ଗୁଗୁଲ ମୁଖ୍ୟଙ୍କ ଭବିଷ୍ୟବାଣୀ: ଫାଇନାଲ ଖେଳିବ ଭାରତ

ଓ୍ବାଶିଂଟନ,୧୩।୬(ପିଟି): ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ଆଇସିସି ବିଶ୍ୱକପ୍‌ ଫାଇନାଲ ଖେଳାଯିବ ବୋଲି ଗୁଗୁଲର ଇଣ୍ଡୋ-ଆମେରିକାନ ସିଇଓ ସୁନ୍ଦର ପିଚାଇ ଗୁରୁବାର ଭବିଷ୍ୟବାଣୀ କରିଛନ୍ତି। ଏହି ମୁକାବିଲାକୁ ମେନ୍‌ ଇନ୍‌ ବ୍ଲ୍ୟୁ ଦଳ ଜିତିବା ସପକ୍ଷରେ ରହିଛନ୍ତି ବୋଲି ସେ କହିଛନ୍ତି। କାଲିଫର୍ନିଆସ୍ଥିତ ଇଣ୍ଟରନେଟ କମ୍ପାନୀର ୪୬ ବର୍ଷୀୟ ମୁଖ୍ୟ ଜଣେ କ୍ରିକେଟ ପ୍ରଶଂସକ। ଭାରତ ଓ ଆୟୋଜକ ଇଂଲଣ୍ଡ ମଧ୍ୟରେ ଆଇସିସି ବିଶ୍ୱକପ୍‌ର ଫାଇନାଲ ଖେଳାଯିବା ଉଚିତ। କିନ୍ତୁ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଦଳ ଟୁର୍ନାମେଣ୍ଟରେ ରହିଛନ୍ତି ବୋଲି ପିଚାଇ କହିଛନ୍ତି।

Share