Posted inଫୁରସତ

ଗାଈଙ୍କ ପାଇଁ ଭର୍ଚୁଆଲ ରିୟଲିଟି ହେଡସେଟ୍‌

ଭର୍ଚୁଆଲ ରିୟଲିଟି ହେଡସେଟ୍‌ ପିନ୍ଧି ଗେମ୍‌ ଖେଳିବାର ମଜା ଅନେକେ ଉଠାଇଥିବେ। ଏହାବ୍ୟତୀତ ଏହା ମହାକାଶଚାରୀ, ବିମାନଚାଳକଙ୍କ ତାଲିମରେ ବି ବ୍ୟବହୃତ ହୁଏ। ତେବେ ଏଭଳି ଏକ ସ୍ଥାନ ଅଛି, ଯେଉଁଠି ଗାଈଙ୍କୁ ବି ଭିଆର୍‌ ହେଡସେଟ୍‌ ପିନ୍ଧାଯାଉଛି। ରୁଷର କୃଷି ଓ ଖାଦ୍ୟ ମନ୍ତ୍ରଣାଳୟ ଗାଈଙ୍କୁ ଏହି ହେଡସେଟ୍‌ ପିନ୍ଧାଇବା ଆରମ୍ଭ କରିଛି। ଏହି ହେଡସେଟ୍‌ ପିନ୍ଧାଯାଇ ଗାଈଙ୍କୁ ସବୁଜ ଘାସପଡିଆ ଦେଖାଯାଉଛି। ବିଶେଷଜ୍ଞଙ୍କ ମତରେ ଏହାକୁ ପିନ୍ଧାଇବାର ଉଦ୍ଦେଶ୍ୟ ହେଉଛି ଏହା ଜାଣିବା ଯେ, ପିନ୍ଧାଇବା ପରେ ସେମାନଙ୍କ ଦୁଗ୍ଧ ଉତ୍ପାଦନ କ୍ଷମତା ବଢୁଛି ନା ନାହିଁ। ଯଦିଓ ପ୍ରଥମ ପରୀକ୍ଷଣରେ ଗାଈଙ୍କର ଚିନ୍ତା ଅନେକାଂଶରେ ଦୂର ହୋଇଛି। ଯେହେତୁ ରୁଷରେ ବର୍ଷର ଅଧିକାଂଶ ସମୟ ବରଫ ପଡିଥାଏ ତେଣୁ ସବୁଜିମା ଦେଖିବାକୁ ମିଳି ନ ଥାଏ। ଫଳରେ ଗାଈଙ୍କ ଦୁଗ୍ଧ ଉତ୍ପାଦନ କ୍ଷମତା ପ୍ରଭାବିତ ହୋଇଥାଏ। ଆଉ ସେମାନଙ୍କର ଚିନ୍ତା ବଢିଯାଇଥାଏ। ଏହି ଚିନ୍ତା ଦୂର କରିବା ଲାଗି ଭିଆର୍‌ ହେଡସେଟ୍‌ ପିନ୍ଧାଯାଉଛି, ଯଦ୍ଦ୍ବାରା ସେମାନଙ୍କୁ ସବୁଜ ପଡିଆରେ ବୁଲିବା ଭଳି ଅନୁଭବ ହେଉଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସୁଧୁରୁଛି ଓ ଦୁଗ୍ଧ ଉତ୍ପାଦନ ବି ବୃଦ୍ଧି ଘଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

୪୦ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ହୋଇଗଲା ହୃଦ୍‌ସ୍ପନ୍ଦନ, ପରେ ଘଟିଲା ଏମିତି, ଡାକ୍ତର ହେଲେ ଆଶ୍ଚର୍ଯ୍ୟ…

କିଛି ସେକେଣ୍ଡ କିମ୍ବା ମିନିଟ୍‌ ପାଇଁ ନୁହେଁ, ୪୦ ଘଣ୍ଟାରୁ ଅଧିକ ସମୟ ଧରି ଜଣେ ବ୍ୟକ୍ତିଙ୍କ ହୃଦ୍‌ସ୍ପନ୍ଦନ ବନ୍ଦ ହୋଇଗଲା। ତା’ ପରେ ଯାହା ଘଟିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri