ଗଞ୍ଜାମରେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି ପ୍ରବାସୀ: ନିୟମିତ ସ୍ବାସ୍ଥ୍ୟାବସ୍ଥା ମନିଟରିଂ କରୁଛି ଟିମ୍‌

ଛତ୍ରପୁର, ୨୭।୫(ଡି.ଏନ୍‌.ଏ.)- ରାଜ୍ୟକୁ ଫେରୁଥିବା ପ୍ରବାସୀଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମକୁ ଫେରୁଛନ୍ତି। ଜି଼ିଲାରେ ବହୁ ପ୍ରବାସୀ ହୋମ୍‌ କ୍ୱାରାଣ୍ଟାଇନରେ ଅଛନ୍ତି। ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ନିରୀକ୍ଷଣ ପାଇଁ ଗଠିତ ଟିମ ସେମାନଙ୍କ ଘରକୁ ଯାଇ ନିୟମିତ ମନିଟରିଂ କରୁଛି। ଏହା ଏକ ଗୁରୁତ୍ୱପୂର୍ଣ କାର୍ଯ୍ୟ। ଏହାଦ୍ୱାରା କରୋନା ଚେନକୁ ଭାଙ୍ଗିପାରିବ ବୋଲି ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ବୁଧବାର ଟୁଇଟ କରି ସୂଚନା ଦେଇଛନ୍ତି। ଏହି ଟିମ୍‌ରେ ସ୍ଥାନୀୟ ଏଏନ୍‌ଏମ୍‌, ଅଙ୍ଗନବାଡି କର୍ମୀ, ଆଶା କର୍ମୀ ରହିଛନ୍ତି। ଏହି ଟିମ୍‌ର ରିପୋର୍ଟକୁ ଆଧାର କରି ଡାକ୍ତର ତାଙ୍କ ଘରେ ପହଞ୍ଚି ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି। ଆବଶ୍ୟକ ହେଲେ କୋଭିଡ ଆମ୍ବୁଲାନ୍ସରେ ତାଙ୍କୁ ହସ୍ପିଟାଲକୁ ନିଆଯାଉଥିବା ଜଣାପଡିଛି।