ଗାଁରୁ ସହର ଗୁଞ୍ଜରିତ ହେଲା ବନ୍ଦେ ଉତ୍କଳ ଜନନୀ

ସୋନପୁର,୩୦।୫(ନି.ପ୍ର.)-କୋଭିଡ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇବା ପାଇଁ ଦେଶ ବିଦେଶରେ ଥିବା ସବୁ ଓଡିଆଙ୍କୁ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଥିଲେ । ଏହାକୁ ସମ୍ମାନ ଜଣାଇ ସୁବର୍ଣ୍ଣପୁର ଜିଲାବାସୀ ଶନିବାର ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ସନ୍ଧ୍ୟାରେ ଗାଁରୁ ସହର ସଙ୍ଗୀତରେ ଗୁଞ୍ଜରିତ ହୋଇଥିଲା । ରାମପୁର କଲ୍ୟାଣ ମଣ୍ଡପଠାରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନେତୃତ୍ୱରେ ଅଞ୍ଚଳବାସୀ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ । ଏଥିରେ ଜିଲା ବିଜେଡି ଉପସଭାପତି ରମେଶ ପୂଜାରୀ, ମନୋଜ ପୁରୋହିତ, ଉମେଶ ପୂଜାରୀ, ସରୋଜ ମେହେର, ସନ୍ତୋଷ ପୁରୋହିତ, ଶାନ୍ତି ଷଡଙ୍ଗୀ, ଗୁରୁଚରଣ ବେହେରା ପ୍ରମୁଖ ସାମିଲ ହୋଇଥିଲେ । ସୁବର୍ଣ୍ଣପୁର ସହର ବିଜୁ ପଟ୍ଟନାୟକ ଛକ ଠାରେ ବିଜୁ ଜନତା ଦଳ ପକ୍ଷରୁ ସାମୂହିକ ଭାବେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଭଉଣୀ ଘରକୁ ଯିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ବାଇକ ମୁହାଁମୁହିଁ ଧକ୍କାରେ…

ଅମରପାଲି,୧।୩(ପୀତାମ୍ବର ସାହୁ): ବୀରମହାରାଜପୁର-ଅମରପାଲି ରାସ୍ତାର ମୁର୍ଷୁଣ୍ଢୀ ବିଦ୍ୟୁତ ଗ୍ରୀଡ ସମ୍ମୁଖରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା…

ପ୍ରେମିକ ଜେଲ୍‌ରେ, ଘରକୁ ଗଲେ ନବବଧୂ : ବନ୍ଧୁକ ଦେଖାଇ ଅପହରଣ ଘଟଣାରେ ନୂଆମୋଡ

ତରଭା,୨୬ା୨(ମାନଭଞ୍ଜନ ମିଶ୍ର): ସୁବର୍ଣ୍ଣପୁର ଜିଲା ତରଭା ପୋଲିସ ସମ୍ବଲପୁରରୁ ଉଦ୍ଧାର କରିଥିବା ନବବଧୂଙ୍କୁ ବୁଧବାର ତାଙ୍କ ମା’ଙ୍କୁ ହସ୍ତାନ୍ତର କରାଯାଇଛି l ସେ ମା’ଙ୍କ ସହିତ ଘରକୁ…

୨ ଦିନରେ ୨ କିଡ୍‌ନୀ ଆକ୍ରାନ୍ତଙ୍କ ମୃତ୍ୟୁ: ମୃତକଙ୍କୁ ମିଳୁନି ସରକାରୀ ସହାୟତା

ଅମରପାଲି, ୨୪ା୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ଦୁଇଦିନ ମଧ୍ୟରେ ୨ କିଡନୀ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା…

ସାହାଜଲଥା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ସମସ୍ୟା: ୬ ଶ୍ରେଣୀ ପାଇଁ ଜଣେ ଶିକ୍ଷକ

ଅମରପାଲି,୨୩ା୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତର ସାହାଜଲଥା ପ୍ରାଥମିକ ବିଦ୍ୟାଳୟରେ ଦେଖା ଦେଇଛି ଶିକ୍ଷକ ସମସ୍ୟା। ଏହି ସ୍କୁଲରେ ବାଲ ବାଟିକା ସହିତ ପ୍ରଥମରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri