Categories: ଖେଳ

ଗ୍ରାଏମ୍‌ ସ୍ମିଥ୍‌ଙ୍କୁ ନୂଆ ଦାୟିତ୍ୱ

କେପ୍‌ ଟାଉନ, ୧୨।୧୨- ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଗ୍ରାଏମ୍‌ ସ୍ମିଥ୍‌ଙ୍କୁ ନୂଆ ଦାୟିତ୍ୱ ମିଳିଛି। କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ)ର ଡିରେକ୍ଟର ଅଫ୍‌ କ୍ରିକେଟ୍‌ ନିର୍ଦ୍ଦେଶକ ଭାବେ ତାଙ୍କୁ ନିଯୁକ୍ତ କରାଯାଇଛି। ଆସନ୍ତା ବର୍ଷ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପର୍ଯ୍ୟନ୍ତ ସ୍ମିଥ୍‌ ଏହି ପଦରେ ରହିବେ ବୋଲି ସିଏସ୍‌ଏର ସିଇଓ ଜ୍ୟାକ୍ସ ଫାଉଲ୍‌ କହିଛନ୍ତି। ଗତ ଆଇସିସି ବିଶ୍ୱକପ୍‌ରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା ଡିରେକ୍ଟର ଅଫ୍‌ କ୍ରିକେଟ୍‌ ପଦ ସୃଷ୍ଟି କରିଛି। ଦେଶରେ କ୍ରିକେଟରେ ଉନ୍ନତି ଆଣିବା ଏହାର ମୁଖ୍ୟ ଲକ୍ଷ୍ୟ। ଏଠାରେ ପ୍ରକାଶଯୋଗ୍ୟ, ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ର ସୁବଠାରୁ ସଫଳ ଅଧିନାୟକ ରହିଥିବା ସ୍ମିଥ୍‌ ୨୦୦୨ରୁ ୨୦୧୪ ପର୍ଯ୍ୟନ୍ତ ଜାତୀୟ ଦଳ ପକ୍ଷରୁ ୧୧୭ ଟେଷ୍ଟ, ୧୯୭ ଦିନିକିଆ ଓ ୩୩ ଟି୨୦ ମ୍ୟାଚ୍‌ ଖେଳି ଯଥାକ୍ରମେ ୯୨୬୫, ୬୯୮୯ ଓ ୯୮୨ ରନ୍‌ ସଂଗ୍ରହ କରିଛନ୍ତି।

Share