ଘୋଷଣାକୁ ବିତିଲା ୮ବର୍ଷ: ନିରାଶ୍ରୟଙ୍କୁ ଆଶ୍ରୟ ଦେଇପାରୁନି ବିଏମ୍‌ସି

କଟକ ରୋଡ,୩।୮(ଡି.ଏନ୍‌.ଏ.): ରାସ୍ତା କଡ଼ରେ ବାସହରା, ଅସହାୟ ବ୍ୟକ୍ତି ଶୋଇବେ ନାହିଁ। ରାତ୍ରି ଆଶ୍ରୟସ୍ଥଳି ସହରରେ ନିର୍ମାଣ ହେବ। ଆଶ୍ରୟସ୍ଥଳିରେ ରହୁଥିବା ଲୋକଙ୍କୁ ମାଗଣା ଖାଦ୍ୟ, କମଳ, ମଶାରି ସହ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ହେବ। ୨୦୧୧ ରେ ଏଭଳି ନିର୍ଦ୍ଦେଶନାମା ଜାରି କରିଥିଲେ ସୁପ୍ରିମକୋର୍ଟ। ଏହିି ନିର୍ଦ୍ଦେଶକୁ ୮ବର୍ଷ ବିତିଯାଇଥିଲେ ମଧ୍ୟ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନିରାଶ୍ରୟଙ୍କ ମନ ଜିଣିପାରୁ ନାହିଁ। ଫଳରେ ଏବେ ବି ରାସ୍ତାକଡ଼, ଦୋକାନ ବାରଣ୍ଡା ଅସହାୟଙ୍କ ଆଶ୍ର୍ରୟସ୍ଥଳି ପାଲଟିଛି।
ସୂଚନା ଅନୁଯାୟୀ, ୨୦୧୧ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ୨୦୧୨ ରେ ଭୁବନେଶ୍ୱର ସହରରେ ଏହା ଠିକ୍‌ କାର୍ଯ୍ୟକାରୀ ହୋଇପାରୁ ନ ଥିବା ନେଇ ନଗର ଉନ୍ନୟନ ବିଭାଗ ଜଣାଯାଇଥିଲା। ଫଳରେ ଏ ନେଇ ବିଭାଗ ବିଏମ୍‌ସିକୁ ତୁରନ୍ତ ସହରରେ ୭ଟି ଆଶ୍ରୟସ୍ଥଳି ଖୋଲିବା ପାଇଁ ନିର୍ଦ୍ଦେଶ ଦେବା ସହ ବସଷ୍ଟାଣ୍ଡ, ଷ୍ଟେଶନ ସହ ମୁଖ୍ୟ ରାସ୍ତା କଡରେ ରହୁଥିବା ଲୋକଙ୍କୁ ସଚେତନ କରିବା ପାଇଁ ଦାୟିତ୍ୱ ଦିଆଯାଇଥିଲା। ଏ ନେଇ ତତ୍‌କାଳୀନ ବିଏମ୍‌ସି କମିଶନର ବିଶାଲ କୁମାର ଦେବଙ୍କ ସହ ଏକ ଟିମ ହଠାତ ରେଲଓ୍ବେ ଷ୍ଟେଶନ ଓ ଆଖପାଖ ଅଞ୍ଚଳରେ ପହଞ୍ଚି ପ୍ରାୟ ୨୫୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଠାବ କରିଥିଲେ। ତୁରନ୍ତ ଆଶ୍ରୟସ୍ଥଳୀ ନିର୍ମାଣ ହୋଇପାରି ନ ଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ସେମାନଙ୍କୁ ୟୁନିଟ-୩ କମ୍ୟୁନିଟି ସେଣ୍ଟର ଓ ପୁରୁଣା ଭୁବନେଶ୍ୱର ଜ୍ଞାନନଗର କମ୍ୟୁନିଟି ସେଣ୍ଟରରେ ଥଇଥାନ କରାଯାଇଥିଲା। ଇତି ମଧ୍ୟରେ ଗଙ୍ଗନଗର, ଭୀମପୁର, ଅଶୋକନଗର, ୟୁନିଟ-୩, ଚନ୍ଦ୍ରଶେଖରପୁର, ଘାଟିକିଆ ଓ ବରମୁଣ୍ଡାରେ ଆଶ୍ରୟସ୍ଥଳି ନିର୍ମାଣ ସରିଛି। ବହୁ ଅର୍ଥ ବ୍ୟୟରେ ତିଆରି ହେବା ସହ ୨ଟି ଏଜେନ୍ସିକୁ ଲୋକଙ୍କୁ ଆଶ୍ରୟସ୍ଥଳିକୁ ବୁଝାଯାଇ ଅଣାଯିବ, ନିରାଶ୍ରୟଙ୍କୁ ଖାଦ୍ୟ ପ୍ରଦାନ ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଦେବା ପାଇଁ ପ୍ରତି ଆଶ୍ରୟସ୍ଥଳି ପିଛା ପ୍ରାୟ ୭୦ହଜାର ଟଙ୍କାରୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାସିକ ବିଏମ୍‌ସି ସମ୍ପୃକ୍ତ ଏଜେନ୍ସିକୁ ଅର୍ଥ ପଇଠ କରୁଥିବା ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି। ବିଭାଗୀୟ ଅଧିକାରୀଙ୍କ ସୂଚନା ମୁତାବକ, ମାସିକ ପ୍ରାୟ ୭ଲକ୍ଷ ଟଙ୍କା ଏଜେନ୍ସି ଅର୍ଥ ନେଉଥିବା ବେଳେ କିନ୍ତୁ ସଚେତନ ବାବଦରେ ସେଭଳି କିଛି ପଦକ୍ଷେପ ନ ନେବା ଯୋଗୁ ସହରର ବିଭିନ୍ନ ସ୍ଥାନରେ ଅସହାୟ ବର୍ଷା ଦିନରେ ରାସ୍ତା କଡ଼ରେ ଶୋଇଥିବା ପରିଲକ୍ଷିତ ହୋଇଛି। ମୁଖ୍ୟତଃ ରେଲଓ୍ବେ ଷ୍ଟେଶନ ସମ୍ମୁଖ, ବସଷ୍ଟାଣ୍ଡ, କଳ୍ପନା ଛକ, କଟକ ରୋଡ, ବିଭିନ୍ନ ଓଭରବ୍ରିଜ ତଳେ ଅସହାୟ ରାତ୍ରିଯାପନ କରୁଛନ୍ତି। କଟକରେ ୩ ଅସହାୟଙ୍କୁ ହତ୍ୟା କରାଯିବା ପରେ ମଧ୍ୟ ବିଏମ୍‌ସି ନିରାଶ୍ରୟଙ୍କୁ ମନାଇବା ପାଇଁ ସେଭଳି କିଛି ତତ୍ପରତା ପ୍ରକାଶ କରିନାହିଁ। ବିଏମ୍‌ସିର କାର୍ଯ୍ୟ ପ୍ରଣାଳୀ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ସହରର ପ୍ରମୁଖ ସ୍ଥାନ ତଥା ଛକ ଅଞ୍ଚଳରେ ନିରାଶ୍ରୟ ଓ ବାସହରାଙ୍କୁ ସଚେତନ କରିବା ସହ ରାଜଧାନୀରେ ଖୋଲିଥିବା ଆଶ୍ରୟସ୍ଥଳି ବାବଦରେ ସୂଚନା ଓ ଠିକଣା ପ୍ରଦାନ ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି। କିନ୍ତୁ ଏଯାବତ ସହରରେ ହୋର୍ଡିଂ କିମ୍ବା ବ୍ୟାନରରେ ଲଗାଯାଇନାହିଁ। ଫଳରେ ବିଏମ୍‌ସି କତ୍ତୃପକ୍ଷ ଏଦିଗରେ କେତେ ସଫଳତା ହାସଲ କରିଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। କଳ୍ପନା ଛକର ଏକ ଦୋକାନ ବାରଣ୍ଡାରେ ଶୋଇଥିବା ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ନୂଆଗଁା ଗ୍ରାମର ରମେଶ ବେହେରା କୁହନ୍ତି, କଟକ ଘଟଣା ଶୁଣିବା ପରେ ଆମ୍ଭମାନଙ୍କ ମଧ୍ୟରେ ଭୟ ଦେଖାଦେଇଛି। ପୋଲିସ କିମ୍ବା ମ୍ୟୁନିସିପାଲିଟି କେହି କେବେ ଲୋକଙ୍କୁ ବୁଝାଇବା ଦେଖିନାହିଁ। କିଛି ଦିନ ହେବ ରାତିରେ ଲୁଟ ହେଉଥିବା ଜାଣିବା ପରେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଅନିଦ୍ରା ରହୁଛୁ ବୋଲି କୁହନ୍ତି ଶ୍ରମିକ ଶରତ ଗଉଡ। ଏ ସମ୍ପର୍କରେ ବିଏମ୍‌ସି ଡେପୁଟି କମିଶନର(ଓ୍ବେଲଫେୟାର) ସଂଘମିତ୍ରା ବେହେରା କୁହନ୍ତି, ଏ ବିଷୟରେ ସୂଚନା ଦେବା ପାଇଁ ଆଶ୍ରୟସ୍ଥଳି ଦାୟିତ୍ୱରେ ଥିବା ବିଏମ୍‌ସି ଟିମ ଲିଡରଙ୍କୁ କହିଥିଲେ। ବିଏମ୍‌ସି ଟିମ ଲିଡରଙ୍କ କହିବାନୁଯାୟୀ, ମଝିରେ ମଝିରେ ଡେପୁଟି କମିଶନର ଓ ମୁଁ ଏଜେନ୍ସି ଲୋକଙ୍କୁ ନେଇ ବିଭିନ୍ନ ସ୍ଥାନରେ ନିରାଶ୍ରୟଙ୍କୁ ଅଶ୍ରୟସ୍ଥଳି ଆସକୁ ଆଣିବା ପାଇଁ ବୁଝାଉଛୁ। କିନ୍ତୁ ସେମାନେ ଆସିବାକୁ ମଙ୍ଗୁନାହାନ୍ତି। ଷ୍ଟେଶନ ଛକରେ ଥିବା ହୋର୍ଡିଂ ବାତ୍ୟା ଫନୀରେ ଭାଙ୍ଗିଯାଇଛି। ଅନ୍ୟାନ୍ୟ ଅଞ୍ଚଳରେ ହୋର୍ଡିଂ ଲଗାଇବା ପାଇଁ ସେଭଳି କିଛି ପଦକ୍ଷେପ ଅଦ୍ୟାବଧି ନିଆଯାଇନାହିଁ। ଖୁବଶୀଘ୍ର ସମସ୍ତ ପ୍ରମୁଖ ଛକରେ ହୋର୍ଡିଂ ଲଗାଯିବା ସହ ସଚେତନତା ବଢ଼ାଇବା ପାଇଁ ଉଦ୍ୟମ ଆରମ୍ଭ ହେବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri