ଘରୋଇ କ୍ଷେତ୍ରକୁ ଏମ୍‌ଜିଏନ୍‌ଆର୍‌ଇଜିଏ ଅର୍ଥ

ନୂଆଦିଲ୍ଲୀ,୧୮ା୫: ଘରୋଇ ଫ୍ୟାକ୍ଟ୍ରି ଓ ନିର୍ମାଣସ୍ଥଳ ଭଳି ପ୍ରାଇଭେଟ୍‌ ଏଣ୍ଟରପ୍ରାଇଜ୍‌ରେ ନିୟୋଜିତ ଶ୍ରମିକଙ୍କ ପାଇଁ ମହାମତ୍ା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ (ଏମ୍‌ଜିଏନ୍‌ଆର୍‌ଇଜିଏ) କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଏମ୍‌ଜିଏନ୍‌ଆଇଜିଏ ପାଣ୍ଠିକୁ ଘରୋଇ କ୍ଷେତ୍ରରେ ଖର୍ଚ୍ଚ କରିବା ଲାଗି ଏକ ମିନିଷ୍ଟରିଆଲ୍‌ ପ୍ୟାନେଲ ସୁପାରିସ କରିଥିବା ଜଣାପଡ଼ିଛି। ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଥାଓ୍ବରଚନ୍ଦ ଗେହଲଟଙ୍କ ନେତୃତ୍ୱରେ ନିଯୁକ୍ତି ସମ୍ପର୍କିତ ଅଣାନୁଷ୍ଠାନିକ ମନ୍ତ୍ରୀ ଗୋଷ୍ଠୀ (ଜିଓଏମ୍‌) ପକ୍ଷରୁ କରାଯାଇଥିବା ସୁପାରିସ ହେଲା, ଘରୋଇ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କୁ ଏମ୍‌ଜିଏନ୍‌ଆର୍‌ଇଜିଏ ପାଣ୍ଠିରୁ ସବ୍‌ସିଡି ଅର୍ଥ ଦିଆଯିବ। ନିର୍ମାଣ ଶ୍ରମିକ ଓ ଫ୍ୟାକ୍ଟ୍ରିର ଶ୍ରମିକମାନଙ୍କୁ ମଧ୍ୟ ଉକ୍ତ ଯୋଜନା ଅଧୀନରେ ଯୋଗ୍ୟ ବିବେଚନା କରାଯିବ। ଏହି ପଦକ୍ଷେପ ଏମ୍‌ଜିଏନ୍‌ଆର୍‌ଇଜିଏକୁ ନୂଆ କରି ପରିଭାଷିତ କରିବ। ତେବେ ଏଥିପାଇଁ ୨୦୦୫ର ଏହି ଆଇନରେ ଏକ ସଂଶୋଧନ ଜରୁରୀ।
କଂଗ୍ରେସ ନେତୃତ୍ୱାଧୀନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା) ସରକାର ଅମଳରେ ଆରମ୍ଭ ହୋଇଥିବା ଏମ୍‌ଜିଏନ୍‌ଆର୍‌ଇଜିଏ ଆଇନରେ ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାର ପାଇଁ ୧୦୦ ଦିନର କାର୍ଯ୍ୟ ସହ ମଜୁରି ନିଶ୍ଚିତ କରାଯାଇଛି। ତେବେ ଏହା ଫ୍ୟାକ୍ଟ୍ରି ଓ ଦୋକାନଗୁଡ଼ିକରେ କାର୍ଯ୍ୟକାରୀ ହେଉନାହିଁ। ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ, ଏହି ପ୍ରସ୍ତାବଗୁଡ଼ିକୁ ଗ୍ରହଣ କରାଗଲେ ଗ୍ରାମାଞ୍ଚଳ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ପରିସର ବୃଦ୍ଧି ଘଟିବ। ଫଳରେ ଏହି ଆଇନ ଅଧୀନରେ ସେହି ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧସହରାଞ୍ଚଳଗୁଡ଼ିକ ଆସିବ, ଯେଉଁଠି ଫ୍ୟାକ୍ଟ୍ରି ଓ କନ୍‌ଷ୍ଟ୍ରକଶନ କମ୍ପାନୀଗୁଡ଼ିକ ରହିଥିବ। ଘରୋଇ କ୍ଷେତ୍ରକୁ କାର୍ଯ୍ୟ ଆରମ୍ଭ ଲାଗି ପ୍ରୋତ୍ସାହନ ଦେବା ପାଇଁ ସେମାନଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ମଜୁରି ଏମ୍‌ଜିଏନ୍‌ଆର୍‌ଇଜିଏ ପାରିଶ୍ରମିକ ଅଂଶର ଊର୍ଦ୍ଧ୍ୱରେ ରହିବା ଉଚିତ। ଏପ୍ରିଲ ୧ରୁ ହାରାହାରି ଏମ୍‌ଜିଏନ୍‌ଆଇଜିଏ ମଜୁରି ହାର ଶ୍ରମିକ ପିଛା ଦିନକୁ ୨୦୨ ଟଙ୍କାକୁ ବୃଦ୍ଧି କରାଯାଇଛି। ଉକ୍ତ ସୁପାରିସର ତାତ୍ପର୍ଯ୍ୟ ହେଉଛି, ଏମ୍‌ଜିଏନ୍‌ଆର୍‌ଇଜିଏ ମଜୁରି ବାବଦ (୨୦୨ ଟଙ୍କା)କୁ ରାଜ୍ୟଗୁଡ଼ିକ ପକ୍ଷରୁ ସମ୍ପୃକ୍ତ ଘରୋଇ ସଂସ୍ଥାଗୁଡ଼ିକ ନିକଟକୁ ହସ୍ତାନ୍ତର କରାଯିବ। ଘରୋଇ କମ୍ପାନୀଗୁଡ଼ିକର ନଗଦ ସମସ୍ୟାକୁ ଦୂର କରିବା ପାଇଁ ଏହା ଏକ ସବ୍‌ସିଡି। ସରକାରଙ୍କ ଏହି ଅନୁଦାନ ସହ କମ୍ପାନୀଗୁଡ଼ିକ ସେମାନଙ୍କ ଶ୍ରମିକଙ୍କ ଦକ୍ଷତା ଅନୁସାରେ ସର୍ବନିମ୍ନ ମଜୁରି ପ୍ରଦାନ କରିବେ। କରୋନା ସଂକ୍ରମଣର ମୁକାବିଲା ପାଇଁ ଦେଶବ୍ୟାପୀ ଜାରି ଲକ୍‌ଡାଉନ୍‌ ଯୋଗୁ ବନ୍ଦ ହୋଇଯାଇଥିବା ଆର୍ଥିକ ଗତିବିଧିକୁ ସକ୍ରିୟ କରିବା ଲାଗି ଏହି ପଦକ୍ଷେପ ନିଆଯାଉଛି। କାରଣ ପ୍ରାୟ ଦୁଇମାସ ଧରି ଚାଲିଥିବା ଲକ୍‌ଡାଉନ୍‌ ଯୋଗୁ ଅନେକ ଛୋଟ ଫ୍ୟାକ୍ଟ୍ରି ଓ ନିର୍ମାଣ କମ୍ପାନୀ ନଗଦ ସଙ୍କଟକୁ ସାମ୍ନା କରୁଛନ୍ତି। ଜିଓଏମ୍‌ କେନ୍ଦ୍ର ସରକାରଙ୍କୁ ଚଳିତ ସପ୍ତାହରେ ଉକ୍ତ ରିପୋର୍ଟ ପ୍ରଦାନ କରିଛି।
ପଦକ୍ଷେପକୁ ନେଇ ସମାଲୋଚନା
ମନ୍ତ୍ରୀସ୍ତରୀୟ ପ୍ୟାନେଲର ପ୍ରସ୍ତାବଗୁଡ଼ିକୁ ନେଇ ବିବାଦ ଉଠିସାରିଛି। ଶୁକ୍ରବାର ମଜଦୁର କିଷାନ ଶକ୍ତି ସଙ୍ଗଠନ(ଏମ୍‌କେଏସ୍‌ଏସ୍‌)ର ଅଧିକାର କର୍ମୀ ଅରୁଣା ରୟ ଓ ନିଖିଲ ଦେ ଏକ ବିବୃତି ଜାରି କରିଥିଲେ। ଏମ୍‌ଜିଏନ୍‌ଆର୍‌ଇଜିଏ ଗାଇଡ୍‌ଲାନରେ ଅଣାଯିବାକୁ ଥିବା ପ୍ରସ୍ତାବିତ ପରିବର୍ତ୍ତନକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି। କେଏମ୍‌ଏସ୍‌ଏସ୍‌ ବିବୃତିରେ ଉଲ୍ଲେଖ କରାଯାଇଛି, ଆମେ ଦୃଢ଼ ଭାବେ ବିଶ୍ୱାସ କରୁଛୁ ଯେ ଏମ୍‌ଜିଏନ୍‌ଆର୍‌ଇଜିଏ ଅଧୀନରେ ଥିବା ଅଧିକାର ଆଇନ ଦ୍ୱାରା ପ୍ରଦତ୍ତ। ଏହାକୁ ସୁରକ୍ଷା ଓ ସମ୍ମାନ ଦିଆଯିବା ଉଚିତ। ପରିବାରଗୁଡ଼ିକ ପାଇଁ କାର୍ଯ୍ୟ ଦିବସ ବଢ଼ାଇବା ଭଳି ଏମ୍‌ଜିଏନ୍‌ଆର୍‌ଇଜିଏର ପରିସର ବୃଦ୍ଧି ନେଇ କୌଣସି ପ୍ରକାର ଉଦ୍ୟମ ଏହି ଆଇନ ଅନୁମୋଦିତ କାର୍ଯ୍ୟର ବୈଶିଷ୍ଟ୍ୟକୁ ନେଇ ହେବା ଦରକାର। ସହରାଞ୍ଚଳକୁ ଏଥିରେ ଅନ୍ତର୍ଭୁକ୍ତ କରିବା ଏକ ଜରୁରୀ ପ୍ରସଙ୍ଗ। ଏହାକୁ ପୂର୍ବରୁ ଆଇନତଃ ମିଳିଥିବା ଅଧିକାର ସହ ଅତିରିକ୍ତ ଭାବେ ଦିଆଯିବା ଉଚିତ, ସେଗୁଡ଼ିକ ବଦଳରେ ନୁହେଁ। ଏଥିରେ ଆହୁରି କୁହାଯାଇଛି ଯେ, ଗାଇଡ୍‌ଲାଇନ୍‌ରେ କୌଣସି ପ୍ରକାର ପରିବର୍ତ୍ତନ ପାଇଁ ଉଦ୍ୟମ କରାଗଲେ ତାହା ଆଇନାନୁସାରେ ଗଠିତ ତଥା ଦେଶରେ ଏହି ଯୋଜନାର କାର୍ଯ୍ୟକାରିତା ନେଇ ପରାମର୍ଶ ଦେଇ ସମୀକ୍ଷା କରୁଥିବା କେନ୍ଦ୍ରୀୟ ଓ ରାଜ୍ୟ ଏମ୍ପ୍ଲୟମେଣ୍ଟ କାଉନ୍‌ସିଲଗୁଡ଼ିକର ପରାମର୍ଶକ୍ରମେ ହେଉ।
ଅନ୍ୟ ପ୍ରସ୍ତାବ
ଲକ୍‌ଡାଉନ୍‌ ଯୋଗୁ ଲକ୍ଷ ଲକ୍ଷ ଶ୍ରମିକ କର୍ମସଂସ୍ଥାନ ହରାଇ ସହର ଛାଡ଼ି ନିଜ ନିଜ ଗାଁକୁ ଫେରିବାକୁ ବାଧ୍ୟ ହୋଇଛନ୍ତି। ଫଳରେ ସୃଷ୍ଟି ହୋଇଥିବା ଜୀବିକା ସମ୍ପର୍କିତ ସମସ୍ୟାଗୁଡ଼ିକର ସମାଧାନ ପାଇଁ ସରକାରଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି। ଏଥିପାଇଁ ଗାଁକୁ ଫେରୁଥିବା ଶ୍ରମିକମାନଙ୍କୁ ମଧ୍ୟ ଜବ୍‌କାର୍ଡ ଦିଆଯିବା ଉଚିତ, ଯଦ୍ଦ୍ବାରା ସୋନେ ନିଜ ଦକ୍ଷତା ଅନୁସାରେ କାମ ପାଇପାରିବେ ବୋଲି ଜିଓଏମ୍‌ ପ୍ରସ୍ତାବ ଦେଇଛି। ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପାଇଁ ୧୦୦ ଦିନର କାର୍ଯ୍ୟ ଶେଷ କରିଥିବା ପରିବାରଗୁଡ଼ିକୁ ଅର୍ଦ୍ଧ-କୁଶଳୀ/କୁଶଳୀ ଶ୍ରମଶକ୍ତିରେ ପରିଣତ କରିବା ଲାଗି ଏଥିରେ ସାମିଲ କରିବା ପାଇଁ ମଧ୍ୟ ପ୍ୟାନେଲ ପ୍ରସ୍ତାବ ଦେଇଛି। ଏମ୍‌ଜିଏନ୍‌ଆର୍‌ଇଜିଏ ବାହାରେ କାମ ଖୋଜି ପାଇବାରେ ସେମାନଙ୍କୁ ଏହା ସହାୟକ ହେବ।
ବହୁ ସଂଖ୍ୟକ ଶ୍ରମ ଶକ୍ତି ଗାଁକୁ ଫେରିବାରେ ଲାଗିଥିବାରୁ ଚିନ୍ତା ବଢ଼ିଛି। ଏଥିପାଇଁ ଦାଦନ ଶ୍ରମିକମାନଙ୍କୁ କାମ ଯୋଗାଇଦେବା ଲାଗି ସରକାର ଏମ୍‌ଜିଏନ୍‌ଆର୍‌ଇଜିଏକୁ ମୁଖ୍ୟ ଆଧାର ଭାବେ ଗ୍ରହଣ କରିଛନ୍ତି। ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କୋଭିଡ୍‌-୧୯ ରିଲିଫ୍‌ ପ୍ୟାକେଜ୍‌ର ଦ୍ୱିତୀୟ ପେଡ଼ି ଖୋଲିବାବେଳେ ଏ ସମ୍ପର୍କରେ ସୂଚନା ଦେଇ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ସୀତାରାମନ କହିଥିଲେ, ସରକାର ବାହୁଡ଼ା ଶ୍ରମିକମାନଙ୍କୁ ଲଗାତର ଏମ୍‌ଜିଏନ୍‌ଆର୍‌ଇଜିଏର ସୁବିଧା ଦେଇଆସୁଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରକୃତ ବ୍ୟୟ ପ୍ରାୟ ୧୦,୦୦୦ କୋଟି ରହିଛି। ମାର୍ଚ୍ଚ ୨୬ରେ ସେ ଏମ୍‌ଜିଏନ୍‌ଆର୍‌ଇଜିଏ ମଜୁରିକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଦୈନିକ ୧୮୨ ଟଙ୍କାରୁ ବୃଦ୍ଧି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪୦ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ହୋଇଗଲା ହୃଦ୍‌ସ୍ପନ୍ଦନ, ପରେ ଘଟିଲା ଏମିତି, ଡାକ୍ତର ହେଲେ ଆଶ୍ଚର୍ଯ୍ୟ…

କିଛି ସେକେଣ୍ଡ କିମ୍ବା ମିନିଟ୍‌ ପାଇଁ ନୁହେଁ, ୪୦ ଘଣ୍ଟାରୁ ଅଧିକ ସମୟ ଧରି ଜଣେ ବ୍ୟକ୍ତିଙ୍କ ହୃଦ୍‌ସ୍ପନ୍ଦନ ବନ୍ଦ ହୋଇଗଲା। ତା’ ପରେ ଯାହା ଘଟିଲା…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: TTE କରିବେ ଏହି ବଡ଼ କାମ, ଯୁକ୍ତିତର୍କ ସବୁ ହେବ ରେକର୍ଡ!

ନୂଆଦିଲ୍ଲୀ,୨୩।୭: ଟ୍ରେନରେ ଟିକେଟ ଯାଞ୍ଚ ଏବେ କ୍ୟାମେରା ନିରୀକ୍ଷଣରେ କରାଯିବ। ଟିଟିଇ ଏବଂ ଯାତ୍ରୀଙ୍କ ମଧ୍ୟରେ ବାର୍ତ୍ତାଳପକ ଭିଡିଓ ଫୁଟେଜ୍ ରେକର୍ଡ କରିବା ପାଇଁ ଟିଟିଇମାନେ ସେମାନଙ୍କ…

ଘରୁ ବଡ଼ ଧରଣର ଲୁଟ୍, ଶୋଇଥିବା ବେଳେ ଲୁଟିନେଲେ ୨୦ଲକ୍ଷ….

ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

ସରପଞ୍ଚ-ସମିତିସଭ୍ୟଙ୍କ ତୁ ତୁ ମେ ମେ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ରିଷିଡ଼ା,୨୩ା୭(ସୁଶାନ୍ତ ମଲ୍ଲିକ): ରାସ୍ତା କାମ କରିବା ପାଇଁ ଜନପ୍ରତିନିଧି ସରପଞ୍ଚ ଓ ସମିତିସଭ୍ୟଙ୍କ ଭିତରେ ତୁ ତୁ ମେ ମେ ଯୋଗୁ ଦେଢ଼ମାସ ହେଲା ରାସ୍ତା କାମ…

CJP Protest Update: ପିଏମ୍‌ ମୋଦିଙ୍କୁ କଂଗ୍ରେସ ଲେଖିଲା ଏଭଳି ଚିଠି, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୩।୭: ଲୋକ ସଭା ଏବଂ ରାଜ୍ୟ ସଭାରେ ଗୁରୁବାର ବିରୋଧୀ ଦଳଗୁଡ଼ିକ ନିଟ୍‌ (NEET) ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଆଲୋଚନା ଆରମ୍ଭ କରିବା ପୂର୍ବରୁ କେନ୍ଦ୍ର ଶିକ୍ଷା…

ସ୍ବାମୀଙ୍କୁ ଛାଡ଼ି ଦ୍ୱିତୀୟ ବିବାହ କରିଥିଲେ ଅର୍ଚ୍ଚନା: ୪୫ ଦିନ ପରେ ସ୍ବାମୀଙ୍କୁ କଲେ ହତ୍ୟା, କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଭୋପାଳ,୨୩।୭: ମଧ୍ୟପ୍ରଦେଶର ପାନ୍ନା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ୪୫ ଦିନ ପରେ ଜଣେ ମହିଳା ତାଙ୍କ ପୂର୍ବତନ ସ୍ବାମୀଙ୍କ ସହିତ…

ଅଧିନାୟକ ଆୟରଙ୍କ ବଡ଼ ବୟାନ: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୩।୭: ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ଫର୍ମାଟରେ ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଆରମ୍ଭ ଆଶା…

ଜୀବନକାଳ ଭିତରେ ସୁନ୍ଦରୀ ଗ୍ରହଣ କରି ନ ଥିଲେ ସରକାରଙ୍କ ଭତ୍ତା ଟଙ୍କା, ଦେହାନ୍ତ ପରେ ଅଞ୍ଚଳବାସୀ…

ମହାକାଳପଡ଼ା,୨୩ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଧରିତ୍ରୀ ଖବରଦାତା ପ୍ରତାପ ଚନ୍ଦ୍ର ସ୍ବାଇଁଙ୍କ ମା’ ସୁନ୍ଦରୀ ସ୍ବାଇଁ(୯୬) ଙ୍କର ମଙ୍ଗଳବାର ବାରଡ଼ାଙ୍ଗସ୍ଥିତ ବାସଭବନରେ ରାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri