ଗ୍ରୀନ୍‌ ଜୋନ୍‌ରେ ନୂଆପଡ଼ା, ତଥାପି ଛାଡ଼ୁନି ଭୟ

ନୂଆପଡ଼ା ଅଫିସ,୨୨ା୫-ମହାମାରୀ କରୋନା ସମଗ୍ର ବିଶ୍ୱକୁ ଗ୍ରାସିଛି। ଭାରତରେ ଏହାର ମୁକାବିଲା ଲାଗି କେତେକ କଟକଣା ଜାରି କରାଯାଇଛି। ସମଗ୍ର ଦେଶ ଲକ୍‌ଡାଉନ୍‌ ରହିଛି। ଲକ୍‌ଡାଉନ୍‌ ଯୋଗୁ ଲୋକଙ୍କ ଜୀବନ ଜୀବିକା ଦୁର୍ବିଷହ ହୋଇ ପଡ଼ିଲାଣି। ଆଶା ଆଉ ଆଶଙ୍କା ଭିତରେ ଲୋକେ ଦିନ କାଟୁଛନ୍ତି। ଓଡ଼ିଶାର ୩୦ ଜିଲାରୁ ୨୨ଟି ଜିଲା କରୋନା କବଳରେ ପଡ଼ିଲାଣି। ଅବଶ୍ୟ ନୂଆପଡା ଜିଲା ବର୍ତ୍ତମାନ ସୁଦ୍ଧା ଗ୍ରୀନ୍‌ ଜୋନ୍‌ରେ ରହିଛି। ଏଠାରେ ଏବେ ସୁଦ୍ଧା କେହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ଏଣୁ ଲୋକେ ଟିକିଏ ଆଶ୍ୱସ୍ତ ଅଛନ୍ତି। ହେଲେ ଜିଲାକୁ ଆସିବାକୁ ଥିବା ପ୍ରବାସୀ ଓଡ଼ିଆଙ୍କ ଚିନ୍ତା ଲୋକଙ୍କୁ ଘାରିଛି। ଜିଲାକୁ ଫେରିବାକୁ ୭୦ହଜାର ଶ୍ରମିକ ପଞ୍ଜୀକରଣ କରିଛନ୍ତି। ହେଲେ ମାତ୍ର ୧୦ହଜାର ଶ୍ରମିକ ଆସିଛନ୍ତି। ବାକି ୬୦ହଜାର ଶ୍ରମିକ ଆସିବେ। ଏଣୁ ସେମାନେ ଫେରିବା ପରେ ସ୍ଥିତି କ’ଣ ହେବ ତାହାକୁ ନେଇ ଭୟ ରହୁଛି। ଅବଶ୍ୟ ସେମାନଙ୍କ ଆଗମନକୁ ଦୃଷ୍ଟିରେ ରଖି ଜିଲାବ୍ୟାପୀ କ୍ୱାରାଣ୍ଟାଇନ୍‌ ସେଣ୍ଟର ଖୋଲା ଯାଇଛି। ହେଲେ ଏହା ଯଥେଷ୍ଟ ନୁହେଁ ବୋଲି ପ୍ରମାଣ କରୁଛି। କାରଣ ଜିଲାର ୧୩୧ଟି ପଞ୍ଚାୟତ ଏବଂ ୩ଟି ଏନ୍‌ଏସିରେ ମାତ୍ର ୭୮୧ଟି ସଙ୍ଗରୋଧ କେନ୍ଦ୍ରର ବ୍ୟବସ୍ଥା ହୋଇଛି। ଏଥିରେ ପାଖାପାଖି ୨୯ହଜାର ୭୨୧ଲୋକଙ୍କୁ ରଖାଯାଇପାରିବ। ଏଣୁ ବାକି ପ୍ରବାସୀ କେଉଁଠି ରହିବେ ତାହାକୁ ନେଇ ପ୍ରଶ୍ନ ଉଠିଛି।
ଅନ୍ୟପକ୍ଷେ ଏହି ଜିଲାରୁ ଏ ପର୍ଯ୍ୟନ୍ତ ମାତ୍ର ୧ ହଜାର ସ୍ବାବ୍‌ ପରୀକ୍ଷା ସକାଶେ ଯାଇଛି, ମାତ୍ର ୩୨୧ଟି ନମୁନାର ରିପୋର୍ଟ ଆସିଛି। ବାକି ୬୭୯ ରିପୋର୍ଟ ମିଳି ନାହିଁ। ପୁଣି ସ୍ବାବ୍‌ ପରୀକ୍ଷା କଥା ବିଚାରକୁ ନିଆଗଲେ ବିଭିନ୍ନ କାରଣରୁ ରିପୋର୍ଟ ବିଳମ୍ବରେ ଆସୁଛି। ତେବେ ସିଡିଏମ୍‌ଓ କାଳୀପ୍ରସାଦ ବେହେରା ରିପୋର୍ଟ ମିଳିବାରେ ବିଳମ୍ବ ହେବାକୁ ସ୍ବୀକାର କରିଛନ୍ତି। ହେଲେ କାରଣ ଜାଣି ନାହାନ୍ତି। ମୁକାବିଲା ପାଇଁ କିନ୍ତୁ ସବୁ ପ୍ରକାର ପ୍ରସ୍ତୁତି କରାଯାଇଛି। ପ୍ରଶାସନର ସମସ୍ତେ ସଜାଗ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ, ଶିକ୍ଷା, ବିଜୁଳି ସାତସପନ

ନୂଆପଡ଼ା,୧୮।୪(ମକାରୁ ବେମାଲ)ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଲୋକେ ମୌଳିକ ସୁବିଧାରୁ ବଞ୍ଚତ୍ତ। କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରୁଥିଲେ ମଧ୍ୟ ଲୋକ...

ରୋଷେଇ ଘରେ ପଶି ରାଜକୀୟ ଖାଦ୍ୟ ଖାଇଲା ଭାଲୁ: ରାଜମହଲ ଲୋକେ ଭୟଭୀତ

ଖଡ଼ିଆଳ,୧୨।୪(ସୁଜିତ୍‌ କୁମାର ପ୍ରଧାନ):ନୂଆପଡା ଜିଲା ଖଡ଼ିଆଳ ସହରରେ ବୁଧବାର ରାତିରେ ବୁଲୁଥିବା ଭାଲୁ ଶେଷରେ ଖଡ଼ିଆଳ ରାଜବାଟି ରୋଷେଇ ଘରେ ପଶିଥିଲା। ଖଡ଼ିଆଳ ରାଜା ସାହେବଙ୍କ...

ଏହି ଜିଲାରେ ସବୁ ଦଳରେ ବାହାରୁଛି କେଁ

ନୂଆପଡ଼ା,୯।୪(ମକାରୁ ବେମାଲ)ଛତିଶଗଡକୁ ଲାଗି ରହିଥିବା ରାଜ୍ୟର ଏକ ଉପାନ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ନୂଆପଡା। ଏହି ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ଦଳରୁ ଏକାଧିକ ଆଶାୟୀ ରହିଥିଲେ।...

ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିଲେ: ଗାଡ଼ି ଧକ୍କାରେ ଚାଲିଗଲା ଓଡ଼ିଆ କନଷ୍ଟେବଳଙ୍କ ଜୀବନ

କଟକ,୮ା୪ (କାର୍ତ୍ତିକ ସାହୁ) ତାମିଲନାଡୁ ରାଜ୍ୟର ତ୍ରିଚୀଠାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ଓଡ଼ିଶା ପୋଲିସ୍‌ କନଷ୍ଟେବଳ ପ୍ରମୋଦ କୁମାର ମାଝି(ସି/୨୨୨)ଙ୍କ ଅକାଳ ମୃତ୍ୟୁ ଘଟିଛି।...

କଦଳୀ ଚାଷ କରି ଲକ୍ଷପତି

ନୂଆପଡା,୫।୪ (ମକାରୁ ବେମାଲ):ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ମିଛାପାଲି ପଞ୍ଚାୟତ ବରକୋଟ ଗାଁର ଚାଷୀ କଦଳୀ ଚାଷ କରି ନିଜେ ସ୍ବାବଲମ୍ବୀ ହୋଇ ଅନ୍ୟକୁ...

ଭିଜିଲାନ୍ସ ଜାଲରେ ରାଜସ୍ବ ବିଭାଗ ସ୍ବତନ୍ତ୍ର ଅଧିକାରୀ

ନୂଆପଡ଼ା,୨୯ା୩(ମକାରୁ ବେମାଲ):ନୂଆପଡା ଜିଲା ରାଜସ୍ବ ବିଭାଗ ସ୍ବତନ୍ତ୍ର ଅଧିକାରୀ ନରେନ୍ଦ୍ର କୁମାର ଚନ୍ଦ୍ରକାର ଜମିଜମା ମାମଲାର ସମାଧାନ ପାଇଁ ଲାଞ୍ଚ ନେଉଥିବା ବେଳେ ଗୁରୁବାର ଭିଜିଲାନ୍ସ...

ଟ୍ରକକୁ ପିଟିଲା ଟ୍ରକ: ଜୀବନ୍ତ ଜଳିଗଲେ ଡ୍ରାଇଭର

ନୂଆପଡ଼ା,୨୨।୩: ନୂଆପଡ଼ା ଜିଲା ସିନାପାଲି ଥାନା ବିଜୁ ଏକ୍ସପ୍ରେସ ୱେ ଚଟିଆଗୁଡ଼ା ଗାଁ ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆଗରେ ଯାଉଥିବା ଏକ...

ବସୁଧାରୁ ମିଳୁନି ପାଣି, ଖୋଲାକୂଅ ଭରସା

ନୂଆପଡ଼ା,୨୨।୩(ମକାରୁ ବେମାଲ): ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ପଞ୍ଚାୟତ ଗାତିବେଡା ଗାଁରେ ଜଳ ସଙ୍କଟ ଦେଖାଦେଇଥିବା ବେଳେ କୂଅ ପାଣି ଉପରେ ଲୋକେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri