Posted inଖେଳ

ଗ୍ରୀନ ୩ ମାସ ବାସନ୍ଦ

ସିଡ୍‌ନୀ, ୯।୧ (ଏଏଫ୍‌ପି)- ଅଷ୍ଟ୍ରେଲୀୟ କ୍ରିକେଟର ତଥା ବିଗ୍‌ ବାସ୍‌ ଲିଗ୍‌ (ବିବିଏଲ୍‌)ରେ ସିଡ୍‌ନୀ ଥଣ୍ଡର୍ସ ପକ୍ଷରୁ ଖେଳୁଥିବା ଅଫ୍‌ ସ୍ପିନର କ୍ରିସ୍‌ ଗ୍ରୀନ ୩ ମାସ ଲାଗି ବୋଲିଂ କରିପାରିବେ ନାହିଁ। ଅବୈଧ ବୋଲିଂ ଶୈଳୀ ଲାଗି କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ) ତାଙ୍କୁ ୩ ମାସ ପାଇଁ ବାସନ୍ଦ କରିଛି। ଜାନୁୟାରୀ ୨ରେ ମେଲବୋର୍ନ ଷ୍ଟାରସ୍‌ ଓ ସିଡ୍‌ନୀ ଥଣ୍ଡର୍ସ ମଧ୍ୟରେ ଅନୁଷ୍ଠିତ ବିବିଏଲ୍‌ ମ୍ୟାଚ୍‌ ବେଳେ ୨୬ ବର୍ଷୀୟ ଗ୍ରୀନଙ୍କ ବୋଲିଂ ଶୈଳୀକୁ ନେଇ ଆପତ୍ତି ଉଠିଥିଲା। ଏହାପରେ କ୍ରିକେଟ୍‌ ଅଷ୍ଟ୍ରେଲିଆର ପ୍ରୋଟୋକଲ୍ସ ଅନୁଯାୟୀ ଗ୍ରୀନ୍‌ ନ୍ୟାଶନାଲ କ୍ରିକେଟ୍‌ ସେଣ୍ଟରରେ ବୋଲିଂ ପରୀକ୍ଷା କରିଥିଲେ। ଏଥିରେ ତାଙ୍କ ବୋଲିଂ ଶୈଳୀ ଅବୈଧ ରହିଥିବା ଜଣାପଡ଼ିଛି। ବୋଲିଂ କରିବାରୁ ବଞ୍ଚତ୍ତ ହୋଇଥିଲେ ମଧ୍ୟ ସେ ସିଡ୍‌ନୀ ପାଇଁ ଜଣେ ବ୍ୟାଟ୍ସମ୍ୟାନ ଭାବେ ଖେଳିପାରିବେ ବୋଲି ଜଣାପଡ଼ିଛି। ସେହିଭଳି ଗତ ଆଇପିଏଲ୍‌ ନିଲାମୀରେ କୋଲକାତା ନାଇଟ୍‌ ରାଇଡର୍ସ ତାଙ୍କୁ ୨୦ ଲକ୍ଷ ଟଙ୍କାରେ କ୍ରୟ କରିଥିଲା। ଯେହେତୁ ତାଙ୍କୁ କେବଳ ଅଷ୍ଟ୍ରେଲିଆ ପକ୍ଷରୁ ବୋଲିଂରୁ ବାସନ୍ଦ କରାଯାଇଛି, ସେ ଆଗାମୀ ଆଇପିଏଲ୍‌ ଖେଳିବାରେ କୌଣସି ଅସୁବିଧା ନାହିଁ। କିନ୍ତୁ ତାଙ୍କ ବୋଲିଂ ଉପରେ କଡ଼ା ନଜର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇନିଂସ ଅଗ୍ରଣୀ, ଦୃଢସ୍ଥିତିରେ ଭାରତ

ଲଣ୍ଡନ,୧୧ା୭: କ୍ରାନ୍ତି ଗୌଡ଼ (୫/୩୭)ଙ୍କ ଚମତ୍କାର ବୋଲିଂ ଯୋଗୁ ଲଡ୍ସରେ ଚାଲିଥିବା ଏକ ମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋରକୁ ୧୭୦ରନରେ ସୀମିତ…

IPL in Australia: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବ IPL ମ୍ୟାଚ? ବିସିସିଆଇକୁ ଖୋଲା ପ୍ରସ୍ତାବ ଦେଲା CA

ନୂଆଦିଲ୍ଲୀ,୧୧।୭: ଆଗାମୀ ବିଗ ବ୍ୟାସ ଲିଗ (BBL) ସିଜିନର ଉଦଘାଟନୀ ମ୍ୟାଚ ଭାରତରେ ଅନୁଷ୍ଠିତ ହେବ ବୋଲି ନିଶ୍ଚିତ ହୋଇଛି। ଏହି ମ୍ୟାଚ ଚେନ୍ନାଇର ଚେପକ କ୍ରିକେଟ…

BCCI ଡାକିଲା ଜରୁରୀ ବୈଠକ; ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା; ରୋହିତ-ବିରାଟ, ଏବଂ ଗମ୍ଭୀର-ଆୟରଙ୍କ ସମ୍ପର୍କରେ ପ୍ରମୁଖ ନିଷ୍ପତ୍ତି ଆଶା କରାଯାଉଛି

ନୂଆଦିଲ୍ଲୀ,୧୧।୭: ଭାରତୀୟ କ୍ରିକେଟରେ ସବୁକିଛି ଠିକ ଅଛି କି? ଏହା ବର୍ତ୍ତମାନ ଏକ ପ୍ରମୁଖ ପ୍ରଶ୍ନ ପାଲଟିଛି। ଭାରତୀୟ ଦଳ ଆୟରଲ୍ୟାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ…

ମିଷ୍ଟ୍ରି ଗର୍ଲଙ୍କ ସହ ଭାଇରାଲ ହେଉଛି ଶୁବମନ ଗିଲଙ୍କ ଫଟୋ, କିଏ ସେହି ରହସ୍ୟମୟୀ ଝିଅ? ସାରା ତେନ୍ଦୁଲକରଙ୍କୁ ଦେବେ ଟକ୍କର

ନୂଆଦିଲ୍ଲୀ,୧୧।୭: ଟିମ ଇଣ୍ଡିଆର ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ଶୁବମନ ଗିଲ ୱିମ୍ବଲଡନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ ସଚିନ ତେନ୍ଦୁଲକର ଏବଂ ତାଙ୍କ ପରିବାର ସହିତ…

ମ୍ୟାଚ ପୂର୍ବରୁ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଚେତାଇଲେ ଇଂଲଣ୍ଡ ଖେଳାଳି, କହିଦେଲେ ଏତେ ବଡ଼ କଥା

ନୂଆଦିଲ୍ଲୀ, ୧୧।୭: ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ହରାଇ ସାରିଛି, କିନ୍ତୁ ଆଜି ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚ…

ସଚିନଙ୍କ ସହ ୱିମ୍ବଲଡନ ଦେଖିବାକୁ ଗଲେ ଶୁବମନ ଗିଲ୍‌: ଲୋକେ କହିଲେ…

ନୂଆଦିଲ୍ଲୀ,୧୧।୭: ଭାରତର ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ଶୁବମନ ଗିଲଙ୍କୁ ୱିମ୍ବଲଡନରେ ରୟାଲ ବକ୍ସରେ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଏବଂ ତାଙ୍କ ସ୍ତ୍ରୀ ଅଞ୍ଜଳିଙ୍କ…

IND vs ENG: ବାହାନା ପରେ ବାହାନା… ଟିମ ଇଣ୍ଡିଆର ଦୁଃଖଦ ଅବସ୍ଥା ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଲେ ଶ୍ରେୟସ ଆୟର

ନୂଆଦିଲ୍ଲୀ,୧୧।୭: ଭାରତର T20 ଦଳର ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ପାଖରେ ଅସୀମ ବାହାନା ଥିବା ପରି ମନେହୁଏ। ସେ ଏବେ ଆଉ ଏକ ବାହାନା ବାହାର…

ଇଂଲଣ୍ଡ ଗସ୍ତ ସହ ଶେଷ ହେଲା ଏହି ୩ ଖେଳାଳିଙ୍କ T20 କ୍ୟାରିୟର! ଲଗାତାର ଫ୍ଲପ୍‌ ପରେ…

ନୂଆଦିଲ୍ଲୀ,୧୦।୭: ବ୍ୟାକ-ଟୁ-ବ୍ୟାକ ବିଶ୍ୱବିଜେତା ହେବା ପରେ ଟିମ ଇଣ୍ଡିଆ ଏବେ କ୍ରମାଗତ ୨ଟି ଟି-୨୦ ସିରିଜ ହାରିଛି। ପ୍ରଥମେ ଆୟରଲ୍ୟାଣ୍ଡ ଏବଂ ଏବେ ଇଂଲଣ୍ଡ, ଦୁଇ ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri