ଘଟଗାଁ ଥାନା ଅଞ୍ଚଳରେ ମହିଳାଙ୍କୁ ଗଣବଳାତ୍କାର, ୨ ଗିରଫ

କେନ୍ଦୁଝର, ୧୩।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ଥାନା ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ଦୁଇଜଣ ବିବାହିତ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସିଙ୍ଗରାଇ ମୁଣ୍ଡା ଓ ଶୈଳେନ୍ଦ୍ର ମୁଣ୍ଡା।

ପଚରାଯିବାରେ ଏସ୍‌ଡିପିଓ ରବିନ୍ଦ୍ର ମଲ୍ଲିକ କହିଛନ୍ତି, ଗତ ୧୧ ତାରିଖରେ ଏହି ଘଟଣା ଘଟିଛି। ମହିଳାଜଣଙ୍କ ଶୁଦ୍ଧି କାମରୁ ଫେରୁଥିବା ବେଳେ ଦୁଇ ଅଭିଯୁକ୍ତ ପାଖ ଜଙ୍ଗଲକୁ ଟେକି ନେଇ ବଳାତ୍କାର କରି ଫେରାର ହୋଇଯାଇଥିଲେ। ଥାନାରେ ଅଭିଯୋଗ ହେବା ପରେ ଉଭୟଙ୍କୁ ଗିରଫ କରାଯାଇ ଡାକ୍ତରୀ ମାଇନା କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି।