ଚାଇନାକୁ ଜୟଶଙ୍କରଙ୍କ ବାର୍ତ୍ତା: ‘ମତ ପାର୍ଥକ୍ୟ ବିବାଦରେ ପରିଣତ ନ ହେଉ’

ବେଜିଂ, ୧୩ା୮(ପି.ଟି.): ଭାରତ ଓ ଚାଇନା ମଧ୍ୟରେ ସମ୍ପର୍କର ନିବିଡ଼ତା ରହିଛି। ଦୁଇଦେଶ କୌଣସି ଭିନ୍ନତାକୁ ଗ୍ରହଣ କରି ଭବିଷ୍ୟତରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅନ୍ଧକାର ମଧ୍ୟକୁ ଠେଲିଦେବା ଅନୁଚିତ ବୋଲ ଦୁଇିଦିନିଆ ବେଜିଂ ଗସ୍ତରେ ଯାଇଥିବା ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି। ଚାଇନା ପ୍ରତିପକ୍ଷ ଓ୍ବାଙ୍ଗ୍‌ ୟିଙ୍କ ସହ ଆଲୋଚନା କରି ଯେକୌଣସି ଉତ୍ତେଜନାର ଆପୋସ ଆଲୋଚନା ମାଧ୍ୟମରେ ସମାଧାନ କରାଯିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଦୁଇଦେଶ ବିଶ୍ୱ ରାଜନୀତି ଓ ସ୍ଥିରତାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛନ୍ତି। କୌଣସି ପ୍ରସଙ୍ଗରେ ମତ ପାର୍ଥକ୍ୟ ରହିଥିଲେ ହେଁ ଏହା ବିବାଦରେ ପରିଣତ ହେବା ଅନୁଚିତ ବୋଲି ଜୟଶଙ୍କର ପ୍ରକାଶ କରିଛନ୍ତି। ୟୁହାନା ସମ୍ମିଳନୀ ସମ୍ପର୍କରେ କହିବା ସହ ଦୁଇଦେଶ ଦ୍ୱିପାକ୍ଷିକ ସମ୍ପର୍କ ଅତୁଟ ରଖିବା ଓ ବିଭିନ୍ନ ମତ ପାର୍ଥକ୍ୟର ଉଚିତ୍‌ ମାର୍ଗରେ ସମାଧାନ କରାଯିବା ଜରୁରୀ ବୋଲି ସେ ପ୍ରକାଶ କରିିଥିଲେ।
ଭାରତ ଓ ଚାଇନା ପ୍ରତିନିଧିମଣ୍ଡଳୀର ସଦସ୍ୟଙ୍କୁ ସେ ଉଦ୍‌ବୋଧନ ଦେଇ ପାରସ୍ପରିକ ସହଯୋଗର ଆବଶ୍ୟକତାକୁ ଦୋହରାଇଥିଲେ। ଚାଇନା ଉପରାଷ୍ଟ୍ରପତି ଓ୍ବାଙ୍ଗ୍‌ କିସ୍‌ହାନ୍‌ଙ୍କ ସହ ଜୟଶଙ୍କର ବିଶ୍ୱର ସାମ୍ପ୍ରତିକ ରାଜନୈତିକ ସ୍ଥିତି, ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ବିଷୟରେ ଆଲୋଚନା କରିଥିଲେ। ଏଥିସହ ରାଷ୍ଟ୍ରପତି ଜି. ଜିନ୍‌ପିଙ୍ଗଙ୍କ ଭାରତ ଗସ୍ତ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।
କଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ଚାଇନାର ସହଯୋଗ ଲୋଡ଼ିଥିବାବେଳେ ଜାତିସଂଘ ନିରାପତ୍ତା ପରିଷଦରେ ଏହାକୁ ଉଠାଇବ ବୋଲି ଧମକ ଦେଇଛି। ସେପଟେ ଲଦାଖକୁ ଭାରତ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ଦେବା ପରେ ଚାଇନା ଏହାକୁ ବିରୋଧ କରିଥିଲା। ଏହା ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି ଭାରତ କହିବାର ଦିନକ ପରେ ଜୟଶଙ୍କର ଚାଇନା ଗସ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

ଲଣ୍ଡନ ରାସ୍ତାରେ ରାଜାଙ୍କ ଘୋଡ଼ା

ଲଣ୍ଡନ,୨୬ା୪:ବ୍ରିଟେନ୍‌ ରାଜାଙ୍କ ୪ଟି ଘୋଡ଼ା ବୁଧବାର ପୂର୍ବାହ୍ନର ଗହଳି ସମୟରେ କେନ୍ଦ୍ରୀୟ ଲଣ୍ଡନରେ ବିନା ସବାରରେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। ସେଥିରୁ ୨ଟି ଘୋଡ଼ା କୌଣସି...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri