ଗୋଲାପି ଆଖି ହୋଇପାରେ କରୋନା ଭାଇରସର ପ୍ରାରମ୍ଭିକ ଲକ୍ଷଣ

ଟରଣ୍ଟୋ,୨୦।୬: କରୋନା ମହାମାରୀ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟି ଯାଇଥିବା ବେଳେ ଏହି ସଂକ୍ରମଣର ନୂଆ ନୂଆ ଲକ୍ଷଣ ସାମ୍ନାକୁ ଆସିବାରେ ଲାଗିଛି। ଥଣ୍ଡା, ସର୍ଦ୍ଦି, ଜ୍ୱର, ଗଳା ଦରଜ ଏହାର ପ୍ରଥମ ଲକ୍ଷଣ ହୋଇଥିବା ବେଳେ ଏବେ ବିଶେଷଜ୍ଞମାନେ କହୁଛନ୍ତି ଗୋଲାପି ଆଖି ମଧ୍ୟ କରୋନା ସଂକ୍ରମଣର ପ୍ରଥମ ଲକ୍ଷଣ ହୋଇପାରେ। କାନାଡାର ଜର୍ଣ୍ଣାଲ ଅଫ୍‌ ଓପଥାଲମୋଲୋଜିରେ ପ୍ରକାଶିତ ଏକ ନୂଆ ଅଧ୍ୟୟନରୁ ଏହା ଜଣାପଡିଛି। ଆଖି ଫୁଲିବା ଓ ଆଖି ଗୋଲାପି ହେବା, କର୍ନିଆରେ ସମସ୍ୟା ଦେଖାଦେବା ବା ଆଖି ଲାଲ ପଡିବା କରୋନାର ପ୍ରଥମ ଲକ୍ଷଣ ବୋଲି ଗବେଷକମାନେ କହିଛନ୍ତି। ଅଲବର୍ଟାରେ ଥିବା ରୟାଲ ଆଲେକଜାଣ୍ଡର ହସ୍ପିଟାଲର ଆଇ ଇନଷ୍ଟିଚ୍ୟୁଟରେ ମାର୍ଚ୍ଚ ମାସରେ ଜଣେ ୨୯ ବର୍ଷୀୟା ମହିଳାଙ୍କ ଆଖିରେ ସମସ୍ୟା ଥିବା ଓ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ଦେଖାଯାଇଥିଲା। ଏହାପରେ ତାଙ୍କର ଚିକିତ୍ସା କରାଯିବାରୁ ସେ ସାମାନ୍ୟ ସୁସ୍ଥ ହୋଇଥିଲେ। ତେବେ ସେ ବିଦେଶରୁ ଫେରିଥିବା ଜଣାପଡିବା ପରେ ତାଙ୍କର କରୋନା ଟେଷ୍ଟ ହେବାରୁ ରିପୋର୍ଟ ପଜିଟିଭ ଆସିଥିଲା। ଏହାକୁ ନେଇ କାନାଡାର ୟୁନିଭର୍ସିଟି ଅଫ୍‌ ଅଲବର୍ଟାର ଆସିଷ୍ଟାଣ୍ଡ ପ୍ରଫେସର କାର୍ଲୋସ ସୋଲାର୍ଟେ କହିଛନ୍ତି, ସବୁଠାରୁ ଗୁରୁତ୍ୱପୂଣ୍ଣର୍’ କଥା ହେଲା ଉକ୍ତ ମହିଳାଙ୍କ ପାଖରେ ମୁଖ୍ୟ ରୋଗ ନିଶ୍ୱାସ ନେବା ନ ଥିଲା ବରଂ ଆଖି ସମସ୍ୟା ତାଙ୍କର ମୁଖ୍ୟ ରୋଗ ଥିଲା। ମହିଳାଙ୍କ ପାଖରେ କାଶ, ଜ୍ୱର ଭଳି କୌଣସି ଲକ୍ଷଣ ନ ଥିବାରୁ ସେ କରୋନାରେ ପୀଡ଼ିତ ବୋଲି ସନ୍ଦେହ କରାଯାଇ ନ ଥିଲା। ଏବେ ଉକ୍ତ ମହିଳା ଜଣଙ୍କ ସୁସ୍ଥ ହୋଇ ଯାଇଥିଲେ ମଧ୍ୟ ତାଙ୍କ ସଂସ୍ପର୍ଶରେ ଆସିଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ କ୍ୱାରାଣ୍ଟାଇନରେ ରହିବାକୁ ପଡିଥିଲା। ହେଲେ ସମସ୍ତଙ୍କ ରିପୋର୍ଟ ପରେ ନେଗେଟିଭ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତୁ କେମିତି ନିୟନ୍ତ୍ରଣରେ ରହିବ ବ୍ଲଡ୍‌ପ୍ରେସର

ରକ୍ତଚାପ ବା ବ୍ଲଡପ୍ରେସର ଦୁଇ ଭାଗରେ ବିଭକ୍ତ, ଯଥା- ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡପ୍ରେସର, ଲୋ ବ୍ଲଡପ୍ରେସର ବା ନିମ୍ନ ରକ୍ତଚାପ। ବିଶେଷଭାବରେ ଲୋ ବ୍ଲଡପ୍ରେସର…

ଚର୍ଚ୍ଚିତ ଗୌଣ ଗ୍ରହ ଆପୋଫିସ୍‌

ଆମ ସୌରଜଗତରେ ମଙ୍ଗଳ ଓ ବୃହସ୍ପତି ଗ୍ରହଦ୍ୱୟ କକ୍ଷ ମଝିରେ ଅନେକଗୁଡିଏ କ୍ଷୁଦ୍ର ଜ୍ୟୋତିର୍ବିଦୀୟ ପିଣ୍ଡ ସୂର୍ଯ୍ୟଙ୍କୁ ପରିକ୍ରମଣ କରୁଛନ୍ତି। ଏଗୁଡିକ ଗ୍ରହାଣୁ ବା ଗୌଣଗ୍ରହ କୁହାଯାଏ।…

ସତ୍ୟ ନିକେତନ ଘଟଣା: ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ୫ MCD ଅଧିକାରୀ ନିଲମ୍ବିତ

ନୂଆଦିଲ୍ଲୀ,୭।୯: ଦିଲ୍ଲୀର ସତ୍ୟ ନିକେତନରେ କୋଠା ଭୁଶୁଡ଼ିବା ଘଟଣାରେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେନ (MCD) ଦ୍ୱାରା ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦକ୍ଷିଣ ଜୋନର ପାଞ୍ଚ ଜଣ…

ଦିଲ୍ଲୀ ଘଟଣା: ମୃତକଙ୍କ ପରିବାରକୁ ୧ କୋଟି କ୍ଷତିପୂରଣ ସହ ସରକାରୀ ଚାକିରି ଦାବି

ନୂଆଦିଲ୍ଲୀ,୭।୯: ଦିଲ୍ଲୀର ସତ୍ୟ ନିକେତନରେ କୋଠା ଭୁଶୁଡ଼ି ପ୍ରାଣ ହରାଇଥିବା ଲୋକଙ୍କ ପରିବାର ସମ୍ପର୍କରେ ଭାରତୀୟ ଜାତୀୟ କଂଗ୍ରେସର ଉତ୍ତର ପ୍ରଦେଶ ୟୁନିଟ ସଭାପତି ଅଜୟ ରାୟ…

ବଡ଼ ଖବର! ଗଣଶିକ୍ଷା ସଚିବଙ୍କ ସୂଚନା, ଦଶମ-ଦ୍ୱାଦଶ ପାଇଁ ହେବ ଗୋଟିଏ ବୋର୍ଡ

ଭୁବନେଶ୍ୱର, ୭।୯: ଦଶମ ଓ ଦ୍ବାଦଶ ପରୀକ୍ଷା ନେଇ ବଡ଼ ସୂଚନା ଦେଲେ ଗଣଶିକ୍ଷା ସଚିବ । ଏଣିକି ଦଶମ ଓ ଦ୍ବାଦଶ ପରୀକ୍ଷା ପାଇଁ ଗୋଟିଏ…

ଶନିଙ୍କ ବକ୍ରୀ ଚଳନରେ ୩ ରାଶିଙ୍କ ପାଇଁ ବଢ଼ିପାରେ ସମସ୍ୟା, କର୍ମକ୍ଷେତ୍ରରେ ସମସ୍ୟା ସହ ଚାକିରି…

ବର୍ତ୍ତମାନ ଶନି ଗ୍ରହ ବକ୍ରୀ ଅବସ୍ଥାରେ ମୀନ ରାଶିରେ ରହିଛନ୍ତି। ଜ୍ୟୋତିଷ ମତ ଅନୁସାରେ, ଶନିଙ୍କ ଏହି ସ୍ଥିତି କିଛି ରାଶି ପାଇଁ ଚ୍ୟାଲେଞ୍ଜ ଆଣିପାରେ। ଶନିଙ୍କୁ…

୫ ବର୍ଷ ପୂର୍ବେ ନିଖୋଜ ହୋଇଯାଇଥିବା ମା’ ଘରକୁ ଫେରିଲେ, ପରିବାରରେ ଖୁସିର ଲହରି

ଦିଗପହଣ୍ଡି,୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବରମୁଣ୍ଡୁଳି ଗାଁର ୭୦ ବର୍ଷୀୟା ବୃଦ୍ଧା ଇନ୍ଦୁ ବିଷୋୟୀ ୫ ବର୍ଷ ପୂର୍ବେ ଭୁବନେଶ୍ୱରରୁ ନିଖୋଜ ହୋଇଯାଇଥିଲେ।…

ଗଡକରୀଙ୍କ ବୟାନ ପରେ ରାଜନୀତିରେ ହଇଚଇ, ଭୋଟ୍ ନେଇ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୭।୯: କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ଏକ ବୟାନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋରଦାର ହୋଇଛି । ନାଗପୁରରେ ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri