ଘରଖଁଡ଼େ ଲାଗି ପରଶାସନକେ ଗୁହାରି କରି ନିରାଶ: ପୋଲିଥିନ୍‌ ତଲେ ୪ ପରାନୀ କୁଟୁମ୍‌

 

ପର୍ଲା, ୭ା୧(ଡି.ଏନ୍‌.ଏ.)-
ଗରିବ୍‌ ଦୁଖିକର ଲାଗି ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଖାଏଦ୍‌ ସୁରକ୍ଷା, ଆବାସ ଯୋଜନା ଲେଖେଁ ଅନେକ ମହତ୍‌ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଅନେକ ଜାଗାରେ ଥାନୀଅ ରାଜନେତା, ପରଶାସନିକ ଅଧ୍‌କାରୀ, କରମଚାରୀକଁର ଉଦାସିନତା ଲାଗି ସରକାରକଁର ଇ ମହତ୍‌ ଯୋଜନାମାନ ବାଟ୍‌ବନା ହେଉଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା ଛଞ୍ଚାଣବାହାଲି ପଁଚେତ୍‌ ଅଧୀନ ଚଣାମୁଣ୍ଡା ଗଁାରେ।
ସୂଚନା ଅନ୍‌ସାରେ ଚଣାମୁଣ୍ଡା ଗଁାର ବଜନାଥ ନାଏକ(୫୦)। ପରିବାର କହେଲେ ମାଏକିନା ଭୁବନେଶ୍ୱରୀ(୪୫), ଝି’ ରାଧିକା(୧୭) ଆର ପୁଓ ଗୁଡୁ(୧୨)କେ ନେଇ ସଁସାର। ପରିବାରଟା ନିହାତି ଗରିବ୍‌। ସଖାଲ ପାଏଲେ ଦୁଇ ମାଏଝିମୁନୁଷ ପହରହର କାମ୍‌ବୁତା କରି ଦୁଇ ପଏସା ରୁଜ୍‌ଗାର କରୁଛନ୍‌। ସେଥ୍‌ରେ ପରିବାର ଚଲବାର ସଂଗେ ଦିହିପା, କପଡ଼ାଲତା, ଛୁଆକର ପାଠ୍‌ପଢ଼ା ଖରଚ୍‌ ତୁଲଉଛନ୍‌। ଘରେ ଅଭାବ୍‌ ଅନାଟନ ସବୁବେଲେ ଲାଗି ରହିଛେ। ଏନ୍‌ତାଥି ବଜନାଥ ଭଲ ଘରଖଁଡ଼େ ତିଆରି ନାଇଁପାରବାର। ବାପ୍‌ଅଜା ଅମଲୁ ଥିବାର ମାଏଟ୍‌ କୁରିଆଟା ଦୁରବଲ ହେଇ ଦୁଇ ବଛର ତଲେ ଭାଂଗିଯାଇଛେ। ଏନ୍‌ତାଥି କୁଟୁମଟା ଗୁଟେ ଝାଟିମାଟିର କୁରିଆରେ ପଲିଥିନ୍‌ ଢାପି ମୁଡ଼ ଗୁଁଜିଛନ୍‌। ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ବଜନାଥ ଥାନୀଅ ସରପଁଚ୍‌, ବ୍ଲକ ଅଧ୍ୟକ୍ଷକ, ବ୍ଲକ ପରଶାସନକେ ଗୁହାରି କରି ନିରାଶ ହେଇଥିବାର କହିଛନ୍‌। ସେନ୍‌ତା ଘର ଭାଂଗି ଗଲାରୁ ରାଜସ୍ବ ନିରୀକ୍ଷକ, ତହସିଲଦାରକୁଁ ଗୁହାରି କରିଥିଲେ ବି ଆଏଜ୍‌ତକ ପଲିଥିନ୍‌ ଖଁଡ଼େ ବି ସାହାଯ୍‌ ନାଇଁ ମିଲିଥିବାର ସେ ଅଭିଯୋଗ କରିଛନ୍‌। ଇଆଡ଼େ ସରକାରୀ ସାହାଯ୍‌ କହେଲେ ପରିବାରକେ ମାସିକ୍‌ ମିଲୁଥିବାର ୨୦ କେ.ଜି. ଚାଉଲ ନ ସାହାଭରସା। ବଜନାଥକଁର ଦୁରଦଶା ବାବ୍‌ଦେ ଥାନୀଅ ସରପଁଚ୍‌ ବଳରାମ ପୂଝାରୀକୁଁ ପଚ୍‌ରାଲାରୁ ସର୍ଭେରେ ତାକର ନଁା ତାଲିକାରେ ଚଢ଼ାଯାଇଛେ। ଇ ବାବ୍‌ଦେ ଧର୍ମଗଡ଼ ବିଡିଓକଁର ସଂଗେ କଥା ହେଇ ଘର ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ଧର୍ମଗଡ଼ ଏବିଡିଓ ଗୋପାଳ କୃଷ୍ଣ ମିଶ୍ରକୁଁ ପଚ୍‌ରାଲାରୁ ହିତାଧିକାରୀ ଲେଖିକରି ଦେଲେ ତାହାକୁ ଆବାସ ଯୋଜନାରେ ସାମିଲ କରି ଘର ଯୁଗେଇଦେବାର ବେବସ୍‌ତା କରାଯିବା ବଲି ସେ କହିଛନ୍‌।