ଗ୍ରୀନ୍‌ ଜୋନ୍‌ରେ ବଲାଙ୍ଗୀର: ଲକ୍‌ଡାଉନ୍‌ କୋହଳ ପାଇଁ ସାମାଜିକ ଦୂରତ୍ୱ ହେଲା ଖୋଲା ଉଲ୍ଲଂଘନ

ବଲାଙ୍ଗୀର ଅଫିସ, ୨୧ା୪- ବଲାଙ୍ଗୀର ଜିଲା ଗ୍ରୀନ୍‌ ଜୋନ୍‌ରେ ରହିଛି । ଏଭଳି କ୍ଷେତ୍ରରେ ଏପ୍ରିଲ ୨୦ ତାରିଖ ପରେ ଗ୍ରୀନ୍‌ ଜୋନ୍‌ ଜିଲାଗୁଡିକରେ ଲକ୍‌ଡାଉନ୍‌ କୋହଳ କରାଯିବ ବୋଲି ଆଲୋଚନା ହେଉଥିଲା। ପୂର୍ବରୁ ମେଡିକାଲ ଷ୍ଟୋର, ଗ୍ରୋସରୀ ଦୋକାନ, ଡେଲିମାର୍କେଟ, ଓମ୍‌ଫେଡ ଦୋକାନ, ଫଳ ଦୋକାନ ଖୋଲା ରହିଥିଲା । ମଙ୍ଗଳବାରଠାରୁ ସହରରେ ବହି ଦୋକାନ, ଗାଡିମଟର ପଞ୍ଚର ସେଣ୍ଟର, ଲୁହାଦୋକାନ୍‌, ବିଦ୍ୟୁତ୍‌ ସାମଗ୍ରୀ ଦୋକାନ, ଏସି, କୁଲର ଦୋକାନ, ମୋବାଇଲ ସେଣ୍ଟର ସହ ଅନ୍ୟ କେତେକ ଦୋକାନ ଖୋଲିଛି । କିଛି ଦୋକାନ ଖୋଲିବା ପରେ ହଠାତ୍‌ ସକାଳୁ ସହରରେ ଭିଡ ପରିଲକ୍ଷିତ ହୋଇଥିଲା । ବିଭିନ୍ନ ରାସ୍ତାରେ ଲୋକେ ଯାନବାହନ ଧରି ବୁଲାବୁଲି କରୁଥିବା ଦେଖାଯାଇଥିଲା ା ପୋଲିସ ପକ୍ଷରୁ ଚେକିଂ କରାଯାଉ ନ ଥିବା ଜାଣିବା ପରେ ପୂର୍ବାହ୍ନ ୯ରୁ ୧୦ଟା ମଧ୍ୟରେ ସହରରେ ଭିଡ ବଢ଼ି ଯାଇଥିଲା । ଡେଲିମାର୍କେଟରେ ବାଇକ ଓ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ସବୁଠୁ ସାମାଜିକ ଦୂରତ୍ୱ ଉଲ୍ଲଂଘନ ହୋଇଥିତ୍ବା ଦେଖାଯାଇଥିଲା । ଦୋକାନରେ ସାମାଜିକ ଦୂରତ୍ୱ ଅବଲମ୍ବନ ପାଇଁ ମାର୍କିଂ କରାଯାଇଥିଲେ ମଧ୍ୟ ଲୋକେ ସେସବୁ ମାନି ନ ଥିବା ଦେଖାଯାଇଥିଲା। ଗୋଟିଏ ଦିନରେ ସହର ଅର୍ଦ୍ଧେକ ଚଳଚଞ୍ଚଳ ହୋଇପଡିଥିବାରୁ ଦୀର୍ଘ ପ୍ରାୟ ୧ ମାସର ଲକ୍‌ଡାଉନ୍‌ ନିଷ୍ପଳ ହୋଇଯିବାର ଆଶଙ୍କା ବୃଦ୍ଧି ପାଇଲାଣି । ଜିଲା ପ୍ରଶାସନ ଏଦିଗରେ ଧ୍ୟାନ ନ ଦେଲେ କରୋନା ଗୋଷ୍ଠୀ ସଂକ୍ରମଣ ଭୟ ବୃଦ୍ଧି ପାଇବା ଆଶଙ୍କା ଲାଗି ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri