ଗୁଣିଗାରେଡି ସନ୍ଦେହରୁ ମଝିଆ ଭାଇଙ୍କୁ ହତ୍ୟା, ଗ୍ରାମବାସୀଙ୍କ ଆକ୍ରମଣରେ ସାନ ଭାଇ ଗୁରୁତର

ସିନାପାଲି,୧୦।୬(ଡି.ଏନ୍‌.ଏ.)-ନୂଆପଡା ଜିଲା ସିନାପାଲି ଥାନା ଅନ୍ତର୍ଗତ ଝାରବନ୍ଧ ପଞ୍ଚାୟତ ନାଗଝର ଗାଁରେ ସୋମବାର ଏକ ହତ୍ୟାକାଣ୍ଡ ଘଟିଛି। ଗୁଣିଗାରେଡିକୁ କେନ୍ଦ୍ର କରି ୨ ଭାଇଙ୍କୁ ଗ୍ରାମବାସୀ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ମଝିଆ ଭାଇ ଦେବାନନ୍ଦ ଘିଭେଲା (୬୦) ମୃତ୍ୟୁ ଘଟିଥିବା ବେଳେ ସାନଭାଇ ଦେବଦର୍ଶନ ଘିଭେଲା (୪୫) ଗୁରୁତର ହୋଇଛନ୍ତି। ତାଙ୍କୁ ବୁର୍ଲା ଭିମ୍‌ସାରରେ ଭର୍ତ୍ତି କରାଯାଇଛି। ସୋମବାର କୌଣସି କାମରେ ଦେବାନନ୍ଦ ଓ ଦେବଦର୍ଶନ ମାଲପଡା ଗାଁକୁ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ନିକଟସ୍ଥ ପୋଖରୀ ନିକଟରେ ପୂର୍ବରୁ ଛକି ରହିଥିବା କେତେଜଣ ଗ୍ରାମବାସୀ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ପରିବାର ଲୋକେ ଖବର ପାଇ ଦେବାନନ୍ଦ ଓ ଦେବଦର୍ଶନଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ା ପରେ ଉଭୟଙ୍କୁ ଭବାନୀପାଟଣା ମେଡିକାଲକୁ ପଠାଯାଇଥିଲା। ହେଲେ ରାସ୍ତାରେ ଦେବାନନ୍ଦଙ୍କ ମୃତ୍ୟୁ ଘଟିଥିଲା। ଦେବଦର୍ଶନଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ଡେରା ପକାଇ ରହିଛି। ଅଭିଯୁକ୍ତମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ସିନାପାଲି ଥାନା ଅଧିକାରୀ ଜ୍ୟୋତିରଞ୍ଜନ ଗୌଡଙ୍କ କହିଛନ୍ତି। ପୋଲିସ ଭୟରେ ନାଗଝର ଗାଁ ଜନଶୂନ୍ୟ ହୋଇପଡିଛି। ପୋଲିସ ଏକ ମାମଲା( ନଂ.୮୮/୦୯) ରୁଜୁ କରି ତଦନ୍ତ ଚଲାଇଛି। ଏହି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ୧୬ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚୁରା କରୁଛି। ଘଟଣାସ୍ଥଳରୁ କଟୁରୀ ଓ ଛୁରି ଜବତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ନାଗଝର ଗାଁରେ ଗତ ଅକ୍ଟୋବର ମାସରେ ଗୁଣିଗାରେଡିକୁ ନେଇ ଗ୍ରାମବାସୀ ଏବଂ ଦେବାନନ୍ଦଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ଦେବାନନ୍ଦଙ୍କ ବଡ଼ଭାଇ ବୁଡୁରାମଙ୍କ ପରିବାରକୁ ସନ୍ଦେହ କରି ଗ୍ରାମବାସୀ ସିନାପାଲି ଥାନାରେ ମାମଲା ରୁଜୁ କରିଥିଲେ। ସେତେବେଳେ ଖଡିଆଳ ଏସ୍‌ଡିପିଓ ଓ ସିନାପାଲି ଥାନା ଅଧିକାରୀ ଉକ୍ତ ଘଟଣାର ତଦନ୍ତ କରିବା ସହ ମାମଲା ରୁଜୁ କରିଥିଲେ। ଏହି ଘଟଣାକୁ ନେଇ ବୁଡୁରାମଙ୍କୁ ଗ୍ରାମବାସୀ ବିଦ୍ୟାଳୟ ପରିଚାଳନା କମିଟି ସଭାପତି, ଜଙ୍ଗଲ ସୁରକ୍ଷା ସମିତି ସଭାପତି ଏବଂ କେନ୍ଦୁପତ୍ର ମୁନସୀ ପଦବୀରୁ ହଟାଇବା ପାଇଁ ଦାବି କରିଆସୁଥିଲେ। ହେଲେ ପୂର୍ବଭଳି ବୁଡୁରାମ ନିଜ ଦାୟିତ୍ୱ ତୁଲାଇ ଆସୁଥିଲେ। ଏହି ଘଟଣାକୁ ନେଇ ଗ୍ରାମବାସୀ ଉତ୍‌କ୍ଷିପ୍ତ ହୋଇ ଏପରି ଆକ୍ରମଣ କରିଥିବା ପୋଲିସ ପ୍ରାଥମିକ ସୂତ୍ରରୁ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri