Posted inଫୁରସତ

ଗୋଡ଼, ହାତରେ ୩୧ ଅଙ୍ଗୁଳି ଥିବା ମହିଳା

କୁମାରୀ ନାୟକ। ବୟସ ୬୩ରୁ ଊର୍ଦ୍ଧ୍ୱ। ଘର ଓଡିଶାର ଗଞ୍ଜାମ ଜିଲାରେ। ତେବେ ସେ ନିଜ ଜୀବନର ଅଧିକାଂଶ ସମୟ ଘରେ ଆବଦ୍ଧ ରହି ବିତାଇଛନ୍ତି। କାରଣ ଏ ସମାଜ ତାଙ୍କୁ ଆଖ୍ୟା ଦେଇଛି ଡାହାଣୀ ବୋଲି। ତାଙ୍କର ପାଦରେ ୧୯ଟି ଓ ହାତରେ ୧୨ଟି ଅଙ୍ଗୁଳି ଅଛି। ଏହା ହେଉଛି ତାଙ୍କୁ ମିଳିଥିବା ଡାହାଣୀ ଆଖ୍ୟା ପାଇଥିବାର କାରଣ। ସେ ପଲିଡାକ୍ଟିଲିଜମ୍‌ରେ ଆକ୍ରାନ୍ତ, ଯେଉଁଥିପାଇଁ ସେ ଅଧିକ ଅଙ୍ଗୁଳି ସହ ଜନ୍ମ ହୋଇଛନ୍ତି। ଏଇଥିପାଇଁ ତାଙ୍କ ସାହିପଡିଶା ଡାହାଣୀ କହନ୍ତି। ଗରିବ ଘରର ହୋଇଥିବାରୁ ତାଙ୍କ ପାଖରେ ଟଙ୍କା ନ ଥିଲା ଚିକିତ୍ସା ପାଇଁ। ତେଣୁ ତାଙ୍କୁ ୩୧ ଅଙ୍ଗୁଳି ସହ ସାରା ଜୀବନ ବିତାଇବାକୁ ପଡିଲା। ତା’ସହ ଅନେକ ଗଞ୍ଜଣା ବି ସହିବାକୁ ପଡିଛି। ହେଲେ ଏବେ ସେ ତାଙ୍କର ଏହି ସ୍ଥିତି ପାଇଁ ସାରା ପୃଥିବୀରେ ପରିଚିତ ହେବାକୁ ଯାଉଛନ୍ତି। କାରଣ ତାଙ୍କ ନାଁ ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ସବୁଠାରୁ ବେଶି ଅଙ୍ଗୁଳି ଥିବା ବ୍ୟକ୍ତି ଭାବେ ସ୍ଥାନ ପାଇବ। ପୂର୍ବରୁ ଏହି ରେକର୍ଡ ଦେବେନ୍ଦ୍ର ସୂତାରଙ୍କ ନାଁରେ ଥିଲା। ଯାହାଙ୍କର ୧୪ଟି ହାତ ଓ ୧୪ଟି ପାଦ ଅଙ୍ଗୁଳି ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

HRଙ୍କ ଗୋଟିଏ ଫୋନ୍‌ କଲ୍‌ରେ ଚାଲିଗଲା ଯୁବତୀଙ୍କର ସାଢ଼େ ୫ ବର୍ଷର ଚାକିରି, କହିଲେ ଭଗବାନଙ୍କ ନିର୍ଦ୍ଦେଶ ଯାହା…

ଦିଲ୍ଲୀର ଜଣେ ଆଇଟି ପ୍ରଫେଶନାଲଙ୍କ ଏକ ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି। ଭିଡିଓରେ ଯୁବତୀ ଜଣକ କହୁଛନ୍ତି ସେ ଏଚ୍‌ଆରଙ୍କଠାରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri