Posted inଖେଳ

ଗୋଟିଏ ବର୍ଷରେ ଅଧିକ ଇଭେଣ୍ଟରେ ପଦକ ଜିତିବାରୁ ପ୍ରୋତ୍ସାହନ ରାଶି କମିଲା

ଚଣ୍ଡିଗଡ଼,୨୬।୬- ହରିୟାଣା ସରକାର ଅନ୍ତର୍ଜାତୀୟ ଇଭେଣ୍ଟରେ ପଦକ ବିଜେତାଙ୍କ ପ୍ରୋତ୍ସାହନ ରାଶି ଲାଗି ୯ ମାସ ପୂର୍ବେ ନୂଆ ନିୟମ ଆଗତ କରିଥିଲେ। ରାଜ୍ୟର ଆଥ୍‌ଲେଟ, ଯେଉଁମାନେ ଗତବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସିଆନ୍‌ ଗେମ୍ସରେ ପଦକ ଜିତିଥିଲେ, ସେମାନଙ୍କ ପୁରସ୍କାର ରାଶି କମାଇ ଦିଆଯାଇଛି। ଏହା ନୂଆ ନିୟମ ଅନୁଯାୟୀ କରାଯାଇଛି। ବିଶ୍ୱର ନଂ.୧ ର଼୍ୟାଙ୍କ୍‌ ବଜରଙ୍ଗ ପୁନିଆ ଓ ଏସିଆନ୍‌ ଗେମ୍ସ ଚାମ୍ପିୟନ ଭିନେଶ ଫୋଗତ ଉଭୟ ଇଭେଣ୍ଟରେ ପଦକ ଜିତିଥିଲେ। ସେମାନଙ୍କୁ ଧାର୍ଯ୍ୟ ପୁରସ୍କାର ରାଶିଠାରୁ କମ୍‌ ଦିଆଯାଇଛି। ଗୋଟିଏ ବର୍ଷରେ ଜଣେ ଆଥ୍‌ଲେଟ ଗୋଟିଏରୁ ଅଧିକ ପଦକ ଜିତିଲେ, ତାଙ୍କ ଶୀର୍ଷ ପଦକ ଲାଗି ସମ୍ପୂର୍ଣ୍ଣ ପୁରସ୍କାର ରାଶି ଓ ଅନ୍ୟ ପଦକ ପାଇଁ ୫୦ ପ୍ରତିଶତ ରାଶି ମିଳିବ। ରାଜ୍ୟର ୩ ହଜାର ଆଥ୍‌ଲେଟ୍‌ଙ୍କ ବ୍ୟାଙ୍କ ଖାତାରେ ଟଙ୍କା ଗତ ସପ୍ତାହରେ ଜମା କରାଯାଇଥିଲା। ଏହାପରେ ପୁନିଆ ପୁରସ୍କାର ରାଶିଠାରୁ କମ୍‌ ମିଳିଥିବା ଟୁଇଟ୍‌ କରିଥିଲେ। ରେସ୍‌ଲର ଭିନେଶ ମଧ୍ୟ ସମାନ ଘଟଣା ସମ୍ପର୍କରେ ଟୁଇଟ୍‌ କରିଥିଲେ। ୩ କୋଟି ବଦଳରେ ୨.୨୫ କୋଟି ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଆସିଛି। ପ୍ରଥମତଃ ରାଜ୍ୟ ସରକାର ପଦକଧାରୀଙ୍କ ଲାଗି ପୁରସ୍କାର ରାଶି ବଣ୍ଟନ ଉତ୍ସବକୁ ରଦ୍ଦ କରିଥିଲେ। ଆଉ ଏବେ ନୂଆ ନିୟମ କାର୍ଯ୍ୟକାରୀ କରିଛନ୍ତି। ସରକାର ଆମ ସହ ସାବତପୁଅ ଭଳି ବ୍ୟବହାର କରୁଛି। ହରିୟାଣା ଦେଶର ସବୁଠାରୁ ଅଧିକ ପଦକ ଆଣୁଥିବା ରାଜ୍ୟ, ହେଲେ ରାଜ୍ୟ ସରକାର ଆମକୁ ବୋଝ ଭଳି ବ୍ୟବହାର କରୁଛନ୍ତି ବୋଲି ପୁନିଆ କହିଛନ୍ତି। ଉଲ୍ଲେଖଥାଉ କି, ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଜିତିଥିବା ୬୬ ପଦକ ମଧ୍ୟରୁ ୨୨ଟି ପଦକ କେବଳ ହରିୟାଣା ଆଥ୍‌ଲେଟ୍‌ ଜିତିଥିଲେ। ସେହିପରି ଏସିଆନ୍‌ ଗେମ୍ସରେ ଭାରତ ୬୧ ପଦକ ହାତେଇଥିବାବେଳେ ହରିୟାଣା ଭାଗ୍ୟରେ ୧୭ ପଦକ ପଡ଼ିଥିଲା। ବଜରଙ୍ଗ ପୁନିଆ, ଭିନେଶ ଫୋଗତ ଓ ନୀରଜ ଚୋପ୍ରାଙ୍କ ଭଳି ଖେଳାଳି ଉଭୟ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ-ଆମେରିକା ଯୁଦ୍ଧବିରତି ଉପରେ ଆଲୋଚନା ଦୂରର କଥା: ବୈଠକ ପୂର୍ବରୁ ୨ଟି ବଡ଼ ସର୍ତ୍ତ ରଖିଦେଲେ…

ନୂଆଦିଲ୍ଲୀ,୧୧।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଏକ ଇରାନୀ ପ୍ରତିନିଧି ଦଳ ଶାନ୍ତି ଆଲୋଚନା ପାଇଁ ଇସଲାମାବାଦରେ ପହଞ୍ଚିଛି। ଏହି ପ୍ରତିନିଧି ଦଳ…

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା: ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ…

୪୦ ଫୁଟ୍‌ ତଳକୁ ଖସିଲା OSRTC ବସ୍‌: ୨୪ଯାତ୍ରୀ ଆହତ, ଜଣେ ମୃତ

ପଟ୍ଟାଙ୍ଗି , ୧୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଘାଟିରେ OSRTC ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଯାତ୍ରୀ ଆହତ…

କେମୋଥେରାପିରେ ସୀମିତ କ୍ୟାନ୍‌ସର ଚିକିତ୍ସା: ୧୩୮କୋଟିର ହସ୍ପିଟାଲରେ ମିଳୁନି ସ୍ବାସ୍ଥ୍ୟସେବା

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା କ୍ୟାନସର ରୋଗୀଙ୍କ ହବ୍‌ ପାଲଟିଛି। ଏଠାରେ କ୍ୟାନସର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଏଠାରେ ଥିବା କ୍ୟାନସର ହସ୍ପିଟାଲରୁ…

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

ମୁଣ୍ଡିଆ ମାରିଲେ, ମନ୍ଦିରରୁ ସବୁ ଲୁଟିନେଲେ: ମାଷ୍ଟରମାଇଣ୍ଡ୍‌ ଜଣେ ମହିଳା

ଭୁବନେଶ୍ୱର,୧୧।୪(ତ୍ରିନାଥ ମହାନ୍ତି):ଗୋଟିଏ ରାତିରେ ଦୁର୍ବୃତ୍ତମାନେ ୩ ମନ୍ଦିରରେ ପଶି ପୋଛି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଟଙ୍କା। ଚନ୍ଦ୍ରଶେଖରପୁର ଥାନା ପଟିଆ ଗଁାରେ ଥିବା…

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri