ଘରେ ପଶିଲା ବର୍ଷାପାଣି, ତଳିଆ ଅଞ୍ଚଳ ଜଳମଗ୍ନ

ପୁରୀ ଅଫିସ, ୨୪ା୧୦:ଲଘୁଚାପଜନିତ ଲଗାଣ ବର୍ଷାରେ ପୁରୀ ଅବସ୍ଥା ସଙ୍ଗିନ ହୋଇପଡ଼ିଛି। ସହରର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଥିବାବେଳେ ବଡ଼ଦାଣ୍ଡ ସମେତ ଅନେକ ସାହିଗଳି ରାସ୍ତାରେ ପାଣି ଜମିଛି। କେତେକ ସ୍ଥାନରେ ଲୋକଙ୍କ ଘରେ ପାଣି ପଶିଛି। ବସ୍ତି ଓ ତଳିଆ ଅଞ୍ଚଳର ଲୋକଙ୍କ ସ୍ଥିତି ଅଧିକ ଦୟନୀୟ ହୋଇପଡ଼ିଛି। କେତେକ ବସ୍ତିବାସିନ୍ଦା ଘର ଛାଡ଼ିି ସ୍କୁଲ, ସରକାରୀ କୋଠା ଏବଂ ରାସ୍ତା ପାର୍ଶ୍ୱରେ ଆଶ୍ରୟ ନେଇଛନ୍ତି। ପ୍ରବଳ ବର୍ଷାକୁ ଦେଖି ଗୁରୁବାର ଜିଲା ପ୍ରଶାସନ ପକ୍ଷରୁ ଜିଲାର ସବୁ ସ୍କୁଲକୁ ବନ୍ଦ ଘୋଷଣା କରାଯାଇଥିଲା। ବର୍ଷା କମୁ ନ ଥିବାରୁ ଲୋକେ ଆଶଙ୍କିତ ହୋଇପଡ଼ିଛନ୍ତି। ଜିଲା ଜରୁରିକାଳୀନ ଅଧିକାରୀ ଇତିଶ୍ରୀ ନାୟକଙ୍କ ସୂଚନା ମୁତାବକ, ଗୁରୁବାର ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଜିଲାରେ ହାରାହାରି ୮୮.୭୨ ମିଲିମିଟର ବର୍ଷା ହୋଇଛି।
ମଙ୍ଗଳବାର ରାତିରୁ ପୁରୀରେ ବର୍ଷା ଲାଗି ରହିଛି। ଫଳରେ ବଡ଼ଦାଣ୍ଡ ସମେତ ବେଳାଭୂମି ମାର୍ଗ ଓ ବତିଘର ନିକଟ ରାସ୍ତାରେ ପାଣିର ସୁଅ ଛୁଟିଥିଲା। ଭିଆଇପି ରୋଡର ରିଜର୍ଭ ଗ୍ରାଉଣ୍ଡ, ଷ୍ଟେଟ ବ୍ୟାଙ୍କ ଛକ, ବେଳାଭୂମି ମାର୍ଗର ରେଣୁକା ଗଳି ଛକ, ଲାଇଟ୍‌ ହାଉସ ପାଖରେ ବର୍ଷା ପାଣି ଜମିଥିଲା। ଭିଆଇପି ରୋଡ୍‌ର ରିଜର୍ଭ ବାରାକ ନିକଟ ରାସ୍ତାରେ ୨ଫୁଟରୁ ଊର୍ଦ୍ଧ୍ୱ ଉଚ୍ଚର ପାଣି ସୁଅ ଚାଲିଥିଲା। ମେଡିକାଲ ଛକରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ଗାଡ଼ିି ଚଳାଚଳରେ ବାଧା ଉପୁଜିଥିଲା। ଡ୍ରେନ୍‌ଗୁଡ଼ିକ ପୂରିଯାଇ ରାସ୍ତାକୁ ଉଚ୍ଛୁଳିଥିଲା ମଇଳା ପାଣି। ବର୍ଷା ପାଣି ସହିତ ଡ୍ରେନ୍‌ପାଣି ମିଶି ବହୁ ଲୋକଙ୍କ ଘରେ ପଶିଥିଲା। ମାଟିତୋଟା, ସୁଜାତା ନଗର, ତାରିଣୀ ବସ୍ତି, ବଳିଆପଣ୍ଡା ବସ୍ତି, ଧୋବାଖାଲ ବସ୍ତି, ଶ୍ରୀକ୍ଷେତ୍ର କଲୋନୀ, ଗୋପୀନାଥପୁର ସମେତ ବହୁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇ ପଡ଼ିଛି। ଫଳରେ ଲୋକେ ରାସ୍ତା ଉପରେ ଜରିପାଲ ବାନ୍ଧି ଆଶ୍ରୟ ନେଇଛନ୍ତି। ସେହିପରି ଲୋକନାଥ ମନ୍ଦିର ବେଢା ପରିସର ସମ୍ପୂର୍ଣ୍ଣ ଜଳାର୍ଣ୍ଣବ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri