ଚମ୍ପୁଆକୁ ପଶିଲେ ୪ ଝାଡ଼ଖଣ୍ଡ ହାତୀ

ଚମ୍ପୁଆ,୨ା୬(ଡି.ଏନ.ଏ)- ଦୀର୍ଘଦିନ ବ୍ୟବଧାନ ପରେ କେନ୍ଦୁଝର ଜିଲା ଚମ୍ପୁଆ ସେକ୍ସନକୁ ଝାଡ଼ଖଣ୍ଡ ହାତୀପଲ ଚାଲି ଆସିଛନ୍ତି। ଉକ୍ତ ପଲରେ ଦୁଇ ମାଈ ଓ ୨ ଅଣ୍ଡିିରା ହାତୀ ଅଛନ୍ତି। ଝାଡଖଣ୍ଡରୁ ଆସିଥିବା ହାତୀପଲ ବୈତରଣୀ ପାର ହୋଇ କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲକୁ ପଶିଛନ୍ତି। ଶନିବାର ରାତି ପ୍ରାୟ ୧୦ଟା ସମୟରେ ସେମାନେ କଙ୍କଡାପାଟ, ଅଡଙ୍ଗାପାଳ, ମଙ୍ଗଳପୁର ଓ ଜଡିପଦା ଦେଇ ମଥୁରାପୁର ଜଙ୍ଗଲ ରାସ୍ତା ଦେଇ କାଳିକାପ୍ରସାଦ ଜଙ୍ଗଲରେ ପହଞ୍ଚିଥିଲେ। ରବିବାର ଏହି ହାତୀପଲ ରଜିଆ ଜଙ୍ଗଲରେ ରହିଛନ୍ତି। ଚଲା ବାଟରେ ହାତୀପଲ ବହୁ ଖରାଟିଆ ଡାଳୁଅ ଧାନ ଫସଲ ନଷ୍ଟ କରି ଦେଇଛନ୍ତି। ଏ ସମ୍ପର୍କରେ ଚମ୍ପୁଆ ରେଞ୍ଜର ଘାସିନାଥ ପାତ୍ରଙ୍କୁ ପଚାରିବାରୁ ଝାଡ଼ଖଣ୍ଡ ହାତୀପଲର ଗତିବିଧି ଉପରେ ବାଲିବନ୍ଧ, ଉଖୁଣ୍ଡା ଓ ଚମ୍ପୁଆ ସେକ୍ସନର ସ୍କ୍ବାଡ ନଜର ରଖିଥିବା ସେ କହିଛନ୍ତି। ଯେଉଁମାନଙ୍କ ଫସଲ ନଷ୍ଟ ହୋଇଛି ସେମାନଙ୍କୁ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?