Categories: ଖେଳ

ଗ୍ରୀସ୍‌ରେ ଅଲିମ୍ପିକ ମଶାଲ ରିଲେ ବାତିଲ

ଏଥେନ୍ସ,୧୪ା୩ (ଏଏଫ୍‌ପି)- ଟୋକିଓ ଗେମ୍ସ ୨୦୨୦ ପାଇଁ ଗ୍ରୀସ୍‌ରେ ଅବଶିଷ୍ଟ ଅଲିମ୍ପିକ ମଶାଲ ରିଲେକୁ ବାତିଲ କରାଯାଇଥିବା ଗ୍ରୀକ୍‌ ଅଲିମ୍ପିକ କମିଟି ଶୁକ୍ରବାର ପ୍ରକାଶ କରିଛି। କରୋନା ଭାଇରସ୍‌ ଆଶଙ୍କାକୁ ଭୂକ୍ଷେପ ନ କରି ମଶାଲ ରିଲେ ଦେଖିବା ଲାଗି ଜନତାଙ୍କ ଭିଡ଼ ଯୋଗୁ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଅଲିମ୍ପିକ ମଶାଲ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ମାର୍ଚ୍ଚ ୧୯ରେ ଟୋକିଓ ଗେମ୍ସ ଆୟୋଜକଙ୍କୁ ହସ୍ତାନ୍ତର କରାଯିବ ବୋଲି କମିଟି କହିଛି। ଗ୍ରୀସ୍‌ରେ କରୋନା ଭାଇରସ୍‌ ଦ୍ୱାରା ପୀଡ଼ିତଙ୍କ ସଂଖ୍ୟା ୧୧୭ରେ ପହଞ୍ଚତ୍ଛି। ସେମାନଙ୍କ ମଧ୍ୟରୁ ଜଣେ ୧୦ ଦିନ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ମୃତ୍ୟୁ ବରଣ କରିଛି। ବାରଣ ସତ୍ତ୍ୱେ ସ୍ପାର୍ଟା ସହରରେ ହଲିଉଡ୍‌ ଅଭିନେତା ଜେରାର୍ଡ ବଟଲରଙ୍କ ଦ୍ୱାରା କଲଡ୍ରନରେ ଅଗ୍ନୀ ସଂଯୋଗ ଦୃଶ୍ୟକୁ ଦେଖିବାଲାଗି ବହୁ ସଂଖ୍ୟାରେ ଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଏହି କାରଣରୁ ଗ୍ରୀକ୍‌ ଅଲିମ୍ପିକ କମିଟି ଦେଶରେ ଅବଶିଷ୍ଟ ଅଲିମ୍ପିକ ମଶାଲ ରିଲେକୁ ବାତିଲ କରିବା ଲାଗି ନିଷ୍ପତ୍ତି ନେଇଛି।

Share