ୟନ୍ତ କ୍ରିକେଟକୁ ପହଞ୍ଚାଇବା ଏହାର ମୁଖ୍ୟ ଲକ୍ଷ୍ୟ।
WCC ଅଧ୍ୟକ୍ଷ ପ୍ରବୀଣ ଶର୍ମା କହିଛନ୍ତି ଯେ କ୍ରିକେଟ ବିଭିନ୍ନ ସଂସ୍କୃତି ଓ ସୀମା ଅତିକ୍ରମ କରି ଲୋକଙ୍କୁ ଯୋଡ଼ିବାର କ୍ଷମତା ରଖିଛି। ଚାଇନା ଏହି ଖେଳର ଭବିଷ୍ୟତ ବିକାଶ ପାଇଁ ଏକ ଆକର୍ଷଣୀୟ ବଜାର। ସ୍ଥାନୀୟ ପ୍ରଶାସନର ସହଯୋଗ ହାସଲ କରିବାକୁ ମଧ୍ୟ ଉଦ୍ୟମ ଚାଲିଛି। ଡୋଙ୍ଗ୍ୟୁହୁଇ ସ୍ପୋର୍ଟସ ସହ ଏହି ସହଭାଗିତା ଜରିଆରେ ବିଶ୍ୱସ୍ତରୀୟ କ୍ରିକେଟ ଅନୁଭୂତି ପ୍ରଦାନ କରିବା ସହ ନୂଆ ପିଢ଼ିର ଖେଳାଳି ଓ ପ୍ରଶଂସକଙ୍କୁ ପ୍ରେରଣା ଦେବା ଭଳି ଏକ ମଞ୍ଚ ସୃଷ୍ଟି କରିବା ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଅଘୋଷିତ ନିର୍ଦ୍ଦେଶ: ଏଣିକି ମହିଳାଙ୍କ ଚିକିତ୍ସା କରିପାରିବେ ନାହିଁ ପୁରୁଷ ଡାକ୍ତର; ଏମରଜେନ୍ସିରେ ଜଣେ ପୁରୁଷ ଅଭିଭାବକଙ୍କ ଉପସ୍ଥିତି ବାଧ୍ୟତାମୂଳକ

କାବୁଲ,୧୩।୧୧: ଆଫଗାନିସ୍ତାନରେ, ତାଲିବାନj ଅଘୋଷିତ କଟକଣା ଯୋଗୁ ମହିଳାମାନଙ୍କ ପାଇଁ ମୌଳିକ ସ୍ବାସ୍ଥ୍ୟସେବା ପାଇବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ‘ଦି ଗାର୍ଡିଆନ’ (The Guardian) ଏବଂ ‘ଜାନ…

ଦାରିଙ୍ଗବାଡିରେ ପାରଦ ତଳମୁହାଁ: ଛୁଟୁଛି ପର୍ଯ୍ୟଟକଙ୍କ ସୁଅ

ଦାରିଙ୍ଗବାଡି, ୧୩।୧୧ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଗତ ୨ ଦିନ ହେଲା ଶୀତର ପ୍ରକୋପ ବୃଦ୍ଧି ପାଉଛି। ପାରଦ ତଳମୁହାଁ ହୋଇ ଶୁକ୍ରବାର ସକାଳ…

ଦେବାଳୟ ଉପରେ ଦୁର୍ବୃତ୍ତଙ୍କ ଲୋଲୁପଦୃଷ୍ଟି: ମୂଲ୍ୟବାନ ସାମଗ୍ରୀ ଗାଏବ

ଅମରପାଲି,୧୩୧୧(ପୀତାମ୍ବର ସାହୁ):ଦେବଦେବୀଙ୍କ ପୀଠ ଏବେ ଦୁର୍ବୃତ୍ତଙ୍କ ଟାର୍ଗେଟରେ। ରାତିର ଅନ୍ଧାରରେ ମନ୍ଦିରର ତାଲା ଭାଙ୍ଗି କେଉଁଠି ହୁଣ୍ଡି ଲୁଟ ହେଉଛି ତ ଆଉ କେଉଁଠି ବିରଳ ମୂର୍ତ୍ତି,…

ଯୋଡାରେ ଚାଞ୍ଚଲ୍ୟ, ଭଡ଼ା ଘରୁ ଶିକ୍ଷୟିତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କେନ୍ଦୁଝର,୧୩।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ଯୋଡା ଥାନା ଅନ୍ତର୍ଗତ ଯୋଡା ସହର କଣ୍ଟ୍ରାକ୍ଟର କଲୋନୀରେ ଅଭାବନୀୟ ଘଟଣା । ଏକ ଭଡ଼ା ଘରୁ ଉଦ୍ଧାର…

ରୋହିତ-ଇଶାନଙ୍କ ଭୁଲ ଭାରତକୁ ପଡ଼ିଲା ମହଙ୍ଗା, ବଡ଼ ଫାଇଦା ଉଠାଇଲା ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ, ୧୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଚତୁର୍ଥ ମ୍ୟାଚରେ ୱିଲ ୟଙ୍ଗ ଚମତ୍କାର ଶତକୀୟ ପାଳି ଖେଳିଛନ୍ତି। ତେବେ ତାଙ୍କୁ ମାତ୍ର…

ମାର୍ଗୀ ହେବେ ଶନି: ତୁଳା ସମେତ ୪ ରାଶିଙ୍କର ଆରମ୍ଭ ହେବ ଗୋଲଡେନ୍‌ ସମୟ, ଚାକିରିରୁ ବ୍ୟବସାୟ ଯାଏ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହମାନଙ୍କ ଚଳନରେ ପରିବର୍ତ୍ତନ ମଣିଷ ଜୀବନ ଉପରେ ପ୍ରଭାବ ପକାଇଥାଏ। ଆସନ୍ତା ଡିସେମ୍ବର ୧୧ ତାରିଖ ଶୁକ୍ରବାର ସକାଳ ୫ଟାରେ ଶନିଦେବ…

ଅବିନାଶଙ୍କୁ ଧକ୍କା ଦେଲା କାର୍‌: ଜାତୀୟ ରାଜପଥ ଉପରେ ଘଟିଲା…

ଦାରିଙ୍ଗବାଡି, ୧୩।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କିରିକୁଟି ଗ୍ରାମର ୫୯ ନଂ ଜାତୀୟ ରାଜପଥ ଉପରେ ଶୁକ୍ରବାର ଗୋଟିଏ କାର ସହ ବାଇକର…

ସାମ୍ନାକୁ ଆସିଲା Nvidia ସିଇଓ ଜେନସେନ ହୁଆଙ୍ଗଙ୍କ ତୃତୀୟ ପ୍ରେମ ସମ୍ପର୍କ; ଆଲିସ-କିମ୍ବର୍ଲିଙ୍କ ବ୍ୟତୀତ ତାଙ୍କର ଅନ୍ୟ ଜଣେ ମହିଳାଙ୍କ ସହ…

ବେଜିଂ,୧୩।୧୧: Nvidia (ଏନଭିଡିଆ) ର ସିଇଓ ଜେନସେନ ହୁଆଙ୍ଗ ପୁଣିଥରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଗୁରୁବାର ପ୍ରକାଶିତ ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?