Categories: ଖେଳ

ଚହଲଙ୍କୁ ମୁସ୍ତାକ ଅହମ୍ମଦଙ୍କ ପରାମର୍ଶ

ନୂଆଦିଲ୍ଲୀ, ୫ା୫ (ପି.ଟି.)-ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟରେ ଶ୍ରେଷ୍ଠ ଲେଗ୍‌ ସ୍ପିନରଙ୍କ ମଧ୍ୟରେ ୟୁଜବେନ୍ଦ୍ର ଚହଲ ଅନ୍ୟତମ ବୋଲି କହିଛନ୍ତି ପୂର୍ବତନ ପାକିସ୍ତାନ ସ୍ପିନର ମୁସ୍ତାକ ଅହମ୍ମଦ। ହ୍ବାଇଟ୍‌ ବଲ୍‌ କ୍ରିକେଟରେ ଚହଲଙ୍କ ବ୍ୟତୀତ ଅନ୍ୟ ଦୁଇ ଜଣ ଶ୍ରେଷ୍ଠ ସ୍ପିନ୍‌ ବୋଲର ହେଲେ ଅଷ୍ଟ୍ରେଲିଆର ଆଡାମ ଜାମ୍ପା ଓ ପାକିସ୍ତାନର ଶାଦାବ ଖାଁ। ଚହଲ ଯଦି କ୍ରିଜ୍‌ରେ ଅଧିକ ଉପଯୋଗ କରିବେ ଅଧିକ ଫଳପ୍ରଦ ସାବ୍ୟସ୍ତ ହୋଇପାରିବେ। ଅହମ୍ମଦ ବିଶ୍ୱବ୍ୟାପୀ ଅନେକ ଦେଶରେ ବୋଲିଂ କୋଚ୍‌ ଭାବେ କାର୍ଯ୍ୟ କରିସାରିଛନ୍ତି। ବର୍ତ୍ତମାନ ନିଜ ଦେଶରେ ପରାମର୍ଶଦାତା ଅଛନ୍ତି। ସେ କହିଛନ୍ତି ଚହଲ ଓ କୁଲଦୀପ ଯାଦବଙ୍କ ଯୋଗୁ ଭାରତ ସୀମିତ ଓଭର କ୍ରିକେଟରେ ମିଡ୍‌ଲ ଓଭରଗୁଡ଼ିକରେ ଉଇକେଟ ହାସଲ କରିବାରେ ସଫଳ ହୋଇପାରୁଛି। ୨୦୧୭ ଚାମ୍ପିୟନ୍ସ ଟ୍ରଫି ପରେ ଏହି ଦୁଇ ରିଷ୍ଟ ସ୍ପିନର ଭାରତର ସୀମିତ ଓଭର ସେଟ୍‌ଅପ୍‌ରେ ସ୍ଥାନ ପାଇଛନ୍ତି। ଚହଲ ଓ କୁଲଦୀପଙ୍କୁ ବିଳମ୍ବରେ ଦଳରେ ଏକାଠି ଖେଳାଳିବାରେ ଅବଶ୍ୟ ବିଳମ୍ବ ଘଟିଛି। ପିଚ୍‌ର ଲକ୍ଷଣକୁ ଅନୁଧ୍ୟାନ କରି ବୋଲିଂ କରିବାକୁ ହୋଇଥାଏ। ବେଳେ ବେଳେ ଚହଲଙ୍କ ବଲ୍‌ କ୍ରିଜରେ ଓ୍ବାଇଡ୍‌ ହୋଇ ଯାଇଥାଏ। ଏକ ଫ୍ଳାଟ୍‌ ପିଚ୍‌ରେ ଷ୍ଟମ୍ପ୍‌କୁ ଷ୍ଟମ୍ପ ବୋଲିଂ କରିବାକୁ ହୋଇଥାଏ ବୋଲି ପାକିସ୍ତାନର ଅନ୍ୟତମ ଶ୍ରେଷ୍ଠ ସ୍ପିନର ମୁସ୍ତାକ କହିଛନ୍ତି। ବଲ୍‌ ଯଦି ଭଲରୂପେ ଗ୍ରିପିଂ କରିହେଉଛି ଓ୍ବାଇଡ୍‌ ଅଫ୍‌ ଦି କ୍ରିଜ୍‌ ବୋଲିଂ କରିହେବ। ଏହାଦ୍ୱାରା ଶ୍ରେଷ୍ଠ ବ୍ୟାଟ୍ସମ୍ୟାନମାନଙ୍କୁ ଅସୁବିଧାରେ ପକାଇ ପାରିବ। ସେତେବେଳେ ଗୁଗ୍‌ଲି ପକାଇଲେ ବଲ୍‌ ସେତେଟା ଟର୍ନ କରି ନ ଥାଏ ଯାହା ଜଣେ ବ୍ୟାଟ୍ସମ୍ୟାନ ଆଶା କରିଥାଏ। ଚହଲ ଇତିମଧ୍ୟରେ ୫୨ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ଖେଳି ୨୫.୮୩ ଆଭରେଜରେ ୯୧ ଉଇକେଟ ଅକ୍ତିଆର କରିସାରିଛନ୍ତି। ସେହିପରି ୨୪.୩୪ ଆଭରେଜରେ ୪୨ ଟି୨୦ ମ୍ୟାଚରେ ୫୫ ଉଇକେଟ ନେଇ ସାରିଛନ୍ତି। ମୁସ୍ତାକ ମଧ୍ୟ ଏକଥା କହିଛନ୍ତି ଯେ, ଷ୍ଟମ୍ପ୍ସ ପଛ ପଟେ ପୂର୍ବତନ ଅଧିନାୟକ ଏମ୍‌.ଏସ୍‌. ଧୋନୀଙ୍କଠାରୁ ପରାମର୍ଶ ପାଇଁ ଚହଲ ଓ କୁଲଦୀପ ଅଧିକ ପ୍ରଭାବୀ ବୋଲିଂ କରିପାରିଛନ୍ତି।

Share