ଘୋଷଣାକୁ ବିତିଲା ୮ବର୍ଷ: ନିରାଶ୍ରୟଙ୍କୁ ଆଶ୍ରୟ ଦେଇପାରୁନି ବିଏମ୍‌ସି

କଟକ ରୋଡ,୩।୮(ଡି.ଏନ୍‌.ଏ.): ରାସ୍ତା କଡ଼ରେ ବାସହରା, ଅସହାୟ ବ୍ୟକ୍ତି ଶୋଇବେ ନାହିଁ। ରାତ୍ରି ଆଶ୍ରୟସ୍ଥଳି ସହରରେ ନିର୍ମାଣ ହେବ। ଆଶ୍ରୟସ୍ଥଳିରେ ରହୁଥିବା ଲୋକଙ୍କୁ ମାଗଣା ଖାଦ୍ୟ, କମଳ, ମଶାରି ସହ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ହେବ। ୨୦୧୧ ରେ ଏଭଳି ନିର୍ଦ୍ଦେଶନାମା ଜାରି କରିଥିଲେ ସୁପ୍ରିମକୋର୍ଟ। ଏହିି ନିର୍ଦ୍ଦେଶକୁ ୮ବର୍ଷ ବିତିଯାଇଥିଲେ ମଧ୍ୟ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନିରାଶ୍ରୟଙ୍କ ମନ ଜିଣିପାରୁ ନାହିଁ। ଫଳରେ ଏବେ ବି ରାସ୍ତାକଡ଼, ଦୋକାନ ବାରଣ୍ଡା ଅସହାୟଙ୍କ ଆଶ୍ର୍ରୟସ୍ଥଳି ପାଲଟିଛି।
ସୂଚନା ଅନୁଯାୟୀ, ୨୦୧୧ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ୨୦୧୨ ରେ ଭୁବନେଶ୍ୱର ସହରରେ ଏହା ଠିକ୍‌ କାର୍ଯ୍ୟକାରୀ ହୋଇପାରୁ ନ ଥିବା ନେଇ ନଗର ଉନ୍ନୟନ ବିଭାଗ ଜଣାଯାଇଥିଲା। ଫଳରେ ଏ ନେଇ ବିଭାଗ ବିଏମ୍‌ସିକୁ ତୁରନ୍ତ ସହରରେ ୭ଟି ଆଶ୍ରୟସ୍ଥଳି ଖୋଲିବା ପାଇଁ ନିର୍ଦ୍ଦେଶ ଦେବା ସହ ବସଷ୍ଟାଣ୍ଡ, ଷ୍ଟେଶନ ସହ ମୁଖ୍ୟ ରାସ୍ତା କଡରେ ରହୁଥିବା ଲୋକଙ୍କୁ ସଚେତନ କରିବା ପାଇଁ ଦାୟିତ୍ୱ ଦିଆଯାଇଥିଲା। ଏ ନେଇ ତତ୍‌କାଳୀନ ବିଏମ୍‌ସି କମିଶନର ବିଶାଲ କୁମାର ଦେବଙ୍କ ସହ ଏକ ଟିମ ହଠାତ ରେଲଓ୍ବେ ଷ୍ଟେଶନ ଓ ଆଖପାଖ ଅଞ୍ଚଳରେ ପହଞ୍ଚି ପ୍ରାୟ ୨୫୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଠାବ କରିଥିଲେ। ତୁରନ୍ତ ଆଶ୍ରୟସ୍ଥଳୀ ନିର୍ମାଣ ହୋଇପାରି ନ ଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ସେମାନଙ୍କୁ ୟୁନିଟ-୩ କମ୍ୟୁନିଟି ସେଣ୍ଟର ଓ ପୁରୁଣା ଭୁବନେଶ୍ୱର ଜ୍ଞାନନଗର କମ୍ୟୁନିଟି ସେଣ୍ଟରରେ ଥଇଥାନ କରାଯାଇଥିଲା। ଇତି ମଧ୍ୟରେ ଗଙ୍ଗନଗର, ଭୀମପୁର, ଅଶୋକନଗର, ୟୁନିଟ-୩, ଚନ୍ଦ୍ରଶେଖରପୁର, ଘାଟିକିଆ ଓ ବରମୁଣ୍ଡାରେ ଆଶ୍ରୟସ୍ଥଳି ନିର୍ମାଣ ସରିଛି। ବହୁ ଅର୍ଥ ବ୍ୟୟରେ ତିଆରି ହେବା ସହ ୨ଟି ଏଜେନ୍ସିକୁ ଲୋକଙ୍କୁ ଆଶ୍ରୟସ୍ଥଳିକୁ ବୁଝାଯାଇ ଅଣାଯିବ, ନିରାଶ୍ରୟଙ୍କୁ ଖାଦ୍ୟ ପ୍ରଦାନ ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଦେବା ପାଇଁ ପ୍ରତି ଆଶ୍ରୟସ୍ଥଳି ପିଛା ପ୍ରାୟ ୭୦ହଜାର ଟଙ୍କାରୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାସିକ ବିଏମ୍‌ସି ସମ୍ପୃକ୍ତ ଏଜେନ୍ସିକୁ ଅର୍ଥ ପଇଠ କରୁଥିବା ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି। ବିଭାଗୀୟ ଅଧିକାରୀଙ୍କ ସୂଚନା ମୁତାବକ, ମାସିକ ପ୍ରାୟ ୭ଲକ୍ଷ ଟଙ୍କା ଏଜେନ୍ସି ଅର୍ଥ ନେଉଥିବା ବେଳେ କିନ୍ତୁ ସଚେତନ ବାବଦରେ ସେଭଳି କିଛି ପଦକ୍ଷେପ ନ ନେବା ଯୋଗୁ ସହରର ବିଭିନ୍ନ ସ୍ଥାନରେ ଅସହାୟ ବର୍ଷା ଦିନରେ ରାସ୍ତା କଡ଼ରେ ଶୋଇଥିବା ପରିଲକ୍ଷିତ ହୋଇଛି। ମୁଖ୍ୟତଃ ରେଲଓ୍ବେ ଷ୍ଟେଶନ ସମ୍ମୁଖ, ବସଷ୍ଟାଣ୍ଡ, କଳ୍ପନା ଛକ, କଟକ ରୋଡ, ବିଭିନ୍ନ ଓଭରବ୍ରିଜ ତଳେ ଅସହାୟ ରାତ୍ରିଯାପନ କରୁଛନ୍ତି। କଟକରେ ୩ ଅସହାୟଙ୍କୁ ହତ୍ୟା କରାଯିବା ପରେ ମଧ୍ୟ ବିଏମ୍‌ସି ନିରାଶ୍ରୟଙ୍କୁ ମନାଇବା ପାଇଁ ସେଭଳି କିଛି ତତ୍ପରତା ପ୍ରକାଶ କରିନାହିଁ। ବିଏମ୍‌ସିର କାର୍ଯ୍ୟ ପ୍ରଣାଳୀ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ସହରର ପ୍ରମୁଖ ସ୍ଥାନ ତଥା ଛକ ଅଞ୍ଚଳରେ ନିରାଶ୍ରୟ ଓ ବାସହରାଙ୍କୁ ସଚେତନ କରିବା ସହ ରାଜଧାନୀରେ ଖୋଲିଥିବା ଆଶ୍ରୟସ୍ଥଳି ବାବଦରେ ସୂଚନା ଓ ଠିକଣା ପ୍ରଦାନ ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି। କିନ୍ତୁ ଏଯାବତ ସହରରେ ହୋର୍ଡିଂ କିମ୍ବା ବ୍ୟାନରରେ ଲଗାଯାଇନାହିଁ। ଫଳରେ ବିଏମ୍‌ସି କତ୍ତୃପକ୍ଷ ଏଦିଗରେ କେତେ ସଫଳତା ହାସଲ କରିଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। କଳ୍ପନା ଛକର ଏକ ଦୋକାନ ବାରଣ୍ଡାରେ ଶୋଇଥିବା ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ନୂଆଗଁା ଗ୍ରାମର ରମେଶ ବେହେରା କୁହନ୍ତି, କଟକ ଘଟଣା ଶୁଣିବା ପରେ ଆମ୍ଭମାନଙ୍କ ମଧ୍ୟରେ ଭୟ ଦେଖାଦେଇଛି। ପୋଲିସ କିମ୍ବା ମ୍ୟୁନିସିପାଲିଟି କେହି କେବେ ଲୋକଙ୍କୁ ବୁଝାଇବା ଦେଖିନାହିଁ। କିଛି ଦିନ ହେବ ରାତିରେ ଲୁଟ ହେଉଥିବା ଜାଣିବା ପରେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଅନିଦ୍ରା ରହୁଛୁ ବୋଲି କୁହନ୍ତି ଶ୍ରମିକ ଶରତ ଗଉଡ। ଏ ସମ୍ପର୍କରେ ବିଏମ୍‌ସି ଡେପୁଟି କମିଶନର(ଓ୍ବେଲଫେୟାର) ସଂଘମିତ୍ରା ବେହେରା କୁହନ୍ତି, ଏ ବିଷୟରେ ସୂଚନା ଦେବା ପାଇଁ ଆଶ୍ରୟସ୍ଥଳି ଦାୟିତ୍ୱରେ ଥିବା ବିଏମ୍‌ସି ଟିମ ଲିଡରଙ୍କୁ କହିଥିଲେ। ବିଏମ୍‌ସି ଟିମ ଲିଡରଙ୍କ କହିବାନୁଯାୟୀ, ମଝିରେ ମଝିରେ ଡେପୁଟି କମିଶନର ଓ ମୁଁ ଏଜେନ୍ସି ଲୋକଙ୍କୁ ନେଇ ବିଭିନ୍ନ ସ୍ଥାନରେ ନିରାଶ୍ରୟଙ୍କୁ ଅଶ୍ରୟସ୍ଥଳି ଆସକୁ ଆଣିବା ପାଇଁ ବୁଝାଉଛୁ। କିନ୍ତୁ ସେମାନେ ଆସିବାକୁ ମଙ୍ଗୁନାହାନ୍ତି। ଷ୍ଟେଶନ ଛକରେ ଥିବା ହୋର୍ଡିଂ ବାତ୍ୟା ଫନୀରେ ଭାଙ୍ଗିଯାଇଛି। ଅନ୍ୟାନ୍ୟ ଅଞ୍ଚଳରେ ହୋର୍ଡିଂ ଲଗାଇବା ପାଇଁ ସେଭଳି କିଛି ପଦକ୍ଷେପ ଅଦ୍ୟାବଧି ନିଆଯାଇନାହିଁ। ଖୁବଶୀଘ୍ର ସମସ୍ତ ପ୍ରମୁଖ ଛକରେ ହୋର୍ଡିଂ ଲଗାଯିବା ସହ ସଚେତନତା ବଢ଼ାଇବା ପାଇଁ ଉଦ୍ୟମ ଆରମ୍ଭ ହେବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri