ଗରିବ ଦେଶରେ ୧୦୦ କୋଟିଙ୍କୁ କରୋନା ସଂକ୍ରମଣ ଆଶଙ୍କା,ମୃତକଙ୍କ ସଂଖ୍ୟା ଛୁଇଁବ ୩୦ ଲକ୍ଷ: ତାଲିକାରେ ପାକିସ୍ତାନ-ବାଂଲାଦେଶ-ମ୍ୟାନ୍‌ମାର୍‌

ଓ୍ବାଶିଂଟନ,୨୮।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ବହୁ ଦେଶରେ ସୁରକ୍ଷା ଦୃଷ୍ଟିରୁ ଲକ୍‌ ଡାଉନ୍‌ ଜାରି ହୋଇଛି। ତେବେ କରୋନା ମହାମାରୀ ଯୋଗୁ ପୃଥିବୀର ଗରିବ ଦେଶ ଅଧିକ ପ୍ରଭାବିତ ହେବେ। ଏସବୁ ଦେଶରେ ୧୦୦କୋଟି ଲୋକଙ୍କୁ କରୋନା ସଂକ୍ରମଣ ହେବାର ଆଶଙ୍କା ରହିଛି। ସେହିପରି ଏସବୁ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୦ ଲକ୍ଷ ଟପିବ ବୋଲି ଇଣ୍ଟରନ୍ୟାଶନାଲ ରେସ୍‌କ୍ୟୁ କମିଟି ମୁଖ୍ୟ ଡେଭିଡ୍‌ ମେଲିବେଣ୍ଡ୍‌ ସୂଚନା ଦେଇଛନ୍ତି। ଗରିବ ଦେଶଗୁଡ଼ିକୁ କରୋନା ମୁକାବିଲା ପାଇଁ ଖୁବ୍‌ କମ୍‌ ସମୟ ମିଳିଛି। ତେଣୁ ଏଠାରେ ବ୍ୟାପକ ଜନହାନୀ ହେବାର ଆଶଙ୍କା ରହିଥିବା ସେ କହିଛନ୍ତି। ଏନେଇ ୩୪ ଗରିବ ଦେଶ ତାଲିକା ପ୍ରକାଶ ପାଇଛି। ତାଲିକାରେ ଭାରତର ୩ ପଡ଼ୋଶୀ ଦେଶ ପାକିସ୍ତାନ, ବାଂଲାଦେଶ ଏବଂ ମ୍ୟାନ୍‌ମାର୍‌ର ନାମ ରହିଛି। ଏହି ତାଲିକାରେ ଆଫଗାନିସ୍ତାନ, ସିରିଆ, ୟେମେନ୍‌,କଙ୍ଗୋ ଆଦି ଦେଶର ନାମ ରହିଛି। ଆବଶ୍ୟକ ସ୍ବାସ୍ଥ୍ୟ ବ୍ୟବସ୍ଥା ଗ୍ରହଣ ନ କରାଗଲେ ଅଗାମୀ ଦିନରେ ୫୦ କୋଟି ଲୋକ କରୋନା ଦ୍ୱାରା ସଂକ୍ରମିତ ହେବେ। ସେହିପରି କରୋନା ଯୋଗୁ ମୃତକଙ୍କ ସଂଖ୍ୟା ୩୨ ଲକ୍ଷରୁ ଅଧିକ ହେବ ବୋଲି ମେଲିବେଣ୍ଡ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଜିଥିବା ମୋବାଇଲ ହିତାଧିକାରୀଙ୍କୁ ହସ୍ତାନ୍ତର: ୬ ମାସରେ ମିଳିଲାଣି ୧୬୫ ମୋବାଇଲ

ଭଞ୍ଜନଗର,୨୬ା୭(ବାବୁଲା ପ୍ରଧାନ): ଦିନ ଥିଲା ମୋବାଇଲ ହଜିଲେ ଏବଂ ଚୋରି ହେଲେ ହିତାଧିକାରୀଙ୍କ ଚିନ୍ତା ବଢ଼ିଯାଉଥିଲା। କିନ୍ତୁ ସମୟ ବଦଳିବା ସହ ବୈଜ୍ଞାନିକମାନଙ୍କ ନୂଆ ନୂଆ ବୈଷୟିକ…

ବାର୍‌ହା ଆକ୍ରମଣରେ ଜଣଙ୍କ ଜୀବନ ଗଲା, ୧୦ରୁ ଅଧିକ ଆହତ

ଢେଙ୍କାନାଳ,୨୬ା୭(ରତନ ନାୟାର): ଢେଙ୍କାନାଳ ଜିଲା ଇନ୍ଦିପୁର ଗାଁରେ ବାର୍‌ହା ଆତଙ୍କ। ବାର୍‌ହା ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ମୃତକ ହେଲେ ଇନ୍ଦିପୁର…

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଦାୟିତ୍ୱ ନେଲେ ନୂଆ ଶିକ୍ଷାମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ

ନୂଆଦିଲ୍ଲୀ,୨୬।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀଙ୍କୁ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରିଥିଲେ।…

ଲୋହିତ ସାଗର ଜଳିଗଲେ ବି ‘ଇରାନର କୁମ୍ଭକର୍ଣ୍ଣ’ ଭାରତର କିଛି କ୍ଷତି କରିପାରିବ ନାହିଁ

ତେହରାନ/ନୂଆଦିଲ୍ଲୀ,୨୬।୭: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏପର୍ଯ୍ୟନ୍ତ କେବଳ ହର୍ମୁଜ ପ୍ରଣାଳୀ ଜାହାଜ ଚଳାଚଳ ପାଇଁ ବନ୍ଦ ଥିଲା, କିନ୍ତୁ ଏହି ସଂଘର୍ଷର…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ: ଆସନ୍ତା ୨୪ ଘଣ୍ଟାରେ ଓଡ଼ିଶାକୁ…

ଭୁବନେଶ୍ୱର,୨୬ା୭: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଅବପାତ। ଆଗାମୀ ୨୪ ଘଣ୍ଟାରେ ଏହା ଗଭୀର ଅବପାତର ରୂପ ନେବ। ଆସନ୍ତାକାଲି ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ। ଏହା…

ମୋଦିଙ୍କ ମନ କି ବାତ: କାରଗିଲ ବିଜୟ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୭: ଦେଶର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ, ପ୍ରତି ମାସର ଶେଷ ରବିବାର ସକାଳ ୧୧ ଟାର ବିଶେଷ ଗୁରୁତ୍ୱ ରହିଛି। ଏହାର କାରଣ ହେଉଛି ପ୍ରଧାନମନ୍ତ୍ରୀ…

ଛାତ୍ରମାନଙ୍କୁ ପିଟିବାକୁ କିଏ ଦେଇଥିଲା ନିର୍ଦ୍ଦେଶ? ଅମିତ ଶାହାଙ୍କୁ ଚିଠି ଲେଖି ରାହୁଲ ପଚାରିଲେ ଏମିତି ତୀକ୍ଷ୍ଣ ପ୍ରଶ୍ନ

ନୂଆଦିଲ୍ଲୀ,୨୬ା୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଛାତ୍ର ପ୍ରତିବାଦ ସମ୍ପର୍କରେ ଏକ ଚିଠି ଲେଖିଛନ୍ତି। ସେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରଶ୍ନ କରିଛନ୍ତି ଯେ,…

ସୌରମଣ୍ଡଳ ବାହାରେ ଚନ୍ଦ୍ର: ପ୍ରଥମ ଥର ପାଇଁ ମିଳିଲା ସମ୍ଭାବ୍ୟ ବାହ୍ୟ ଚନ୍ଦ୍ର ‘ଏକ୍ସୋମୁନ୍‌’ର ସନ୍ଧାନ

ନୂଆଦିଲ୍ଲୀ,୨୬ା୭(ପି.ଟି.): ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ସୌରମଣ୍ଡଳ ବାହାରେ ସମ୍ଭାବ୍ୟ ଚନ୍ଦ୍ର ‘ଏକ୍ସୋମୁନ୍‌’ର ସନ୍ଧାନ ପାଇଛନ୍ତି। ପ୍ରତିଷ୍ଠିତ ବିଜ୍ଞାନ ପତ୍ରିକା ‘ନେଚର’ରେ ପ୍ରକାଶିତ ଏକ ଗବେଷଣା ତଥ୍ୟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri