ଗିରଫ ହେଲେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ: ମିଳିଲା ୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି,  ୩ କୋଟି ୮୦ଲକ୍ଷର ହିସାବ ଦେଇ ପାରିଲେନି

ବ୍ରହ୍ମପୁର ଅଫିସ/ଗଞ୍ଜାମ,୫ା୩(ଡି.ଏନ.ଏ.)-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ଚନ୍ଦ୍ର ପାଢ଼ୀ ବୁଧବାର ଗିରଫ ହୋଇଛନ୍ତି। ଭିଜିଲାନ୍ସ ବିଭାଗ ପକ୍ଷରୁ ମଙ୍ଗଳବାର ଓ ବୁଧବାର ଅଧୀକ୍ଷଣ ଯନ୍ତ୍ରୀ ପାଢ଼ୀଙ୍କ ଗଞ୍ଜାମ ଓ ଭୁବନେଶ୍ୱରସ୍ଥିତ ଘର ସମେତ ୧୨ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଥିଲା। ତାଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି ମୋଟ ୫ କୋଟି ୧୨ଲକ୍ଷ ୯୭ ହଜାର ୯୬୩ ଟଙ୍କା ଆକଳନ ହୋଇଥଲା। ସେଥିରେ ୩ କୋଟି ୮୦ଲକ୍ଷ ଟଙ୍କା ବହିର୍ଭୂତ୍ତ ସମ୍ପତ୍ତି ରହିଛି। ଯାହାର ହିସାବ ହିସାବ ଅଧୀକ୍ଷଣ ଯନ୍ତ୍ରୀ ପାଢ଼ୀ ଦେଇପାରି ନ ଥିଲେ। ଏ ନେଇ ନଂ.୫/୨୦ରେ ମାମଲା ରୁଜୁ କରାଯାଇ ପାଢ଼ୀଙ୍କୁ ଗିରଫ କରାଯାଇଥିବା ଭିଜିଲାନ୍ସ ଏସ୍‌ପି ମାୟାଧର ସ୍ବାଇଁ ସୂଚନା ଦେଇଛନ୍ତି । ଏଥିସହ ତାଙ୍କ ସ୍ତ୍ରୀ ପ୍ରଭାତୀ ପାଢ଼ୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଥିବା ଭିଜିଲାନ୍ସ ଏସ୍‌ପି ସ୍ବାଇଁ କହିଛନ୍ତି।
ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ଓ ତାଙ୍କ ସ୍ତ୍ରୀ ପ୍ରଭାତୀଙ୍କ ନାମରେ ଥିବା ୨୬ଟି ପ୍ଲଟର ମୂଲ୍ୟ ୮୩ଲକ୍ଷ ୫୯ ହଜାର ୬୦୩ ଟଙ୍କା ଆକଳନ କରାଯାଇଛି। ଗଞ୍ଜାମ ବଜାର ସାହିରେ ୨୦୧୮ରେ ଆରମ୍ଭ ହୋଇ ଅର୍ଦ୍ଧନିର୍ମିତ ଅବସ୍ଥାରେ ଥିବା ଘରର ମୂଲ୍ୟ ୪୪ଲକ୍ଷ ୧୯ ହଜାର ୯୨୮ ଟଙ୍କା, ୨୦୧୯ରେ ଗଞ୍ଜାମ ବଜାରରେ ନିର୍ମାଣାଧୀନ ଥିବା ଏକ ବାସଗୃହର ମୂଲ୍ୟ ୨୬ ଲକ୍ଷ ୪୯ ହଜାର ୫୦୭ ଟଙ୍କା , ସେଠାରେ ଥିବା ଅନ୍ୟ ୪ଟି ଏକମହଲା ବିଶିଷ୍ଟ ଘରର ମୂଲ୍ୟ ୬ଲକ୍ଷ ୨୧ ହଜାର ୨୧୮ ଟଙ୍କା, ଆଉ ଏକ ଦୁଇମହଲା ବିଶିଷ୍ଟ ଘରର ମୂଲ୍ୟ ୨୪ ଲକ୍ଷ ୪୯ ହଜାର ୫୫୩ ଟଙ୍କା ବୋଲି ଆକଳନ ହୋଇଛି। ସେହିପରି ଖଲ୍ଲିିକୋଟ ଡିମିରିଆ ମୌଜାରେ ଥିବା ଫାର୍ମ ହାଉସର ମୂଲ୍ୟ ୫୯ ଲକ୍ଷ ୮୦ ହଜାର, ବ୍ରହ୍ମପୁର ପାନକାପଲ୍ଲୀ ମୌଜାରେ ଉଭୟ ପାଢ଼ୀ ଓ ତାଙ୍କ ସ୍ତ୍ରୀଙ୍କ ନାମରେ ଥିବା ଏକ ଅର୍ଦ୍ଧନିର୍ମିତ ବହୁପ୍ରାସାଦ ଅଟ୍ଟାଳିକାର ମୂଲ୍ୟ ୩୨ ଲକ୍ଷ ୪୦ ହଜାର ୩୧ଟଙ୍କା, ଖୋଡ଼ାସିଂ ମୌଜାରେ ଥିବା ଦୁଇମହଲା ଅଟ୍ଟାଳିକାର ମୂଲ୍ୟ ୨୪ଲକ୍ଷ ୩୩ ହଜାର ୩୦ ଟଙ୍କା, ଭୁବନେଶ୍ୱର ଗୌତମନଗର ଉତ୍କଳ କନକା ଗ୍ୟାଲେରି ନାମକ ଏକ ଦୋକାନ ଗୃହର ମୂଲ୍ୟ ୫୨ ଲକ୍ଷ ୭୫ ହଜାର ୭୪୨ଟଙ୍କା, ଭୁବନେଶ୍ୱର ନୟାପଲ୍ଲୀ ମେଟ୍ରୋ ରେସିଡ଼େନ୍ସିରେ ଥିବା ଏକ ଫ୍ଲାଟର ମୂଲ୍ୟ ୯ଲକ୍ଷ ୩୦ହଜାର ଟଙ୍କା ଆକଳନ କରାଯାଇଥିଲା ା ସେହିପରି ଘରକରଣା ସାମଗ୍ରୀର ମୂଲ୍ୟ ୬ଲକ୍ଷ ୬ ହଜାର ୫୨୭ଟଙ୍କା, ସ୍କର୍ପିଓର ମୂଲ୍ୟ ୧୪ଲକ୍ଷ, ବିଭିନ୍ନ ସରକାରୀ ଓ ବେସରକାରୀ ବ୍ୟାଙ୍କରେ ପାଢ଼ୀ, ତାଙ୍କ ସ୍ତ୍ରୀ ଓ ପୁଅଙ୍କ ନାମରେ ୯୦ଲକ୍ଷ ୧୮ହଜାର ୪୭୧ଟଙ୍କା ଜମା ରହିଛି। ଘରୁ ମିଳିଥିବା ୬୯୧ ଗ୍ରାମର ସୁନାଗହଣା, ୨୮୪ ଗ୍ରାମର ରୂପା ସାମଗ୍ରୀର ମୂଲ୍ୟ ୧୨ଲକ୍ଷ ୩୩ ହଜାର ୯୬ ଟଙ୍କା, ଏଲଆଇସି, ମ୍ୟାକ୍ସ ଲାଇଫ୍‌, ଏଚଡ଼ିଏଫସି , ଏଚଏସବିସି ପ୍ରଭୃତି ଜୀବନବୀମା ସଂସ୍ଥାରେ ଜମା ରଖିଥିବା ଟଙ୍କାର ମୂଲ୍ୟ ୨୫ ଲକ୍ଷ ୮୩ ହଜାର ୨୫୭ ଓ ଘରୁ ୯୮ ହଜାର ଟଙ୍କା ଠାବ କରାଯାଇଛି ବୋଲି ଭିଜିଲାନ୍ସ ଏସପି ସ୍ବାଇଁ ସୂଚନା ଦେଇଛନ୍ତି ା
ସୂଚନାଯୋଗ୍ୟ, ଅନୁଗୋଳରେ ପାଢ଼ୀ ସହକାରୀ ଯନ୍ତ୍ରୀ ଥିବାବେଳେ ଭିଜିଲାନ୍ସ ବିଭାଗ ୧୯୯୬ ସେପ୍ଟେମ୍ବର ୩୦ରେ ତାଙ୍କ ନାଁରେ ନଂ.୫୫/୯୬ରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଏକ ମାମଲା ରୁଜୁ କରିଥିଲା। ୨୦୧୧ରେ ଏହି ମାମଲାର ବିଚାର ବେଳେ ସେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋପାଳପୁର ଚିନ୍ତାରେ ବିଜେଡି: ପ୍ରଦୀପଙ୍କ ପଛେ ପଛେ ଭାଜପାରେ ସାମିଲ ହେଉଛନ୍ତି କର୍ମୀ

ଗୋପାଳପୁର,୨୮।୩(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୀତି ତାତି ସେତେ ବଢୁଛି। ଗୁରୁବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରା ସ୍ଥିତ...

ନୀଳ ବିପ୍ଳବର ସାରଥି ସୁରେଶନ

ବ୍ରହ୍ମପୁର,୨୮ା୩(ସ୍ମୃତି ରଞ୍ଜନ ମହାଲିକ)ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ତରେଇପାଟପୁର ଗ୍ରାମର ସୁରେଶନ ବେହେରା। ବୟସ ୪୪। ଶିକ୍ଷାଗତ ଯୋଗ୍ୟତା ୭ମ ପାସ। ମାଛ ଯାଆଁଳ ଉତ୍ପାଦନ...

ମୁହାଣରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା

ଗୋପାଳପୁର,୨୭ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ହରିପୁର ମୁହାଣରେ ପାଣିରେ ବୁଡ଼ି ଜଣେ ଛାତ୍ରଙ୍କ ଜୀବନ ଯାଇଛି। ମୃତକ ଜଣକ ହେଲେ ନୂଆ ଗୋଳାବନ୍ଦ ଗ୍ରାମର...

ସୁବାସଙ୍କ ଉପରେ ପୁଣି ଭରସା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୨୭ା୩(ଦିଲ୍ଲୀପ ସାମଲ): ରାଜ୍ୟର ବିଭିନ୍ନ ବିଧାନସଭା ମଣ୍ଡଳୀର ଆସନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ବିଭିନ୍ନ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ବିଜେଡି...

ଗାଁ ମୁଖିଆଙ୍କୁ ମରଣାନ୍ତକ ଆକ୍ରମଣ: ଶଳା-ଭିଣୋଇଙ୍କୁ ବାନ୍ଧିଲା ପୋଲିସ

ଗୋପାଳପୁର,୨୭ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଅଞ୍ଚଳରେ ଗାଁ ମୁଖିଆଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ବୁଧବାର ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ...

ବିଧାୟକ ଟିକେଟ୍‌ ମିଳିବା ପରେ ଖୁସିରେ ନାଚିଲେ ସମର୍ଥକ

ସୋରଡା,୨୭।୩ (ଲମ୍ବୋଦର ପାଣିଗ୍ରାହୀ): ବିଜୁ ଜନତା ଦଳର ସୋରଡା ବିଧାୟୀକା ପ୍ରାର୍ଥୀ ଭାବେ ଏଠାକାର ପୂର୍ବତନ ଏନଏସି ଅଧ୍ୟକ୍ଷା ତଥା ବିଧାୟକ ପୂର୍ଣ୍ଣଚନ୍ଦ୍ର ସାଇଁଙ୍କ ଧର୍ମପତ୍ନୀ...

ହୋଲିରେ ଅଘଟଣ: ପୋଖରୀରେ ବୁଡି ଜଣେ ବ୍ୟକ୍ତି ମୃତ

ଛତ୍ରପୁର, ୨୬।୩ (ଦିଲ୍ଲୀପ ସାମଲ) : ହୋଲି ଖେଳି ସାରି ଗାଧୋଇବାକୁ ଯାଉଥିବା ବେଳେ ଅଘଟଣ। ଚମାଖଣ୍ଡି ଥାନା ଅନ୍ତର୍ଗତ ମାଙ୍ଗୁଆରୀପେଟା ଗ୍ରାମରେ ଥିବା ଏକ...

ଛତ୍ରପୁର ବିଧାୟକଙ୍କ ଜନସମ୍ପର୍କ ଯାତ୍ରା ଦଳୀୟ ସଙ୍ଗଠନ ନେଇ…

ଗଞ୍ଜାମ,୨୬।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଦୋଳପୂର୍ଣ୍ଣିମା ଯାତ୍ରା ଚାଲିଥିବା ବେଳେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଶତାଧିକ ଯୁବକଙ୍କ ସହ ଜନସମ୍ପର୍କ ପଦଯାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri