ଚମ୍ପୁଆରେ ଫେଲ୍‌ ମାରିଛି ପରିମଳ ଯୋଜନା: ପାଇଖାନା ଟାଙ୍କି ସଫା ଲାଗି ହୋଇନି ବ୍ୟବସ୍ଥା; ଭଡ଼ାରେ ଅଣାଯାଉଛି ଗାଡ଼ି

ଚମ୍ପୁଆ,୨୫ା୬(ଡି.ଏନ୍‌.ଏ.)- ପଞ୍ଚାୟତରୁ ଏନ୍‌ଏସିର ମାନ୍ୟତା ପାଇଥିବା ଚମ୍ପୁଆ ଜନସାଧାରଣଙ୍କ ମୌଳିକ ସମସ୍ୟା ସମାଧାନ କରିବାରେ ଏନ୍‌ଏସି ବିଫଳ ହୋଇଛି। ରାସ୍ତାଘାଟ, ବିଜୁଳି ଓ ପାନୀୟଜଳର ଆଂଶିକ ବ୍ୟବସ୍ଥା କରି ସହରୀ ସୁବିଧା ପ୍ରଦାନ କରାଯାଇଥିବା ଡିଣ୍ଡିମ ପିଟୁଥିବା ଏନ୍‌ଏସିରେ ସମସ୍ୟା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ଏନ୍‌ଏସି ପକ୍ଷରୁ ସ୍ବଚ୍ଛତାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଓଡିଏଫ୍‌ ଘୋଷଣା ପରେ ସମସ୍ତ ୱାର୍ଡରେ ପାଇଖାନା ନିର୍ମାଣକୁ ଅଗ୍ରାଧିକାର ଦିଆଯାଇଛି। ଏପରିକି କମ୍ୟୁନିଟି ପାଇଖାନା ବିଭିନ୍ନ ୱାର୍ଡରେ ନିର୍ମାଣ କରାଯାଇଛି । କେଉଁଠି ନିର୍ମାଣ ପରେ ବି ବ୍ୟବହାର କରାଯାଇ ପାରୁନାହିଁ ତ କେଉଁଠି ଏହା ଅଧାପନ୍ତରା ଅବସ୍ଥାରେ ପଡିରହିଛି। କେଉଁଠି ପାଣି ସଂଯୋଗ କରାଯାଇ ପାରିନାହଁି ତ କେଉଁଠି ବ୍ୟବହାର ପୂର୍ବରୁ ତାହା ଭାଙ୍ଗିଗଲାଣି ଏଥିପ୍ରତି ଏନଏସିର ନଜର ନ ଥିବା ଦେଖିବାକୁ ମିଳୁଛି। ସେହିପରି ପାଇଖାନା ଟାଙ୍କି ସଫାକରିବା ନିମନ୍ତେ କୌଣସି ବ୍ୟବସ୍ଥା କରାଯାଇପାରିନାହିଁ। ଦୀର୍ଘଦିନରୁ ଲୋକେ ଏହାର ସୁବ୍ୟବସ୍ଥା କରିବାକୁ ଦାବିକରି ଆସୁଥିଲେ ମଧ୍ୟ ପଦକ୍ଷେପ ନିଆଯାଇନାହିଁ। ବାଧ୍ୟହୋଇ ଜନସାଧାରଣ ବଡବିଲ ଓ ଯୋଡା ଉପରେ ନିର୍ଭର କରୁଛନ୍ତି। ଏଥିପାଇଁ ୩୦୦୦ରୁ ଊର୍ଦ୍ଧ୍ୱ ଅର୍ଥ ଦେବାକୁ ପଡୁଛି। ସଫାକରିବା ପାଇଁ ଟାଙ୍କି ପିଛା ୧୫୦୦ରୁ ୨୦୦୦ ଟଙ୍କା ପଡୁଥିବା ବେଳେ ବଡବିଲରୁ ଚମ୍ପୁଆ ପର୍ଯ୍ୟନ୍ତ ଗାଡି ଭଡା ଦେବାକୁ ପଡୁଛି। ଏ ନେଇ ଚମ୍ପୁଆ ନିର୍ବାହୀ ଅଧିକାରୀ ସପନ କୁମାର ସାହୁଙ୍କୁ ପଚାରିବାରୁ ଏ ନେଇ ବିଭାଗକୁ ବର୍ଷେ ତଳେ ଗାଡି ଯୋଗାଇଦେବାକୁ ଚିଠି କରାଯାଇଛି। ମାତ୍ର ବିଭାଗ ପକ୍ଷରୁ ତାହା ଆଜି ପର୍ଯ୍ୟନ୍ତ ପ୍ରଦାନ କରାଯାଇ ନାହିଁ। ଏଥିପ୍ରତି ଦୃଷ୍ଟି ଦିଆଯାଇ ତୁରନ୍ତ ଏନଏସି ବାସୀଙ୍କ ସମସ୍ୟା ସମାଧାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ପରାଜୟର ଗୁମର ଖୋଲିଲେ ଦଳୀୟ ବିଧାୟକ ଗୌତମବୁଦ୍ଧ ଦାସ, କହିଲେ ଅଧିକ…

ଭୁବନେଶ୍ୱର,୧୩ା୬: ପୁଣି ଥରେ ବିଜେଡି ପରାଜୟର କଥା ଦୋହରାଇଛନ୍ତି ବିଜେଡିର ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ। ନିଜ ନିର୍ବାଚନ ମଣ୍ଡଳୀର ଏକ କାର୍ଯ୍ୟକ୍ରମରେ ବିଧାୟକ ବିଜେଡିର ପରାଜୟ…

ସାଙ୍ଗମାନଙ୍କ ସହ ଗାଧୋଇବାବେଳେ ପାଣିରେ ବୁଡ଼ି ୨ ଜଣଙ୍କ ଜୀବନ ଗଲା

ନୀଳଗିରି,୧୦ା୬(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ରାଧାକିଶୋରପୁର ପଞ୍ଚାୟତ ସୋନ ନଦୀ ରଣିତ ଘାଟରେ ଘଟିଛି ଅଘଟଣ। ବୁଧବାର ମଧ୍ୟାହ୍ନରେ ଦୁଇ ସାଙ୍ଗ ଜାମୁକୋଳି…

ମର୍ମନ୍ତୁଦ ଦୁର୍ଘଟଣା: ବାପା-ଝିଅଙ୍କ ଉପରେ ମାଡ଼ିଗଲା ଟ୍ରକ, ଆଉ ତା’ପରେ…

ସୋର,୭।୬(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଉତ୍ତରେଶ୍ୱର ବସ୍‌ ଷ୍ଟପ୍‌ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ…

ନାବାଳିକାଙ୍କୁ ନେଇ ଚମ୍ପଟ ମାରିଲା ପ୍ରେମିକ, ପୁଅର କାରନାମା ପାଇଁ ଭିଟାମାଟି ଛାଡ଼ିଲେ ମାଆ-ବାପା

ଭୋଗରାଇ,୫।୬(ପ୍ରଦୀପ ଦାସ )ନାବାଳିକାଙ୍କୁ ନେଇ ଛୁ ମାରିଲେ ପ୍ରେମିକ । ପ୍ରେମିକା ଓ ପ୍ରେମିକଙ୍କ ପତ୍ତା ମିଳୁନଥିବାବେଳେ ପୋଲିସ ଓ ନାବାଳିକାଙ୍କ ପରିବାର ଭୟରେ ଆତ୍ମଗୋପନ କରିଛନ୍ତି…

ବାହା ବେଦୀରେ ବଦଳିଗଲା ବରଙ୍କ ମନ, ଅଧା ବାହାଘରରୁ ପ୍ରେମିକାଙ୍କୁ ଛାଡ଼ି ଚାଲିଆସିଲେ…

ବାଲେଶ୍ୱର,୪ା୬(ବାଞ୍ଛାନିଧି ଦେ): ୪ ବର୍ଷର ପ୍ରେମ ସମ୍ପର୍କ। ପ୍ରଥମେ କୋର୍ଟ ମ୍ୟାରେଜ୍‌। ତା’ପରେ ଚାଲିଥିଲା ମନ୍ଦିରରେ ବାହାଘର। ହେଲେ ବାହାବେଦୀରେ ବଦଳିଗଲା ବରଙ୍କ ମନ। ଅଧା ବାହାଘରରୁ…

ସଂଘବଦ୍ଧ ଆକ୍ରମଣ କଲେ ସମ୍ପର୍କୀୟ, ବ୍ୟକ୍ତି ଗୁରୁତର

ସିମୁଳିଆ,୨।୬(ସନ୍ତୋଷ କୁମାର ନାୟକ): ଜମିବାଡ଼ି ସଂକ୍ରାନ୍ତିୟ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମଙ୍ଗଳବାର ବାଲେଶ୍ୱର ଜିଲା ସିମୁଳିଆ ଥାନା କ୍ଷୀରକୋଣା ମଳିକସାହି ଅଞ୍ଚଳର ଲକ୍ଷ୍ମୀଧର ଦାସ (୪୫) ନାମକ…

ଟ୍ରେନ ଉପରେ ପଡ଼ିଲା କ୍ରେନ୍‌

ବାଲେଶ୍ୱର/ନୀଳଗିରି,୨୮।୫(ବାଞ୍ଛାନିଧି ଦେ/ପ୍ରଶାନ୍ତ ବିଶ୍ୱାଳ): ନୀଳଗିରି-ଗୋପୀନାଥପୁର ରେଲ ଷ୍ଟେଶନରେ ଏକ ଅଘଟଣ ଘଟିଛି। ଅନ୍‌ ଲୋଡିଂ ବେଳେ କ୍ରେନ୍‌ ଭାଙ୍ଗି ୨ଟି ମାଲବାହୀ ଟ୍ରେନ ଉପରେ ପଡ଼ିଥିଲା। ଫଳରେ…

ଓଲଟିଲା ଲୁଣ ବୋଝେଇ ଇଞ୍ଜିନ ରିକ୍ସା, ଖାଲାସୀ ମୃତ

ଭୋଗରାଇ,୨୮।୫( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା – ବାଲିଆପାଳ ରାସ୍ତା ଜଳଧା ଗ୍ରାମ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri