ଗୋଚର ପାଲଟିଲାଣି ଲୁଣ ଜମି

ଗଞ୍ଜାମ,୧୭ା୧(ଡି.ଏନ.ଏ.) – ଗଞ୍ଜାମ ଜିଲାର ହୁମ୍ମା ଓ ଗଞ୍ଜାମ ଆଖପାଖ ଅଞ୍ଚଳରେ ହଜାର ହଜାର ଏକର ଲୁଣ ଜମି ଏବେ ଗୋଚର ପାଲଟିଲାଣି। ଲୁଣ ଉତ୍ପାଦନକୁ ଗୁରୁତ୍ୱ ଦିଆ ନ ଯିବା, ଦର ବୃଦ୍ଧି ପାଉ ନ ଥିବା ଆଦି କାରଣରୁ ଚାଷୀମାନେ ଏଥିରୁ ମୁହଁ ଫେରାଇବାକୁ ବାଧ୍ୟ ହେଉଛନ୍ତି। ଗଞ୍ଜାମ ଅଞ୍ଚଳରେ ଲୁଣ ଚାଷ ପାଇଁ କେନ୍ଦ୍ର ସରକାରଙ୍କ ୧,୪୭୨ ଏକର ଜମି ରହିଛି। ସେଥିମଧ୍ୟରୁ ୭୨୯ ଏକର ହୁମ୍ମା ଓ ବିଞ୍ଚଣାପଲ୍ଲୀ ଲବଣ ସମବାୟ ସମିତି ଅଧୀନରେ ଅଛି। ଅବଶିଷ୍ଟ ଜମି ଲିଜଧାରୀଙ୍କ ନାମରେ ରହିଛି। ପୂର୍ବରୁ ଏଠାରେ ଉତ୍ପାଦିତ ଲୁଣକୁ କଷ୍ଟିକ୍‌ ସୋଢ଼ା ପ୍ରସ୍ତୁତ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନ୍ୟ ରାଜ୍ୟକୁ ନିଆଯାଉଥିଲା। ବର୍ତ୍ତମାନ ତାହା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଗଞ୍ଜାମ ବ୍ଲକର ହୁମ୍ମା ସମେତ ଲକ୍ଷ୍ମୀପୁର, ଝାଡ଼ୁକୁଦା, ମୟୂରପଦା, ନିଳାଦ୍ରୀପୁର, ଖଟୁଆକୁଦା, କଣ୍ଟିଆଗଡ଼, ବିଞ୍ଚଣାପଲ୍ଲୀ, ପୁଇଁତୋଳା ଓ ସୂର୍ଯ୍ୟନାରାୟଣପୁର ଗ୍ରାମର ଲୋକେ ଅନ୍ୟାନ୍ୟ ଚାଷ ସହ ଲୁଣ ଚାଷ ମଧ୍ୟ କରିଥାନ୍ତି। ହେଲେ ସରକାରଙ୍କ ପକ୍ଷରୁ ଲୁଣଚାଷ ପାଇଁ କୌଣସି ପ୍ରୋତ୍ସାହନ ମିଳୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଉନ୍ନତ ପ୍ରଣାଳୀରେ ଧାନ, ପନିପରିବା ଚାଷ କରାଯାଉଥିବା ବେଳେ ଏଥିପାଇଁ କୌଣସି ସଚେତନତା କାର୍ଯ୍ୟକ୍ରମ କରାଯାଉନାହିଁ। ପୁଇଁତୋଳା ଗ୍ରାମର ଚାଷୀ ବୃନ୍ଦାବନ ସାହୁ କହିଛନ୍ତି, ବଜାରରେ ସବୁ ଦରଦାମ ବୃଦ୍ଧି ହେଉଥିବା ବେଳେ ଲୁଣଦର ବୃଦ୍ଧି ହେଉନାହିଁ। ଏଥିପାଇଁ ଏହି ଚାଷ କରିବାକୁ ଆଗ୍ରହ ନ ଥିବା ସେ କହିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ, ଅଦିନିଆ ବର୍ଷା ଯୋଗୁ ଗତ ୩/୪ବର୍ଷ ହେବ ଲୁଣଚାଷରେ କ୍ଷତି ଘଟୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କ୍ଷତିପୂରଣ ମିଳୁ ନ ଥିବା କହିଛନ୍ତି ମୟୂରପଦା ଅଞ୍ଚଳର ଜଣେ ଚାଷୀ । ପ୍ରୋତ୍ସାହନ ମିଳିଲେ ଅଧିକ ଲୁଣ ଉପତ୍ାଦନ ହୋଇପାରନ୍ତା ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଚାଷୀ ପରିବାରର ଜଣେ ସଦସ୍ୟ ତଥା ଭାଜପା ନଗର ସଭାପତି ସୁଦାମ ଚରଣ ଜେନା ଳୁଣ ଚାଷ ସମସ୍ୟା ଜଣାଇବା ପାଇଁ ବ୍ରହ୍ମପୁରରେ ଥିବା ଜିଲା କ୍ଷୁଦ୍ରଶିଳ୍ପ ନିଗମ (ଡିଆଇସି) କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ୁଥିଲେ ମଧ୍ୟ କୌଣସି ଅଧିକାରୀଙ୍କ ଭେଟ ମିଳୁ ନ ଥିବା ସେ ଅଭିଯୋଗ କରିଛନ୍ତି। ଲକ୍ଷ୍ମୀପୁର ଅଞ୍ଚଳର ଲୁଣ ବ୍ୟବସାୟୀ କେ. କବିତା ଦୁଇଅଡ଼ା ଲୁଣକୁ ୧୦ ଟଙ୍କା ଓ ୧୫୦ ବସ୍ତାଏ ଲୁଣକୁ ମାତ୍ର ଦେଢ଼ଶହ ଟଙ୍କାରେ ସେ ବିକ୍ରି କରୁଥିବା କହିଛନ୍ତି। ଲୁଣ ବିକି ପରିବାର ଚଳାଇବା କଷ୍ଟକର । ତେଣୁ ଆମ ଲୋକେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଛନ୍ତି ବୋଲି କବିତା କହିଛନ୍ତି। ଏ ସମ୍ପର୍କରେ ବିଡିଓ ଜ୍ୟୋତି ଶଙ୍କର ରାଏ କହିଛନ୍ତି, ସୋସାଇଟି ପକ୍ଷରୁ ଦାବିପତ୍ର ମିଳିଛି। ଜିଲାପାଳଙ୍କୁ ଅବଗତ କରାଯିବା ପରେ ପଦକ୍ଷେପ ନିଆଯିବ ।


Enter your email to get our daily news in your inbox.

All Right Reserved By Dharitri.Com

‘ପର୍‌ ଡ୍ରପ୍‌ ମୋର୍‌ କ୍ରପ୍‌’ ଖର୍ଚ୍ଚ ବଢ଼ାଅ

ଭୁବନେଶ୍ୱର,୧୧।୧୨(ରବିନାରାୟଣ ଜେନା): କୃଷି ଓ କୃଷକଙ୍କ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ଏବଂ ରାଜ୍ୟ ସରକାର ବହୁବିଧ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ବାସ୍ତବକ୍ଷେତ୍ରରେ ଅଧିକାରୀଙ୍କ...

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri