ଗୁରୁ ହିଁ ଈଶ୍ୱର

ସଂଗ୍ରାମ କେଶରୀ ପୃଷ୍ଟି
ବ୍ୟକ୍ତି ନିର୍ମାଣ ଓ ଚରିତ୍ର ଗଠନ ଦିଗରେ ଶିକ୍ଷାର ବିଶେଷ ଭୂମିକା ରହିଛି। ଶିକ୍ଷା ପରି ଏକ ପବିତ୍ର ଦାନ ସମ୍ଭବତଃ ଦୁନିଆରେ ଆଉ କିଛି ନାହିଁ। ଏହିପରି ଏକ ପବିତ୍ର ବୃତ୍ତିକୁ ଆପଣେଇ ଶିଷ୍ୟ ମନରୁ ଅଜ୍ଞାନ ଅନ୍ଧକାରକୁ ଦୂରେଇ ଦେଇ ପାରୁଥିବା ମହାନ୍‌ ବ୍ୟକ୍ତିବିଶେଷଙ୍କୁ ସମାଜ ‘ଗୁରୁ’ ଭାବରେ ଗ୍ରହଣ କରିଥାଏ। ପିତାମାତାଙ୍କ ପରେ ସେ ସ୍ବତନ୍ତ୍ର ସମ୍ମାନର ଅଧିକାରୀ ହୋଇଥାନ୍ତି।
ବିନା ଗୁରୁରେ ଜ୍ଞାନଲାଭ କରିବା ଅସମ୍ଭବ। ସୁତରାଂ ମୋକ୍ଷ ରୂପକ ମାର୍ଗ ଦେଖାଉଥିବା ବ୍ୟକ୍ତି ‘ଗୁରୁ’ ହିଁ ଅଟନ୍ତି। ଗୁରୁ ଶିଷ୍ୟ ମନରୁ କେବଳ ଅଜ୍ଞାନତା ନୁହେଁ, ତା’ ଭିତରେ ଥିବା ଅହଂକାରକୁ ମଧ୍ୟ ଦୂର କରନ୍ତି। ଅଜ୍ଞାନତା ହିଁ ସୁଖ-ଦୁଃଖ, ଜୀବନ-ମୃତ୍ୟୁ ମଧ୍ୟରେ ବିଭେଦ ସୃଷ୍ଟି କରିଥାଏ। ମାତ୍ର ମନରୁ ଅଜ୍ଞାନତା ଦୂର ହୋଇଗଲେ ଜୀବନର ବାସ୍ତବ ସତ୍ୟକୁ ଉପଲବ୍ଧି କରିହୁଏ। ଏହାକୁ ଧ୍ୟେୟ କରି ବାଟଚାଲିଲେ ଜୀବନର ଚଲାପଥ ହୁଏ କୁସୁମିତ। ସବୁ ବାଧାବିଘ୍ନକୁ ସହିବା ପାଇଁ ମନରେ ଆସେ ଅଦମ୍ୟ ସାହସ। ଏହା ନେପଥ୍ୟରେ ରହିଥାଏ ଗୁରୁଙ୍କ ଅସାମାନ୍ୟ ତ୍ୟାଗ, ଉତ୍ସର୍ଗୀକୃତ ଭାବନା ଓ ଅସୁମାରି ସ୍ନେହପ୍ରେମ। ତାଙ୍କ ପରି ହିତକାରୀ ସଂସାରରେ ବିରଳ ନିଶ୍ଚିତ। ସନ୍ଥ କବୀରଙ୍କ ଭାଷାରେ- ”ସଦ୍‌ଗୁରୁ ସମ କୋଇ ନହିଁ ସାତ ଦୀପ ନୌ ଖଣ୍ଡ, ତିନ୍‌ ଲୋକ ନ ପାରୟେ, ଅରୁ ଇକଇସ ବ୍ରହ୍ମାଣ୍ଡ।“ ଅର୍ଥତ୍‌ ସାତଦ୍ୱୀପ, ନଅ ଖଣ୍ଡ, ତିନି ଲୋକ, ଏକୋଇଶ ବ୍ରହ୍ମାଣ୍ଡରେ ସଦ୍‌ଗୁରୁଙ୍କ ସମାନ ହିତକାରୀ ଆପଣ କାହାକୁ ମଧ୍ୟ ପାଇବେ ନାହିଁ।
ପିତାମାତା ହେଉଛନ୍ତି ଶିଶୁର ଆଦ୍ୟଗୁରୁ। ସେମାନଙ୍କ ସଂଯମ, ଅଚରଣ, ଉଚ୍ଚାରଣ, ସଂସ୍କାରର ପ୍ରତିଫଳନ ଘଟେ ଶିଶୁ ଉପରେ। ପରବର୍ତ୍ତୀ ସମୟରେ ସେ ବିଦ୍ୟାଶିକ୍ଷା ପାଇଁ ଗୁରୁଙ୍କ ଶରଣାପନ୍ନ ହୋଇଥାଏ। ଏ ଶିକ୍ଷାର କିନ୍ତୁ ଶେଷ ନ ଥାଏ। କାରଣ ଏଠି ଜୀବନଟା ହେଉଛି ଶିକ୍ଷାର ଏକ ପ୍ରୟୋଗଶାଳା। ଗୁରୁଙ୍କ ଦିଗ୍‌ଦର୍ଶନ କାରଣରୁ ସମୟଠାରୁ ସେ ବହୁତ କିଛି ଶିଖିଥାଏ। ଶିକ୍ଷା ଗ୍ରହଣ ପାଇଁ ବୟସ କେବେ ବାଧକ ସାଜି ନ ପାରେ। ଶିଖିବାରେ ନିଷ୍ଠା ରଖୁଥିବା ବ୍ୟକ୍ତି ହିଁ ଜଣେ ଯୋଗ୍ୟ ଗୁରୁ ହୋଇଥାନ୍ତି। ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଭାଷାରେ- ”ନିଜକୁ ଯେ ନିରନ୍ତର ଶିଷ୍ୟ ରୂପେ ଗଣେ, ନିଶ୍ଚୟ ସେ ଯୋଗ୍ୟତମ ଗୁରୁ ମଧ୍ୟେ ଜଣେ।“
ଗୁରୁ ଓ ରାସ୍ତା ଏକାପରି। ସେମାନେ ଗୋଟିଏ ଜାଗାରେ ଥିବେ କିନ୍ତୁ ଅନ୍ୟକୁ ଆଗକୁ ବଢାଇବାକୁ ପ୍ରୋତ୍ସାହିତ କରିବେ। ଏହା ହିଁ ତ ଗୁରୁଙ୍କ ମହାନତା। ଛାତ୍ରୀ-ଛାତ୍ରଙ୍କ ଏକ ସୁନ୍ଦର ଭବିଷ୍ୟତ ନ୍ୟସ୍ତ ଥାଏ ଗୁରୁଙ୍କ ଉପରେ। କଞ୍ଚାମାଟିର ପିତୁଳାକୁ ସେ ଦେବତା ଭାବରେ ଗଢିବାକୁ ନିରନ୍ତର ପ୍ରୟାସ ଜାରିରଖନ୍ତି। ବିନା ଗୁରୁରେ କେହି କେବେ ଜ୍ଞାନୀ ପଦବାଚ୍ୟ ହୋଇପାରି ନ ଥାଏ। ତେଣୁ ଭାଗବତରେ ଅଛି ”ଗୁରୁ ନ ଥାଇ ତୁ ଅର୍ଜୁନ, କାହୁଁ ପାଇବୁ ସଦଜ୍ଞାନ।“ ଗୁରୁ ହିଁ ପ୍ରେରଣାର ଉତ୍ସଟିଏ। ଯିଏକି ଜ୍ଞାନ ପ୍ରଦାନ କରିବା ସହିତ ଶିଷ୍ୟ ମଧ୍ୟରେ ଥିବା ଅନ୍ତର୍ନିହିତ ଶକ୍ତିକୁ ଜାଗ୍ରତ କରିଥାନ୍ତି। ତା’ ଭିତରେ ଥିବା ସୃଜନଶୀଳତାର ବିକାଶ ପାଇଁ ଦିଅନ୍ତି ପ୍ରେରଣା। ବିଶିଷ୍ଟ ଦାର୍ଶନିକ ଆର୍ଥର ଓ୍ବାର୍ଡଙ୍କ ମତରେ- ”ଜଣେ ସାଧାରଣ ଶିକ୍ଷକ କେବଳ ଶିକ୍ଷାଦାନ କରିଥାନ୍ତି। ଭଲ ଶିକ୍ଷକ ଉତ୍ତମ ରୂପେ ବୁଝାଇଥାନ୍ତି। ସବୁଠୁ ଭଲ ଶିକ୍ଷକ ପ୍ରଦର୍ଶନ କରାନ୍ତି ମାତ୍ର ଚଣେ ମହାନ୍‌ ଶିକ୍ଷକ ପ୍ରେରଣା ଦେଇଥାନ୍ତି।“ ବାସ୍ତବରେ ଶିକ୍ଷକଙ୍କ ଏହି ପ୍ରେରଣା ହିଁ ଶିଷ୍ୟ ମନରେ ଆଶା ସଞ୍ଚାର କରେ। କଳ୍ପନା ଉଦ୍ରେକ କରିଦିଏ। ପୁନଶ୍ଚ ଭଲପାଇବାର ପ୍ରବଣତା ଭରିଦିଏ। ଏହାହିଁ ଶିକ୍ଷାକୁ ମହତ୍ତର ସୋପାନ ଆଡକୁ ବାଟ କଢାଇନିଏ।
ଶିକ୍ଷା ହେଉଛି ପ୍ରଗତିର ମାପକାଠି। ଏହା ମାଧ୍ୟମରେ ହିଁ ସମାଜର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତ୍ତନ ଅଣାଯାଇପାରିବ। ତେଣୁ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ସହିତ ଶିକ୍ଷାକୁ ବିକାଶ ସହିତ ଯୋଡିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାର ଗୁରୁଦାୟିତ୍ୱ ନ୍ୟସ୍ତ ଥାଏ ଗୁରୁଙ୍କ ଉପରେ। ଦାର୍ଶନିକ ମୈଗୀ ଗୈଲେଘର୍‌ଙ୍କ ମତରେ- ”ସବୁଠୁ କଠିନ କାର୍ଯ୍ୟ ମଧ୍ୟରେ ଗୋଟିଏ ବଡ କାର୍ଯ୍ୟ ହେଉଛି ଜଣେ ଭଲ ଶିକ୍ଷକ ହେବା।“ ଆଦର୍ଶ, ନୀତିନିଷ୍ଠ, ସଚ୍ଚୋଟ, କର୍ତ୍ତବ୍ୟପରାୟଣ, ସମୟାନୁବର୍ତ୍ତୀ, ସମଦର୍ଶୀ ବ୍ୟକ୍ତି ହିଁ ଭଲ ଶିକ୍ଷକ ପଦବାଚ୍ୟ, ଯିଏକି ଶିକ୍ଷକତାକୁ ବୃତ୍ତି ନୁହେଁ ବରଂ ବ୍ରତ ବୋଲି ମନେକରନ୍ତି। ଶିକ୍ଷା ପ୍ରତି ସମର୍ପିତ ଭାବନା ହିଁ ତାଙ୍କୁ ମହାନ କରି ଗଢିତୋଳିଥାଏ।
ପ୍ରାଚୀନ ଗୁରୁ-ଶିଷ୍ୟର ମହାନ୍‌ ପରମ୍ପରା ଅତୀତ ଗହ୍ବର ମଧ୍ୟରେ ହଜିଯାଇଥିଲେ ମଧ୍ୟ ସେମାନଙ୍କ ପଦାଙ୍କ ଅନୁସରଣ କରିବା ଆମ ସମସ୍ତଙ୍କର ଧ୍ୟେୟ ହେବା ଉଚିତ। ଗୁରୁ ତାଙ୍କର ମହନୀୟ ବ୍ୟକ୍ତିତ୍ୱକୁ ବଜାୟ ରଖିବା ସହିତ ଶିଷ୍ୟମାନେ ମଧ୍ୟ ଗୁରୁଙ୍କ ପ୍ରତି ଯଥେଷ୍ଟ ସମ୍ମାନବୋଧ ରଖିଲେ ଯାଇ ଏ ପରମ୍ପରାକୁ ବଜାୟ ରଖି ହେବ। ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ଅବତାର ଭାବରେ ବିବେଚିତ ଗୁରୁଙ୍କ ମହିମାକୁ ନେଇ ସନ୍ଥ କବୀର ଦାସ କହିଛନ୍ତି- ”ସବ୍‌ ଧରତୀ କାଗଜ କରୁଁ ଲିଖନୀ ସବ୍‌ ବନରାୟ, ସାତ ସମୁଦ୍ର କୀ ମସି କରୁଁ ଗୁରୁ ଗୁଣ ଲିଖା ନ ଜାୟ।“
ଅର୍ଥାତ୍‌ ସାରା ପୃଥିବୀକୁ କାଗଜ, ସାରା ଜଙ୍ଗଲକୁ କଲମ, ସାତ ସମୁଦ୍ରକୁ ସ୍ୟାହି କରି ଲେଖିଲେ ମଧ୍ୟ ଗୁରୁଙ୍କ ଗୁଣ ଲେଖାଯାଇ ପାରିବ ନାହିଁ। ସୁତରାଂ ‘ଗୁରୁ ହିଁ ଈଶ୍ୱର’-ଏ ଭାବଧାରା ଆମ ମନରେ ଉଦ୍ରେକ ହେବା ଆବଶ୍ୟକ।
ଶିକ୍ଷକ, କିଶୋରନଗର ହାଇସ୍କୁଲ, ରାଜକିଶୋର ନଗର, ଅନୁଗୋଳ, ମୋ- ୯୪୩୭୫୪୭୧୪୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri