ଚାଇନାକୁ ଜୟଶଙ୍କରଙ୍କ ବାର୍ତ୍ତା: ‘ମତ ପାର୍ଥକ୍ୟ ବିବାଦରେ ପରିଣତ ନ ହେଉ’

ବେଜିଂ, ୧୩ା୮(ପି.ଟି.): ଭାରତ ଓ ଚାଇନା ମଧ୍ୟରେ ସମ୍ପର୍କର ନିବିଡ଼ତା ରହିଛି। ଦୁଇଦେଶ କୌଣସି ଭିନ୍ନତାକୁ ଗ୍ରହଣ କରି ଭବିଷ୍ୟତରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅନ୍ଧକାର ମଧ୍ୟକୁ ଠେଲିଦେବା ଅନୁଚିତ ବୋଲ ଦୁଇିଦିନିଆ ବେଜିଂ ଗସ୍ତରେ ଯାଇଥିବା ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି। ଚାଇନା ପ୍ରତିପକ୍ଷ ଓ୍ବାଙ୍ଗ୍‌ ୟିଙ୍କ ସହ ଆଲୋଚନା କରି ଯେକୌଣସି ଉତ୍ତେଜନାର ଆପୋସ ଆଲୋଚନା ମାଧ୍ୟମରେ ସମାଧାନ କରାଯିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଦୁଇଦେଶ ବିଶ୍ୱ ରାଜନୀତି ଓ ସ୍ଥିରତାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛନ୍ତି। କୌଣସି ପ୍ରସଙ୍ଗରେ ମତ ପାର୍ଥକ୍ୟ ରହିଥିଲେ ହେଁ ଏହା ବିବାଦରେ ପରିଣତ ହେବା ଅନୁଚିତ ବୋଲି ଜୟଶଙ୍କର ପ୍ରକାଶ କରିଛନ୍ତି। ୟୁହାନା ସମ୍ମିଳନୀ ସମ୍ପର୍କରେ କହିବା ସହ ଦୁଇଦେଶ ଦ୍ୱିପାକ୍ଷିକ ସମ୍ପର୍କ ଅତୁଟ ରଖିବା ଓ ବିଭିନ୍ନ ମତ ପାର୍ଥକ୍ୟର ଉଚିତ୍‌ ମାର୍ଗରେ ସମାଧାନ କରାଯିବା ଜରୁରୀ ବୋଲି ସେ ପ୍ରକାଶ କରିିଥିଲେ।
ଭାରତ ଓ ଚାଇନା ପ୍ରତିନିଧିମଣ୍ଡଳୀର ସଦସ୍ୟଙ୍କୁ ସେ ଉଦ୍‌ବୋଧନ ଦେଇ ପାରସ୍ପରିକ ସହଯୋଗର ଆବଶ୍ୟକତାକୁ ଦୋହରାଇଥିଲେ। ଚାଇନା ଉପରାଷ୍ଟ୍ରପତି ଓ୍ବାଙ୍ଗ୍‌ କିସ୍‌ହାନ୍‌ଙ୍କ ସହ ଜୟଶଙ୍କର ବିଶ୍ୱର ସାମ୍ପ୍ରତିକ ରାଜନୈତିକ ସ୍ଥିତି, ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ବିଷୟରେ ଆଲୋଚନା କରିଥିଲେ। ଏଥିସହ ରାଷ୍ଟ୍ରପତି ଜି. ଜିନ୍‌ପିଙ୍ଗଙ୍କ ଭାରତ ଗସ୍ତ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।
କଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ଚାଇନାର ସହଯୋଗ ଲୋଡ଼ିଥିବାବେଳେ ଜାତିସଂଘ ନିରାପତ୍ତା ପରିଷଦରେ ଏହାକୁ ଉଠାଇବ ବୋଲି ଧମକ ଦେଇଛି। ସେପଟେ ଲଦାଖକୁ ଭାରତ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ଦେବା ପରେ ଚାଇନା ଏହାକୁ ବିରୋଧ କରିଥିଲା। ଏହା ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି ଭାରତ କହିବାର ଦିନକ ପରେ ଜୟଶଙ୍କର ଚାଇନା ଗସ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ସାହୁ ଜଙ୍ଗଲ ରାସ୍ତାରୁ ହଟିଲା ବିପଦପୂର୍ଣ୍ଣ ଗଛ

ଥୁଆମୂଳ ରାମପୁର,୧୦।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର – କାଶୀପୁର ମୁଖ୍ୟ ପିଡବ୍ଲୁଡି ରାସ୍ତାର ସାହୁ ଜଙ୍ଗଲ ନିକଟରେ ଥିବା ବିପଦସଙ୍କୁଳ ଶୁଖିଲା ଗଛ ସମ୍ପର୍କରେ ‘ଧରିତ୍ରୀ’ରେ ଖବର…

କୁଲାଡ ରଥଯାତ୍ରା; ୧୨ରେ ପ୍ରସ୍ତୁତି ବୈଠକ, ରଥ ମରାମତି ପାଇଁ କାଠ ଚୟନ….

ଭଞ୍ଜନଗର,୧୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ କୁଲାଡ ଜଗନ୍ନାଥ ମନ୍ଦିର ୧୭୬୦ ମସିହାରେ ପ୍ରତିଷ୍ଠା ହୋଇଥିଲା। କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ରାଜବଂଶ ପକ୍ଷରୁ ଉକ୍ତ ମନ୍ଦିର…

ନବୀନ ଡାକିଲେ ବଡ଼ ବୈଠକ, ଆଉ କିଛି ସମୟରେ ବଡ଼ ଘୋଷଣା!

ଭୁବନେଶ୍ୱର,୧୦।୬: ରାଜ୍ୟ ରାଜନୀତିରେ ଏବେ ହଲଚଲ ଜୋର ଧରିଛି। ବିଶେଷ କରି ସାଧାରଣ ନିର୍ୱାଚନ ପରେ ବିଜେଡି ଶିବିରରେ ତତ୍ପରତା ପ୍ରକାଶ ପାଇଛି। ଦିଲ୍ଲୀ ଗସ୍ତରୁ ଫେରିବା…

କେସିଙ୍ଗା ମେଡିକାଲ ଉପରେ ପଡ଼ିଲା ଗଛ, ଭାଙ୍ଗିଗଲା….

କେସିଙ୍ଗା,୧୦।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବର୍ହିବିଭାଗ ସମ୍ମୁଖରେ ପଡ଼ିଗଲା ବିରାଟକାୟ ଗଛ । ଅଳ୍ପକେ ଦୁର୍ଘଟଣା ବର୍ତ୍ତିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ…

କଂଗ୍ରେସରେ ମିଶିବେ ମମତା? ମୁହଁ ଖୋଲିଲା TMC, ରାଜନୀତିରେ ଚହଳ

କୋଲକାତା,୧୦।୬: ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ଦଳର ବିଧାୟକମାନଙ୍କ ବିଦାୟ ପରେ, ଏମପିମାନେ ମଧ୍ୟ ଦଳ ଛାଡିବାକୁ ପ୍ରସ୍ତୁତ…

ଉଡ଼ାଣ ଭରିବା ସମୟରେ କ୍ରାଶ ହେଲା ହେଲିକପ୍ଟର, ୨୦ ଯବାନ ମୃତ!

ଇସଲାମବାଦ,୧୦।୬: ପାକିସ୍ତାନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏକ ପାକିସ୍ତାନ ସେନା ଆଭିଏସନ୍ Mi-17 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହା ଫଳରେ ଏଥିରେ…

ଧାନ ଚୋରି କରି ନେଇଯାଉଥିବା ବେଳେ ଦୁର୍ଘଟଣା ହେଲା ଟ୍ରକ, ଚାଳକ….

ଅତାବିରା,୧୦।୬(ଯୁଧିଷ୍ଠିର ମହାପାତ୍ର): ରାଜ୍ୟରେ ରବି ଧାନ କିଣାବିକା ଅବଧି ଯେତେ ବିତୁଛି, ସେତିକି ଚାଷୀ ସମସ୍ୟା ବଢ଼ିବାରେ ଲାଗିଛି । କେତେବେଳେ ଟୋକନ ତ ଆଉ କେତେବେଳେ…

ଧକ୍କା ଦେଇ ସ୍କୁଟିକୁ ଘୋଷାଡ଼ି ନେଲା ପିକ୍‌ଅପ୍‌, ଆଉ ତା’ ପରେ…

ବଲାଙ୍ଗୀର,୧୦ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଖଦାଲପଡ଼ା ସୁରୁଚି ମାର୍କେଟ ସମ୍ମୁଖ ରାସ୍ତାରେ ବୁଧବାର ଘଟିଛି ଏକ ସଡ଼କ ଦୁର୍ଘଟଣା। ଏକ ପିକ୍‌ଅପ୍‌ ଗାଡ଼ି ଜଣେ ଓକିଲଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri