ଚରମ ଅବ୍ୟବସ୍ଥାରେ ସ୍ବାସ୍ଥ୍ୟସେବା

ଆନନ୍ଦପୁର,୧୫। ୭(ସ୍ବ.ପ୍ର.)- ଅବ୍ୟବସ୍ଥାର ଚରମ ସୀମାରେ ପହଞ୍ଚିଛି ସ୍ବାସ୍ଥ୍ୟସେବା। ଗରିବ ଲୋକମାନଙ୍କ ପାଇଁ ଏହା ଯେମିତି ସାତ ସପନ ପାଲଟିଛି। ଅର୍ଥ ନାହିଁ ତ ଚିକିତ୍ସା ସୁବିଧା ପାଇବାର ହକ୍‌ ନାହିଁ। ଏହିଭଳି ଆଉ ଏକ ଅବହେଳିତ ସ୍ବାସ୍ଥ୍ୟସେବାର ନମୁନା ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି। ଦୁଇ ଦିନ ଧରି ୧୦୮ ଆମ୍ବୁଲାନ୍ସକୁ ଅପେକ୍ଷା କରି ଶେଷରେ ଅଧିକ ଚିକିତ୍ସା ପାଇଁ ବସ୍‌ରେ କଟକ ଯାଇଛନ୍ତି ସୁନାରାମ। ଆଦିବାସୀ ବହୁଳ ହରିଚନ୍ଦନପୁର ବ୍ଲକ ଭଗାମୁଣ୍ଡା ଅଞ୍ଚଳ ମଣିଆବନ୍ଧ ଗ୍ରାମର ସୁନାରାମ ମାଝି। ମୂତ୍ରାଶୟ ରୋଗରେ ପୀଡିତ ହୋଇ ସେ ଗତ ୧୧ ତାରିଖଠାରୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ଖରାପ ଆଡକୁ ଗତି କରିବାରୁ ତାଙ୍କୁ ୧୩ ତାରିଖ ଅଧିକ ଚିକିତ୍ସା ପାଇଁ କଟକ ରେଫର କରାଯାଇଥିଲା। ତେବେ ପ୍ରାଇଭେଟ୍‌ ଗାଡି କରି କଟକ ଯିବା ପାଇଁ ତାଙ୍କ ପାଖରେ ଅର୍ଥର ଅଭାବ ରହିଥିଲା। ତେଣୁ ସେ ୧୩ ତାରିଖ ଶନିବାରଠାରୁ ୧୦୮ ଆମ୍ବୁଲାନ୍ସ ସହିତ ଯୋଗାଯୋଗ ରକ୍ଷା କରିଥିଲେ ସୁଦ୍ଧା ୧୪ ତାରିଖ ୧୨ଟା ସୁଦ୍ଧା ଆମ୍ବୁଲାନ୍ସର ଦେଖାମିଳି ନ ଥିଲା। କଟକ ରେଫର ହୋଇଥିବାରୁ ସେ ନା ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ରହିପାରୁଛନ୍ତି ଅର୍ଥାଭାବ ଥିବାରୁ ନା ସେ କଟକ ଯାଇପାରୁଛନ୍ତି। ବାଧ୍ୟ ହୋଇ ସେ ବହୁତ ସମୟ ଧରି ଡାକ୍ତରଖାନାରେ ଥିବା ଏକ ଗଛମୂଳେ ବସି ରହିଥିଲେ। ତେବେ ଦୀର୍ଘ ସମୟ ପରେ ସୁନାରାମ ଶେଷରେ ଏକ ବସ୍‌ ଯୋଗେ କଟକ ଯିବାକୁ ବାଧ୍ୟ ହୋଇଥିଲେ। ଚିକିତ୍ସା ଅବହେଳାରୁ କେହି ମରିବେ ନାହିଁ ବୋଲି ସରକାର କୋଟି କୋଟି ଟଙ୍କା ଅର୍ଥ ବ୍ୟୟ ଯୋଜନା ମାନ କରିବାରେ ଲାଗିପଡିଛନ୍ତି। ହେଲେ ଏହି ସବୁ ଯୋଜନା ଗରିବ ଆଦିବାସୀ ସୁନାରାମଙ୍କ ନିକଟରେ ଅପହଞ୍ଚ ହୋଇପଡିଛି। ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟର ରେଡକ୍ରସ୍‌ ପାଣ୍ଠି ହେଉ କି ରୋଗୀ କଲ୍ୟାଣ ସମିତି ପାଣ୍ଠି କିମ୍ବା ଡିଏମଏଫ ପଣ୍ଡ ସହାୟତାରେ ସୁନାରାମଙ୍କ ଭଳି ଗରିବ ଆଦିବାସୀଙ୍କ ଚିକିତ୍ସା କ୍ଷେତ୍ରରେ ଲଗାଯାଇପାରିଥାନ୍ତା ହେଲେ ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ନିଆଯିବା ଦେଖିବାକୁ ମିଳି ନ ଥିଲା।
ସେହିପରି ଶୁକ୍ରବାର ସନ୍ଧ୍ୟା ୬ଟାରେ ଘସିପୁରା ଥାନା ୨୦ ନଂ ଜାତୀୟ ରାଜପଥର କଲରାଗଡିଆ ଛକଠାରେ ପଣ୍ଡାପଡା ଅଞ୍ଚଳର ଜଣେ ଯୁବକ ରଘୁନାଥ ନାୟକ ଦୁର୍ଘଟଣାର ଶିକାର ହୋଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ତାଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ କଟକ ରେଫର କରାଯାଇଥିଲା। ହେଲେ ଦୀର୍ଘ ୪ ଘଣ୍ଟା କାଳ ଆମ୍ବୁଲାନ୍ସ ନ ଆସିବାରୁ ଶେଷରେ ସେ ରାତି ୧୦ଟା ୨୦ ରେ ଆଖିବୁଜିଲେ। ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଦୁଇ ଦିନ ମଧ୍ୟରେ ଘଟିଯାଇଥିବା ଦୁଇ ଗୋଟି ଘଟଣାକୁ ରୋଗୀକଲ୍ୟାଣ ସମିତିର ସଦସ୍ୟ ସମାଜସେବୀ ବୁଲୁ ପଟ୍ଟନାୟକ ତୀବ୍ର ନିନ୍ଦା କରିଛନ୍ତି। ସରକାର ଆଦିବାସୀମାନଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି, କିନ୍ତୁ ଏହି ଯୋଜନା ଗୁଡିକ ଆଦିବାସୀମାନେ ନ ପାଇ ମୃତ୍ୟୁମୁଖରେ ପଡ଼ିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍, ସିସିଟିଭିରେ କଏଦ ହେଲା ଘଟଣା

ବସ୍ତା, ୪।୭ (ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା  ବସ୍ତା ଥାନା ଅନ୍ତର୍ଗତ ଦରଡାସ୍ଥିତ ଏକ ପେଟ୍ରୋଲ ପମ୍ପରୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ…

ପେଟ୍ରୋଲ ପମ୍ପରେ ବନ୍ଧୁକ ଦେଖାଇ ଲୁଟ୍‌

ବାଲେଶ୍ୱର, ୪।୭( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଗାନ୍ଧୀ ଛକ – ବାଲିଆପାଳ ରାସ୍ତାର ଦରଡା ପେଟ୍ରୋଲ ପମ୍ପରୁ ଶୁକ୍ରବାର ବିଳମ୍ୱିତ ରାତିରେ…

ଋଣ ଟଙ୍କା ଦେଉନ, ଆତ୍ମହତ୍ୟା କରିବି: ବିଷ ବୋତଲ ଧରି ବ୍ୟାଙ୍କ ମ୍ୟାନଜର୍‌ଙ୍କ ଆଗରେ…

ଭୋଗରାଇ,୪ା୭(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ୍‌ ଚନ୍ଦନେଶ୍ୱର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ସମ୍ମୁଖରେ ଶୁକ୍ରବାର ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବ୍ୟାଙ୍କ ମ୍ୟାନେଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri