ଘରକୁ ଫେରିପାରୁ ନ ଥିଲେ ୩ ସନ୍ତାନ ଜନ୍ମ ଦେଇଥିବା ପ୍ରସୂତୀ: ମହିଳାଙ୍କୁ ସହଯୋଗର ହାତ ବଢାଇଲେ ପ୍ରଭାତ

କଟକ ଅଫିସ,୧୨।୪: ଏସ୍‌ସିବି ମେଡିିକାଲରୁ ଡିସଚାର୍ଜ ହୋଇଥିଲେ ମଧ୍ୟ ଘରକୁ ଫେରି ପାରୁ ନ ଥିବା ଜଣେ ମହିଳାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ। ପ୍ରଭାତଙ୍କ ନିଃଶୁଳ୍କ ଆମ୍ବୁଲାନ୍ସ ସେବା ଜରିଆରେ ମହିଳା ଓ ତାଙ୍କ ୩ ନବଜାତକ ଶନିବାର ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ଘରୋଇ ଆମ୍ବୁଲାନ୍ସଗୁଡ଼ିକର ଆକାଶଛୁଆଁ ଭଡ଼ା ଯୋଗୁ ଅନେକ ରୋଗୀ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଯାଜପୁର ଜିଲା ବିଞ୍ଝାରପୁର ଅନ୍ତର୍ଗତ ବିଡ଼ାପଡ଼ା ଗ୍ରାମର ଶଶିରେଖା ସାହୁ ଏସ୍‌ସିବି ମେଡ଼ିକାଲରେ ୩ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ତାଙ୍କ ସ୍ବାମୀ ବୁଲୁ ସାହୁ ମୁମ୍ବାଇରେ ଥିବାବେଳେ ଲକଡାଉନ ଯୋଗୁ ଓଡ଼ିଶା ଫେରି ପାରି ନ ଥିଲେ। ଶଶିରେଖା ୭ଦିନ ଏସ୍‌ସିବିରେ ରହିବା ପରେ ଶୁକ୍ରବାର ତାଙ୍କୁ ଡିସଚାର୍ଜ ଅର୍ଡର ମିଳିଥିଲା। ତେବେ କେମିତି ଘରକୁ ଫେରିବେ ସେଇ ଚିନ୍ତା ଘାରିଥିଲା। ଶଶୀରେଖାଙ୍କ ଭାଇ କହିବା ମୁତାବକ, ଘରୁ ସରକାରୀ ଆମ୍ବୁଲାନ୍ସରେ ଆସିଥିଲୁ। ଫେରିବା ପାଇଁ ଘରୋଇ ଆମ୍ବୁଲାନ୍ସ ଯୋଗାଡ଼ କରିଥିଲୁ। ହେଲେ ସେ ଯେଉଁ ଭଡ଼ା କହିଥିଲେ ତାହା ଦେବାକୁ ଆମ ପକ୍ଷେ ସକ୍ଷମ ନ ଥିଲା। ଏ ନେଇ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ସହିତ ଯୋଗାଯୋଗ କରିଥିଲୁ। ସେ ଆମ୍ବୁଲାନ୍ସ ପଠାଇବା ସହ କିଛି ଆର୍ଥିକ ସହାୟତା ମଧ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

ଭିତରକନିକାରେ ୯୨ ବଉଳା କୁମ୍ଭୀର ବସା ଚିହ୍ନଟ

ରାଜନଗର,୧୧ା୭(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ଭିତରକନିକାର ସୁଦ୍ଧା ନଦୀ, ନାଳରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୯୨ ବସା ଚିହ୍ନଟ ହୋଇଥିବା ଶୁକ୍ରବାର ବନବିଭାଗ ସୂତ୍ରରୁ…

୨ବର୍ଷିଆ ବି.ଏଡ୍‌, ଏମ୍‌.ଏଡ୍‌. ପ୍ରବେଶିକା ପରୀକ୍ଷାଫଳ ପ୍ରକାଶ

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ): ଚଳିତ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଦୁଇ ବର୍ଷିଆ ବି.ଏଡ୍‌., ଏମ୍‌.ଏଡ୍‌. ଏବଂ ବି.ଏଚ୍‌.ଏଡ୍‌. ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ଫଳ ଶୁକ୍ରବାର…

ଜନଗଣନା ପରେ ପଞ୍ଚାୟତ ଭୋଟ

ଭୁବନେଶ୍ୱର,୧୧।୭(ରବିନାରାୟଣ ଜେନା): ରାଜ୍ୟରେ ଚାଲିଥିବା ଭୋଟରତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌) ଏବଂ ଜନଗଣନା ପରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ ଆୟୁକ୍ତ(କମିଶନର)…

ଜୀବିତ ରୋଗୀଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଆଉ ତା’ପରେ…

କାମାକ୍ଷାନଗର, ୧୧।୭ (ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଜୀବିତ ରୋଗୀଙ୍କୁ ଚିକିତ୍ସା…

ସାତୁଲୀ ୟୁଥ୍ କ୍ଲବ୍ କ୍ରିକେଟ ଟୁର୍ନାମେଣ୍ଟ: ସେମିଫାଇନାଲରେ ଅଙ୍ଗାରଗାଁର ଦମଦାର ବିଜୟ, ଫାଇନାଲରେ…

ଗଞ୍ଜାମ,୧୦।୭(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସନ୍ତୋଷପୁର ପଞ୍ଚାୟତ ଅଧୀନସ୍ଥ ସାତୁଲୀ ୟୁଥ୍ କ୍ଲବ୍ ଆନୁକୂଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ନାମେଣ୍ଟର ଶୁକ୍ରବାର ଦିନ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି।…

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri