ଗୋଲାପି ଆଖି ହୋଇପାରେ କରୋନା ଭାଇରସର ପ୍ରାରମ୍ଭିକ ଲକ୍ଷଣ

ଟରଣ୍ଟୋ,୨୦।୬: କରୋନା ମହାମାରୀ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟି ଯାଇଥିବା ବେଳେ ଏହି ସଂକ୍ରମଣର ନୂଆ ନୂଆ ଲକ୍ଷଣ ସାମ୍ନାକୁ ଆସିବାରେ ଲାଗିଛି। ଥଣ୍ଡା, ସର୍ଦ୍ଦି, ଜ୍ୱର, ଗଳା ଦରଜ ଏହାର ପ୍ରଥମ ଲକ୍ଷଣ ହୋଇଥିବା ବେଳେ ଏବେ ବିଶେଷଜ୍ଞମାନେ କହୁଛନ୍ତି ଗୋଲାପି ଆଖି ମଧ୍ୟ କରୋନା ସଂକ୍ରମଣର ପ୍ରଥମ ଲକ୍ଷଣ ହୋଇପାରେ। କାନାଡାର ଜର୍ଣ୍ଣାଲ ଅଫ୍‌ ଓପଥାଲମୋଲୋଜିରେ ପ୍ରକାଶିତ ଏକ ନୂଆ ଅଧ୍ୟୟନରୁ ଏହା ଜଣାପଡିଛି। ଆଖି ଫୁଲିବା ଓ ଆଖି ଗୋଲାପି ହେବା, କର୍ନିଆରେ ସମସ୍ୟା ଦେଖାଦେବା ବା ଆଖି ଲାଲ ପଡିବା କରୋନାର ପ୍ରଥମ ଲକ୍ଷଣ ବୋଲି ଗବେଷକମାନେ କହିଛନ୍ତି। ଅଲବର୍ଟାରେ ଥିବା ରୟାଲ ଆଲେକଜାଣ୍ଡର ହସ୍ପିଟାଲର ଆଇ ଇନଷ୍ଟିଚ୍ୟୁଟରେ ମାର୍ଚ୍ଚ ମାସରେ ଜଣେ ୨୯ ବର୍ଷୀୟା ମହିଳାଙ୍କ ଆଖିରେ ସମସ୍ୟା ଥିବା ଓ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ଦେଖାଯାଇଥିଲା। ଏହାପରେ ତାଙ୍କର ଚିକିତ୍ସା କରାଯିବାରୁ ସେ ସାମାନ୍ୟ ସୁସ୍ଥ ହୋଇଥିଲେ। ତେବେ ସେ ବିଦେଶରୁ ଫେରିଥିବା ଜଣାପଡିବା ପରେ ତାଙ୍କର କରୋନା ଟେଷ୍ଟ ହେବାରୁ ରିପୋର୍ଟ ପଜିଟିଭ ଆସିଥିଲା। ଏହାକୁ ନେଇ କାନାଡାର ୟୁନିଭର୍ସିଟି ଅଫ୍‌ ଅଲବର୍ଟାର ଆସିଷ୍ଟାଣ୍ଡ ପ୍ରଫେସର କାର୍ଲୋସ ସୋଲାର୍ଟେ କହିଛନ୍ତି, ସବୁଠାରୁ ଗୁରୁତ୍ୱପୂଣ୍ଣର୍’ କଥା ହେଲା ଉକ୍ତ ମହିଳାଙ୍କ ପାଖରେ ମୁଖ୍ୟ ରୋଗ ନିଶ୍ୱାସ ନେବା ନ ଥିଲା ବରଂ ଆଖି ସମସ୍ୟା ତାଙ୍କର ମୁଖ୍ୟ ରୋଗ ଥିଲା। ମହିଳାଙ୍କ ପାଖରେ କାଶ, ଜ୍ୱର ଭଳି କୌଣସି ଲକ୍ଷଣ ନ ଥିବାରୁ ସେ କରୋନାରେ ପୀଡ଼ିତ ବୋଲି ସନ୍ଦେହ କରାଯାଇ ନ ଥିଲା। ଏବେ ଉକ୍ତ ମହିଳା ଜଣଙ୍କ ସୁସ୍ଥ ହୋଇ ଯାଇଥିଲେ ମଧ୍ୟ ତାଙ୍କ ସଂସ୍ପର୍ଶରେ ଆସିଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ କ୍ୱାରାଣ୍ଟାଇନରେ ରହିବାକୁ ପଡିଥିଲା। ହେଲେ ସମସ୍ତଙ୍କ ରିପୋର୍ଟ ପରେ ନେଗେଟିଭ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକାର ସମର୍ଥନ

ଓ୍ବାଶିଂଟନ,୧୮ା୪: ଏକବିଂଶ ଶତାବ୍ଦୀର ବିଶ୍ୱର ପ୍ରତିଫଳନ ପାଇଁ ସୁରକ୍ଷା ପରିଷଦ ସମେତ ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକା ସମର୍ଥନ ଜଣାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ...

ଦୁବଇରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଦେଖୁ ଦେଖୁ ଆକାଶ ହୋଇଗଲା ସବୁଜ, ଦେଖନ୍ତୁ ଭିଡିଓ

ଦୁବଇ,୧୮।୪: ଗତ କିଛି ଦିନ ହେବ ଦୁବଇର ପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଯେଉଁଠାରେ ୭୫ ବର୍ଷ ମଧ୍ୟରେ ପ୍ରବଳ ବର୍ଷା ସହରକୁ ବୁଡ଼ାଇ...

ପ୍ରତିଦିନ ଚୋରି ହେଉଛି ୬ ଲକ୍ଷ ଲିଟର ପାଣି

ମେକ୍ସିକୋ ସିଟି,୧୮।୪: ଚୋରମାନଙ୍କ ଦ୍ୱାରା ଜଳର କଳାବଜାରି ଯୋଗୁଁ ମେକ୍ସିକୋରେ ହ୍ରଦ ଶୁଖିଯାଉଛି। ଚୋରମାନେ ସମଗ୍ର ହ୍ରଦକୁ ନିଷ୍କାସନ କରି ଦିନକୁ ପ୍ରାୟ ୬ଲକ୍ଷ ଲିଟର...

ଭୂକମ୍ପର ଜୋରଦାର ଝଟ୍‌କାରେ ଥରିଲା ଜାପାନ, ୯ ଆହତ, ନାହିଁ ସୁନାମି ଚେତାବନୀ

ଟୋକିଓ,୧୮।୪: ବୁଧବାର ବିଳମ୍ବିତ ରାତିରେ ଦକ୍ଷିଣ-ପଶ୍ଚିମ ଜାପାନରେ ହୋଇଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ୯ଜଣ ଆହତ ହୋଇଛନ୍ତି। ଗତକାଲି ଅର୍ଥାତ୍‌ ବୁଧବାର ରାତିରେ ୬.୬ ମ୍ୟାଗ୍ନିଚ୍ୟୁଡର...

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୋକିବା କଷ୍ଟକର’

ଇସଲାମାବାଦ,୧୮।୪: କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଭାରତର ଲୋକ ସଭା ନିର୍ବାଚନ ବିଷୟରେ ଆଲୋଚନା ହେଉଛି। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର...

ଭାରତ ସପକ୍ଷରେ ଯୁକ୍ତି ବାଢିଲେ ଏଲନ ମସ୍କ

ନ୍ୟୁୟର୍କ,୧୮।୪: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ସ୍ଥାୟୀ ଆସନ ପାଇଁ ଭାରତର ଦାବି ପ୍ରସଙ୍ଗ ପୁଣି ଉଠିବା ଆରମ୍ଭ କରିଛି। ଟେସଲା ସିଇଓ...

‘ଟାଇମ୍’ ମାଗାଜିନ ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ସାକ୍ଷୀ ମଲିକ୍-ଆଲିଆ ଭଟ୍ଟ

ନୂଆଦିଲ୍ଲୀ, ୧୭।୪: ଟାଇମ୍ ମାଗାଜିନ୍ ୨୦୨୪ ବର୍ଷର ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ତାଲିକା ପ୍ରକାଶ କରିଛି। ବୁଧବାର ସନ୍ଧ୍ୟାରେ ପ୍ରକାଶିତ ଏହି ତାଲିକାରେ ଦୁଇ ଭାରତୀୟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri