ଗଣତି କାର୍ଯ୍ୟ ଶୃଙ୍ଖଳିତ କରିବାକୁ ତତ୍ପରତା

ବାଲେଶ୍ୱର ଅଫିସ, ୨୨।୫-ସାଧାରଣ ନିର୍ବାଚନ ପରେ ବିଭିନ୍ନ ଗଣମାଧ୍ୟମରେ ଏକଜିଟ୍‌ ପୋଲ ପ୍ରକାଶ ପାଇଥିଲା। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଉଷ୍ମତା ବଢ଼ି ଚାଲିଥିବା ବେଳେ ଆସନ୍ତା ୨୩ତାରିଖରେ ଗଣତି ହେବ। ବାଲେଶ୍ୱର ଜିଲାର ଲୋକ ସଭା ଏବଂ ସମସ୍ତ ବିଧାନସଭା କ୍ଷେତ୍ରର ଗଣତି ପୂର୍ବାହ୍ନ ୭ଟାରୁ ଆରମ୍ଭ ହେବ। ନୀଳଗିରି ନିର୍ବାଚନମଣ୍ଡଳୀର ଗଣତି ନୀଳଗିରି କେସି ହାଇସ୍କୁଲରେ ହେବାକୁ ଥିବା ବେଳେ ଜଳେଶ୍ୱର, ଭୋଗରାଇ, ବସ୍ତା, ସଦର, ରେମୁଣା, ସୋର, ସିମୁଳିଆ ବିଧାନସଭା ନିର୍ବାଚନମଣ୍ଡଳୀର ଗଣତି ଜିଲାପାଳଙ୍କ କାର୍ଯ୍ୟାଳୟର ପରିସର ନବନିର୍ମିତ କୋଠାରେ ହେବ। ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ଭୋଟ ଗଣତି କାର୍ଯ୍ୟକ୍ରମରେ ଅଧିକାରୀ ଓ କର୍ମଚାରୀଙ୍କୁ ମିଶାଇ ମୋଟ ୭ଶହ ଜଣଙ୍କୁ ନିଯୁକ୍ତି କରାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମେ ଜିଲାର ରିଟର୍ନିଂ ଅଫିସର ଓ ପରେ ଗଣତିରେ ନିଯୁକ୍ତି ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।
ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ନବନିର୍ମିତ କୋଠାରେ ୭ଟି ନିର୍ବାଚନମଣ୍ଡଳୀ ପାଇଁ ୭ଟି ହଲ୍‌ରେ ଗଣତି କାର୍ଯ୍ୟକ୍ରମ ହେବ। ପ୍ରତି ହଲ୍‌ରେ ବିଧାନସଭା ପାଇଁ ୭ଟି ଓ ଲୋକ ସଭା ପାଇଁ ୭ଟି ଟେବୁଲ୍‌ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଟେବୁଲ୍‌ ପାଇଁ ଜଣେ ଲେଖାଏ କାଉଣ୍ଟିଂ ସୁପରଭାଇଜର, ସହକାରୀ ସୁପରଭାଇଜର ଏବଂ ମାଇକ୍ରୋ ପର୍ଯ୍ୟବେକ୍ଷକ ରହିବେ। ଏହାସହିତ ନିର୍ଦ୍ଦିଷ୍ଟ ନିର୍ବାଚନମଣ୍ଡଳୀର ରିଟର୍ନିଂ ଅଫିସର ଏବଂ ପର୍ଯ୍ୟବେକ୍ଷକ ଉପସ୍ଥିତ ରହିବେ। ପ୍ରଥମ ପର୍ଯ୍ୟାୟରେ ପୋଷ୍ଟାଲ ବାଲାଟ୍‌ ଏବଂ ପରେ ଷ୍ଟ୍ରଙ୍ଗରୁମ୍‌ରୁ ଇଭିଏମ୍‌ ଓ ଭିଭିପିଏଟି ଅଣାଯାଇ ଗଣତି କାର୍ଯ୍ୟ ଆରମ୍ଭ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନୁସାରେ ୫ଟି ବୁଥ୍‌ର ଭିଭିପିଏଟି ଏବଂ ଇଭିଏମ୍‌ ମେଳ କରାଯିବ। ଏହି ୫ଟି ବୁଥ୍‌ ଧର୍ମଗୁଳା ଦ୍ୱାରା ଚୟନ କରାଯିବାର ବ୍ୟବସ୍ଥା ହୋଇଛି। ତ୍ରିସ୍ତରୀୟ ନିରାପତ୍ତା ଭିତରେ ଇଭିଏମ୍‌ ଖୋଲିବାଠାରୁ ଆରମ୍ଭ କରି ଗଣତି ସରିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ଭିଡିଓ ଶୁଟିଂ କରାଯିବ। ଇଭିଏମ୍‌କୁ ଜଗିବା ପାଇଁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ମୁତୟନ କରାଯାଇଥିବା ବେଳେ ଗଣତି ହଲ୍‌ରେ ରାଜ୍ୟ ଆର୍ମ ପୋଲିସ ଦାୟିତ୍ୱରେ ରହିଛନ୍ତି। ସେହିପରି ପରିସର ସୁରକ୍ଷା ଦାୟିତ୍ୱ ଜିଲା ପୋଲିସ ଦାୟିତ୍ୱ ନେଇଛି। ଗଣତି ବେଳେ ପ୍ରତି ରାଉଣ୍ଡ ଫଳାଫଳ ଡାକବାଜି ଯନ୍ତ୍ର ଦ୍ୱାରା ଜନସାଧାରଣଙ୍କୁ ଅବଗତ କରାଇବା ସହ ତୁରନ୍ତ ସରକାରୀ ୱେବସାଇଟ୍‌ରେ ଅପଲୋଡ୍‌ କରାଯିବ। ଏହା ଏଲ୍‌ଇଡି ଡିସ୍‌ପ୍ଲେରେ ଜନସାଧାରଣଙ୍କ ନିମନ୍ତେ ପ୍ରଦର୍ଶନ ବ୍ୟବସ୍ଥା କରାଯାଇଛି। ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ଫଟୋ ଓ ଭିଡିଓ ପାଇଁ ପର୍ଯ୍ୟାୟକ୍ରମେ ସୁଯୋଗ ମିଳିବାର ବ୍ୟବସ୍ଥା ହୋଇଛି। ଭୋଟ ଗଣତି ସମୟରେ ଅଧିକ ଜନସାଧାରଣ ଗହଳିକୁ ଦୃଷ୍ଟିରେ ରଖି ଗଣତି କେନ୍ଦ୍ର ଅର୍ଥାତ୍‌ ଜିଲାପାଳ କାର୍ଯ୍ୟାଳୟ ପାର୍ଶ୍ୱ ରାସ୍ତାଗୁଡ଼ିକରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଫାଣ୍ଡିଛକରୁ ଟେକ୍ନିକାଲ ସ୍କୁଲଛକ, ଝାଡ଼େଶ୍ୱର ମନ୍ଦିରରୁ କଚେରି ଛକ ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ ରହିବ। ଜନଗହଳିକୁ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲା ପୋଲିସ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ୨୩ତାରିଖ ଭୋଟ ଗଣତିକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ।
ଜିଲା ସହକାରୀ ନିର୍ବାଚନ ଅଧିକାରୀ ମନୋଜ କୁମାର ସେନାପତିଙ୍କ କହିବାନୁସାରେ ସାରା ଭାରତରେ ୨୩ ତାରିଖରେ ଏକକାଳୀନ ଭୋଟ ଗଣତି କରାଯାଉଛି। ବାଲେଶ୍ୱର ଜିଲାରେ ୨ଟି ସ୍ଥାନରେ ଭୋଟ ଗଣତି ବ୍ୟବସ୍ଥା ହୋଇଛି। ସୁବିଧା ଓ ସହଜରେ ଗଣତି ହେବା ଏବଂ ଶୀଘ୍ର ଫଳାଫଳ ପ୍ରକାଶିତ ହେବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ସୁରକ୍ଷା ପାଇଁ ତ୍ରିସ୍ତରୀୟ ବ୍ୟବସ୍ଥା ହୋଇଛି। ଗଣତି କେନ୍ଦ୍ରକୁ କେବଳ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଅନୁମତିପତ୍ରଧାରୀ ବ୍ୟକ୍ତିଙ୍କୁ ପ୍ରବେଶ କରାଯିବାର ନିଷ୍ପତ୍ତି ସହିତ ଗଣତି ହଲ୍‌ ଭିତରକୁ ମୋବାଇଲ୍‌ ନିଷେଧ କରାଯାଇଛି ବୋଲି ପ୍ରକାଶ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri