ଘରେ ମଶା ହେଉଥିଲେ

ଧୀରେ ଧୀରେ ଶୀତ କମିବା ସହ ମଶାଙ୍କ ସଂଖ୍ୟା ବଢୁଛି, ଯାହାକୁ ରୋକିବା ଲାଗି ସାଧାରଣତଃ ମଶାମରା କଏଲ୍‌, ଲିକ୍ୱିଡ୍‌, ହିଟ୍‌ ଆଦି ବ୍ୟବହାର କରାଯାଉଛି। ହେଲେ ଏସବୁରୁ ନିର୍ଗତ ବିଷାକ୍ତ ଧୂଆଁ ସ୍ବାସ୍ଥ୍ୟୋପକାରୀ ନୁହେଁ। ତେଣୁ ଆପଣ ଚାହିଁଲେ ଘରେ କେତୋଟି ଗଛ ରଖିପାରିବେ, ଯାହା କି ମଶା ଦୂର କରିବାରେ ବେଶ୍‌ ସାହାଯ୍ୟ କରିବ। ଜାଣି ରଖନ୍ତୁ ସେ ସମ୍ପର୍କରେ…

ତୁଳସୀ ଗଛ: ଭାରତରେ ପ୍ରାୟ ଅଧିକାଂଶ ଲୋକଙ୍କ ଘରେ ତୁଳସୀ ଗଛ ପୂଜାପାଏ। ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି, ଯାହା କି ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ। ତେବେ ଆପଣ ନିଜ ବାଲକୋନି କିମ୍ବା ଘର ବାହାରେ କେତେଗୁଡିଏ ତୁଳସୀ ଗଛ ଲଗାଇ ରଖିଲେ ଏଥିରୁ ନିର୍ଗତ ସୁଗନ୍ଧରେ ମଶା ଘର ଭିତରକୁ ଆସି ନ ଥାନ୍ତି।
ଲେମନ୍‌ ଗ୍ରାସ୍‌: ଏହା ଏକ ଲେମ୍ବୁ ସୁଗନ୍ଧଯୁକ୍ତ ବାରମାସୀ ଘାସ, ଯାହାର ମନମୋହକ ସୁଗନ୍ଧ ମୁଡ୍‌ଫ୍ରେସ୍‌ ରଖିବା ସହ ଅବସାଦ ମୁକ୍ତ ରଖିବାରେ ସାହାଯ୍ୟ କରେ। ଅପରପକ୍ଷେ ଏହାର ବାସ୍ନା ମଶା ଦୂର କରିବାରେ ବେଶ୍‌ କାମରେ ଆସିଥାଏ। ତେଣୁ ଆପଣ ନିଜ ବାଲ୍‌କୋନି କିମ୍ବା ଡ୍ରଇଂରୁମ୍‌ରେ କୁଣ୍ଡରେ ଲେମନ୍‌ଗ୍ରାସ୍‌ ରଖିପାରିବେ।
ଗେଣ୍ଡୁ ଫୁଲ: ଯଦିଓ ଏହି ଫୁଲ ଶୀତଦିନେ ବେଶି ଫୁଟିଥାଏ ତଥାପି ପୂଜା ହେଉ ଅବା ସାଜସଜ୍ଜା ଲାଗି ବର୍ଷ ସାରା ଏହା ମିଳିଥାଏ। ତେଣୁ ଆପଣ ଫୁଲକୁଣ୍ଡରେ ଗେଣ୍ଡୁଫୁଲ ଗଛ ଲଗାଇ ବାଲ୍‌କୋନି କିମ୍ବା ଡ୍ରଇଂରୁମରେ ରଖିଲେ ଘର ସୁନ୍ଦର ଲାଗିବା ସହ ଏଥିରୁ ବାହାରୁ ଥିବା ବାସ୍ନାରେ ମଶା ଆସି ନ ଥାନ୍ତି।
ରସୁଣ ଗଛ: ରସୁଣର ଗନ୍ଧ ମଶାଙ୍କୁ ଆଦୌ ଭଲ ଲାଗି ନ ଥାଏ। ତେଣୁ ବାଲକୋନି କିମ୍ବା ଘରେ ରସୁଣ ଗଛ ରଖନ୍ତୁ ନିଶ୍ଚେ ଉପକୃତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri