Categories: ଖେଳ

ଗଲ୍ଫରୁ ଅର୍ଜୁନ ପାଇଁ ରଶିଦ୍‌, ଆଦିତି, ଦୀକ୍ଷା

ନୂଆଦିଲ୍ଲୀ, ୫ା୬ (ପି.ଟି.)-ଚଳିତବର୍ଷର ଅର୍ଜୁନ ପୁରସ୍କାର ପାଇଁ ଗଲ୍ଫ ଖେଳର ଜାତୀୟ ଫେଡେରେଶନ ରଶିଦ୍‌ ଖାନ୍‌, ଆଦିତି ଅଶୋକ ଏବଂ ଦୀକ୍ଷା ଡାଗରଙ୍କ ନାମ ସୁପାରିସ କରିଛି। ବିଶ୍ୱ ର଼୍ୟାଙ୍କିଙ୍ଗରେ ରଶିଦ୍‌ ହେଉଛନ୍ତି ସର୍ବୋଚ୍ଚ ର଼୍ୟାଙ୍କିଙ୍ଗପ୍ରାପ୍ତ ଭାରତୀୟ ପୁରୁଷ ଖେଳାଳି। ୨୦୧୬ ରିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଆଦିତି ଦେଶର ଏକମାତ୍ର ମହିଳା ଗଲ୍ଫ ଖେଳାଳି ଭାବେ ଯୁକ୍ତରାଷ୍ଟ୍ର ଆମେରିକାରେ ଲେଡିଜ ପିଜିଏ ଟୁର୍‌ରେ ଭାଗ ନେବାକୁ ଯାଉଛନ୍ତି। ଲେଡିଜ୍‌ ୟୁରୋପିଆନ ଟୁର୍‌ରେ ସେ ୩ଟି ବିଜୟ ହାସଲ କରିଛନ୍ତି। ଦୀକ୍ଷା ୨୦୧୭ରେ ଡିଫ୍ଲାଇମ୍ପିକ୍ସରେ ରୌପ୍ୟ ଜିତିଥିବାବେଳେ ସାଉଥ୍‌ ଆଫ୍ରିକାନ ଓପନ୍‌ ମଧ୍ୟ ଜିତିଛନ୍ତି। ସେ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ ତାଙ୍କ ପାଇଁ ନିଶ୍ଚିତ ଥିଲା। ପ୍ରଫେସନାଲ ଗଲ୍ଫ ଟୁର୍‌ ଅଫ୍‌ ଇଣ୍ଡିଆ (ପିଜିଟିଆ) ଏବଂ ଓମେନ୍ସ ଗଲ୍ଫ ଆସୋସିଏଶନ ଅଫ୍‌୍‌ ଇଣ୍ଡିଆ (ଡବ୍ଲ୍ୟୁଜିଏଆଇ) ଏହି ଖେଳାଳିମାନଙ୍କ ନାମ ସୁପାରିସ କରିବା ଲାଗି ଇଣ୍ଡିଆନ ଗଲ୍ଫ୍ଲ୍‌ ୟୁନିୟନ (ଆଇଜିୟୁ)କୁ ଅନୁରୋଧ କରିଥିଲା। କୋଭିଡ୍‌-୧୯ ମହାମାରୀ ବାହାରି ନ ଥିଲେ। ଏହି ୩ ଜଣ ଟୋକିଓ ଅଲିମ୍ପିକ୍ସ ଟିମ୍‌ରେ ସ୍ଥାନ ପାଇବା ନିଶ୍ଚିତ ଥିଲା। ଗୁଆଙ୍ଗ୍‌ଝୋ ଏସିଆନ ଗେମ୍ସ ୨୦୧୦ରେ ରଶିଦ୍‌ ଗୋଟିଏ ଶଟ୍‌ ପାଇଁ ବ୍ୟକ୍ତିଗତ ବ୍ରୋଞ୍ଜ ପଦକ ହାସଲରୁ ବଞ୍ଚତ୍ତ ହୋଇଥିଲେ। କିନ୍ତୁ ଭାରତୀୟ ଦଳକୁ ରୌପ୍ୟ ଜିତାଇବାରେ ତାଙ୍କର ବିଶେଷ ଭୂମିକା ରହିଥିଲା। ଏସିଆରେ ସେ ହେଉଛନ୍ତି ଭାରତର ସର୍ବୋଚ୍ଚ ର଼୍ୟାଙ୍କିଙ୍ଗପ୍ରାପ୍ତ ଖେଳାଳି ଭାବେ ୧୦ମ ସ୍ଥାନରେ ରହିଥିବା ବେଳେ ବିଶ୍ୱ ର଼୍ୟାଙ୍କିଙ୍ଗରେ ସେ ୧୮୫ତମ ସ୍ଥାନରେ ରହିଛନ୍ତି। ୨୦୧୪ରେ ଏସିଆନ ଟୁର୍‌ରେ ସେ ଦୁଇଟି ଟାଇଟଲ ହାସଲ କରିଥିଲେ। ସେ ୮ଥର ଘରୋଇ ଟୁର୍‌ରେ ମଧ୍ୟ ସଫଳତା ଅର୍ଜନ କରିଛନ୍ତି। ସେ ୨୦୧୯ ସିଜନ ସମେତ ଘରୋଇ ପିଜିଟିଆଇ ଟୁର୍‌ରେ ୩ ଥର ଭାରତର ନମ୍ବର ଓ୍ବାନ ଖେଳାଳି ବିବେଚିତ ହୋଇ ପାରିଛନ୍ତି। କୋଭିଡ୍‌-୧୯ ଯୋଗୁ ଟୁର୍ନାମେଣ୍ଟ ସ୍ଥଗିତ ରଖାଯିବା ପୂର୍ବରୁ ନିକଟରେ ସେ ଏସିଆନ ଟୁର୍‌ରେ ଟପ୍‌ ୧୦ରେ ରହିଥିଲେ। ୧୯ବର୍ଷୀୟା ଦୀକ୍ଷା ଜଣେ ଉଦୀୟମାନ ପ୍ରତିଭାସମ୍ପନ୍ନ ଖେଳାଳି। ୨୦୧୯ରେ ପ୍ରଫେସନାଲ ହେବା ପୂର୍ବରୁ ସେ ୨୦୧୮ ଜାକର୍ତ୍ତା ଏସିଆନ ଗେମ୍ସରେ ଭାରତରୁ ପ୍ରତିନିଧିତ୍ୱ କରିଥିଲେ। ଆଦିତିଙ୍କ ଭଳି ଦୀକ୍ଷା ୨୦୧୯ରେ ଲେଡିଜ ୟୁରୋପିଆନ ଟୁର୍‌ ଜିତିଥିଲେ। ସେ ଓମେନ୍ସ ସାଉଥ ଆଫ୍ରିକାନ ଓପନ ମଧ୍ୟ ଜିତିଥିଲେ। ଭାରତର ଜଣେ ସର୍ବକନିଷ୍ଠ ଖେଳାଳି ହିସାବରେ ଏହି ସଫଳତା ହାସଲ କରିଥିଲେ। ଏପର୍ଯ୍ୟନ୍ତ ୧୭ ଭାରତୀୟ ଗଲ୍ଫ ଖେଳାଳି ଅର୍ଜୁନ ପୁରସ୍କାର ଜିତିଛନ୍ତି। ସେମାନଙ୍କ ମଧ୍ୟରେ ୩ ମହିଳା ଅଛନ୍ତି। ଶେଷ ଥର ପାଇଁ ନୋନିତା ଲାଲ୍‌ ଏହି ପୁରସ୍କାର ୧୯୮୭ରେ ପାଇଥିଲେ। ଅନ୍ୟ ଦୁଇଜଣ ଅର୍ଜୁନ ପୁରସ୍କାର ବିଜୟିନୀ ହେଲେ ଅଞ୍ଜଳି ଦେଶାଇ (୧୯୭୨) ଏବଂ ସୀତା ରଲି (୧୯୭୭)।

Share