ଗ୍ରାମାଞ୍ଚଳରେ ଆତଙ୍କ ସହ ପୋଲିସ ଉପରକୁ ବୋମାମାଡ଼ ଘଟଣା: ଦୁର୍ଦ୍ଦାନ୍ତ ଶିବ ସମେତ ୮ ଗିରଫ; ବନ୍ଧୁକ, ଗୁଳି, ବୋମା, ଖଣ୍ଡା ଜବତ

ବ୍ରହ୍ମପୁର ଅଫିସ,୨୩।୮- ଗଞ୍ଜାମ ଜିଲାର ଗ୍ରାମାଞ୍ଚଳରେ ଆତଙ୍କରାଜ ଚଳାଇଥିବା ଶିବ ସେଠୀ ଗ୍ୟାଙ୍ଗର ମୁଖ୍ୟ ଦୁର୍ଦ୍ଦାନ୍ତ ଶିବ ସମେତ ୮ଜଣଙ୍କୁ କାବୁ କରିଛି ବ୍ରହ୍ମପୁର ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ମୁଖ୍ୟ ଶିବ ସେଠୀ(୩୦), ଶଙ୍କର ସେଠୀ(୩୫), ଜିତୁ ସେଠୀ(୨୫), ଜି. ବିଶ୍ୱନାଥ ରେଡ୍ଡୀ(୨୬) , କେ . ଶଙ୍କର ରେଡ୍ଡୀ(୨୧), କେ ତିରୁପତି ରେଡ୍ଡୀ(୧୯), ଅଜୟ ସେଠୀ(୧୯) ଓ ସୁନୀଲ ସେଠୀ(୧୯)। ଶିବଙ୍କ ନିକଟରୁ ଗୋଟିଏ ବନ୍ଧୁକ, ୨ ରାଉଣ୍ଡ ଗୁଳି ଜବତ କରାଯାଇଥିବା ବେଳେ ଅନ୍ୟମାନଙ୍କଠାରୁ ୩ ଖଣ୍ଡା, ୫ ବୋମା ଓ ୩ ମୋବାଇଲ ଜବତ ହୋଇଛି। ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ପିନାକ ମିଶ୍ର ଏହି ସୂଚନା ଦେଇଛନ୍ତି।

ପ୍ରକାଶଯୋଗ୍ୟ, ଗତ ଗତ କିଛିଦିନ ତଳେ ଶିବ ସେଠୀ ଓ ତାଙ୍କ ଗ୍ୟାଙ୍ଗ ନରେନ୍ଦ୍ରପୁର ଗ୍ରାମ ଓ ଆଖପାଖ ଅଞ୍ଚଳରେ ବନ୍ଧୁକ ଧରି ଆତଙ୍କ ଖେଳାଇ ଥିଲେ। ଏଣୁ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରଖିବା ସହ ଶିବ ଗ୍ୟାଙ୍ଗ୍‌କୁ ଗିରଫ କରିବା ନେଇ ନରେନ୍ଦ୍ରପୁର ଓ ଆଖପାଖ ଅଞ୍ଚଳର ବହୁ ମହିଳା ଓ ପୁରୁଷ ଏସ୍‌ପିଙ୍କୁ ଭେଟି ଅନୁରୋଧ କରିଥିଲେ। ଏହାକୁ ଆଧାର କରି ଗୁରୁବାର ରାତି ୭ଟା ବେଳେ ଶିବ ଓ ତା ଗ୍ୟାଙ୍ଗ ବଡ଼କୁସସ୍ଥଳୀ ନିକଟ ସିଏସି ଇନଷ୍ଟିଚ୍ୟୁଟ୍‌ ନିକଟରେ ମେଳି ବାନ୍ଧିଥିବା ଗୋପାଳପୁର ପୋଲିସ ଖବର ପାଇଥିଲା । ସେଠାରେ ପୋଲିସ ଚଢଉ କରିଥିଲା । ପୋଲିସକୁ ଦେଖି ଶିବ ତାଙ୍କ ଉପରକୁ ବୋମା ଫିଙ୍ଗିଥିଲା। ଏଥିରେ କେହି ଆହତ ହୋଇ ନ ଥିବା ବେଳେ ପୋଲିସ ଶିବ ସମେତ ୮ ଜଣଙ୍କୁ ଗିରଫ କରିଥିଲା। ଏହି ଗ୍ୟାଙ୍ଗରେ ଜଣେ ନାବାଳକ ସମିଲ ଥିବା ବେଳେ ପୋଲିସ ତାଙ୍କୁ ମଧ୍ୟ ଧରିଥିବା କହିଛି। ମାମଲା(ନଂ-୮୯/୧୯)ରେ ପୋଲିସ ଶିବଙ୍କ ସମେତ ଗିରଫ ୮ ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି। ଅନ୍ୟପଟେ ନାବଳକଙ୍କୁ ଜୁବେନାଇଲ୍‌ ଜଷ୍ଟିସ ବୋର୍ଡ଼କୁ ପଠାଇ ଦିଆଯାଇଥିବା ପୋଲିସ ମଧ୍ୟ କହିଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସ୍‌ପି ପ୍ରଶାନ୍ତ କୁମାର ମିଶ୍ର, ସଦର ଏସ୍‌ଡିପିଓ ଜୟନ୍ତ ମହାପାତ୍ର ଓ ଗୋପାଳପୁର ଥାନାଧିକାରୀ ବିବେକାନନ୍ଦ ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri