Posted inଖେଳ

ଗେଲ୍‌ଙ୍କ ବିଶ୍ୱକପ ଅଭିଯାନ ଶେଷ

ଲୀଡ୍ସ, ୫।୭-ଓ୍ବେଷ୍ଟଇଣ୍ଡିଜ ଓପନର କ୍ରିସ ଗେଲ୍‌ଙ୍କ ବିଶ୍ୱକପ ଅଭିଯାନ ନୈରାଶ୍ୟର ସହ ଶେଷ ହୋଇଛି। ପ୍ରତିଯୋଗିତାରେ ଆଶାନୁରୂପ ପ୍ରଦର୍ଶନ କରି ନ ପାରି ଓ୍ବେଷ୍ଟଇଣ୍ଡିଜ ଲିଗ୍‌ ପର୍ଯ୍ୟାୟରୁ ବିଦାୟ ନେଇଛି। ଫଳରେ ଏହି ମେଗା ଇଭେଣ୍ଟରେ ବିସ୍ଫୋରକ ଓପନରଙ୍କ ଖେଳ ମଧ୍ୟ ସମାପ୍ତ ହୋଇଛି। କାରଣ ବିଶ୍ୱକପ ପରେ ଭାରତ ବିପକ୍ଷ ସିରିଜ ଖେଳି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେବୋଲି ଗେଲ୍‌ ପୂର୍ବରୁ ଘୋଷଣା କରି ସାରିଛନ୍ତି। ଗତ ମେ ୩୧ରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ୩୪ ବଲରୁ ୫୦ ରନର ଇନିଂସ ଖେଳି ଅଭିଯାନ ଆରମ୍ଭ କରିଥିବା ଗେଲ୍‌ ଜୁନ ୬ରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୭ ବଲରୁ ୨୧ ରନକରି ଆଉଟ ହୋଇଥିଲେ। ଜୁନ ୧୦ରେ ଦକ୍ଷିଣଆଫ୍ରିକା ବିପକ୍ଷ ମ୍ୟାଚ ବର୍ଷାଯୋଗୁ ଅଧାରୁ ବନ୍ଦ ହୋଇଯିବାରୁ ଗେଲ୍‌ ବ୍ୟାଟିଂ ସୁଯୋଗ ପାଇ ନ ଥିଲେ। ଜୁନ ୧୪ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ୪୧ ବଲରୁ ୩୬ ରନ କରିଥିବାବେଳେ ୧୭ରେ ବାଂଲାଦେଶ ବିପକ୍ଷରେ ୧୩ ବଲ ଖେଳିଥିଲେହେଁ ଖାତା ଖୋଲିପାରି ନ ଥିଲେ। ଜୁନ ୨୨ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୮୪ ବଲରୁ ୮୭ ରନକରି ସେ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ମ୍ୟାଚରେ ୨ ଓଭରରେ ୮ ରନ ଦେଇ ସେ ଗୋଟିଏ ଉଇକେଟ ମଧ୍ୟ ନେଇଥିଲେ। ୨୭ ତାରିଖରେ ପରବର୍ତ୍ତୀ ମ୍ୟାଚରେ ସେ ଭାରତ ବିପକ୍ଷରେ ମାତ୍ର ୬(୧୯ ବଲ) ରନ କରିବାକୁ ସକ୍ଷମ ହୋଇଥିବାବେଳେ ଜୁଲାଇ ୧ରେ ଶ୍ରୀଲଙ୍କା ବିପକ୍ଷରେ ୪୮ ବଲରୁ ୩୫ ରନ ସ୍କୋର କରିଥିଲେ। ଜୁଲାଇ ୪ରେ ନିଜର ଶେଷ ବିଶ୍ୱକପ ମ୍ୟାଚରେ ସେ ଦୁର୍ବଳ ପ୍ରତିଦ୍ୱନ୍ଦ୍ୱୀ ଆଫଗାନିସ୍ତାନ ବିପକ୍ଷରେ ୧୮ ବଲ ଖେଳିଥିଲେ ହେଁ ମାତ୍ର
୭ ରନ କରିବାକୁ ସକ୍ଷମ ହେଇଥିଲେ। ୧୯୭୯ ସେପ୍ଟେମ୍ବର ୨୧ରେ ଜାମାଇକାରରେ ଜନ୍ମିତ ଗେଲ୍‌ କ୍ୟାରିୟରରେ ୨୯୮ଟି ଦିନିକିଆ ଖେଳି ୩୫.୫୩ ଆଭରେଜରେ ୫୯୦୫ ରନ ସ୍କୋର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଲେଓ଼୍ବର ବଡ଼ ଘୋଷଣା, ଟ୍ରେନରେ ମିଳିବ…

ନୂଆଦିଲ୍ଲୀ,୩୦।୧୨: କୁହୁଡ଼ି ଯୋଗୁଁ ଉତ୍ତର ଭାରତରେ ପ୍ରତିଦିନ ଅନେକ ଟ୍ରେନ ବିଳମ୍ୱ ହୁଏ। କମ କିମ୍ୱା ଶୂନ୍ୟ ଦୃଶ୍ୟମାନତା ଟ୍ରେନ ଗତିକୁ ବହୁ ପରିମାଣରେ ହ୍ରାସ...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ତୃଣମୂଳ ସ୍ତରରେ ସଂଗଠନ ହେବ ସୁଦୃଢ଼: ଜିଲା ସଭାପତି ହେଉ ହେଉ ସାଙ୍ଗଠନିକ କମିଟି ଗଠନ କଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଭାଜପା ଭଞ୍ଜନଗର ସାଙ୍ଗଠନିକ ଜିଲା ନୂତନ କମିଟି ଗଠିତ ହୋଇଛି। ଫଳରେ ନୂତନ କର୍ମକର୍ତ୍ତାଙ୍କୁ ନେଇ ତୃଣମୂଳ ସ୍ତରରେ ସଂଗଠନ ଆହୁରି ସୁଦୃଢ଼...

BMCର ବଡ଼ ସୂଚନା: ଜାନୁଆରୀ ୪ରେ ‘ପଥ ଉତ୍ସବ’

ଭୁବନେଶ୍ବର,୩୦।୧୨: ଭୁବନେଶ୍ୱର ମହାନଗର ନିଗମ୍‌(BMC) ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଦିଆଯାଇଛି। ରାଜଧାନୀ ଭୁବନେଶ୍ୱରରେ ଜାନୁଆରୀ ୪ତାରିଖରୁ ଚଳିତ ସିଜିନ୍‌ର ପ୍ରଥମ ‘ପଥ ଉତ୍ସବ’...

ସଲମାନଙ୍କ ଗାଲୱାନ ଟ୍ରେଲର ଦେଖି ରାଗିଗଲା ଚାଇନା, ଏପରି କହିଲା ଭାରତ

ନୂଆଦିଲ୍ଲୀ,୩୦।୧୨: ସଲମାନଙ୍କ ଉପରେ ରାଗିଗଲା ଡ୍ରାଗନ। ‘ବ୍ୟାଟେଲ ଅଫ୍ ଗାଲୱାନ’ର ଟିଜର ମୁକ୍ତିଲାଭ କରିବା ପରେ ଚାଇନା ଏଥିରେ କ୍ଷୁବ୍ଧ ହୋଇଛି। ଚାଇନାର ସରକାରୀ ଗଣମାଧ୍ୟମ...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

ରାଜ୍ୟସ୍ତରୀୟ ଚକରା ବିଷୋୟୀ ଜୟନ୍ତୀ: ଆମେ ଲୋକଙ୍କ ଡାକ ପିଅନ କହିଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବିଞ୍ଜିଗିରି ଠାରେ ବୀର ଚକରା ବିଷୋୟୀଙ୍କ ରାଜ୍ୟ ସ୍ତରୀୟ ୨୦୩ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ...

ସତ ହେବ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ! ବର୍ଷ ଆରମ୍ଭରୁ ୬ରାଶି…

୨୦୨୬ ବର୍ଷ ପାଇଁ ବଡ଼ ଭବିଷ୍ୟବାଣୀ କରିଯାଇଛନ୍ତି ବାବା ଭେଙ୍ଗା । କିଛି ରାଶିରେ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି ବର୍ଷ ୨୦୨୬ । ବୃଷ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri