ଖ୍ରୀଷ୍ଟଚର୍ଚ୍ଚର ପ୍ରତିଶୋଧ ଶ୍ରୀଲଙ୍କାରେ: ମୃତ୍ୟୁସଂଖ୍ୟା ୩୨୧ରେ ପହଞ୍ଚିଲା

କଲମ୍ବୋ,୨୪ା୪: ଗତ ମାର୍ଚ୍ଚ ମାସରେ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚସ୍ଥିତ ଦୁଇ ମସ୍‌ଜିଦରେ ହୋଇଥିବା ଆଖିବୁଜା ଗୁଳିମାଡର ପ୍ରତିଶୋଧ ହେଉଛି ଭୟଙ୍କର ଇଷ୍ଟର ସଣ୍ଡେ ବିସ୍ଫୋରଣ। ଶ୍ରୀଲଙ୍କାର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ରୁଓ୍ବାନ ଓ୍ବିଜେବର୍ଦ୍ଦନେ ମଙ୍ଗଳବାର ଏଭଳି ସଂସଦରେ କହିଛନ୍ତି। ତଦନ୍ତରୁ ତାହା ଜଣାପଡିଥିବା ସେ ପ୍ରକାଶ କରିଛନ୍ତି। ଶ୍ରୀଲଙ୍କା ଆତଙ୍କବାଦୀ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ଏବେ ୩୨୧ରେ ପହଞ୍ଚିଥିବା ବେଳେ ଏଥିରେ ୩୮ ବିଦେଶୀଙ୍କ ସହ ୧୦ ଜଣ ଭାରତୀୟ ମଧ୍ୟ ପ୍ରାଣ ହରାଇଛନ୍ତି। ଏବେବି ପ୍ରାୟ ୩୦ ଜଣ ବିଦେଶୀ ଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି। ମଙ୍ଗଳବାର ମୃତକଙ୍କ ସମୂହ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ପ୍ରକାଶ।
ଘଟଣାକୁ ନେଇ କଲମ୍ବୋରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଥିବାବେଳେ କୋଲୁପେଟିୟା ରେଲଓ୍ବେଷ୍ଟେଶନରୁ ପୋଲିସକୁ ଏକ ସନ୍ଦିଗ୍ଧ ପାର୍ସଲ ମିଳିଛି। ଆତଙ୍କୀ ବିସ୍ଫୋରଣ ମାମଲାରେ ଏପର୍ଯ୍ୟନ୍ତ ୪୦ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି। ସାଙ୍ଗ୍ରି-ଲା ଓ ଚିନ୍ନାମମ ଗ୍ରାଣ୍ଡ ହୋଟେଲରେ ଆତ୍ମଘାତୀ ବିସ୍ଫୋରଣ ପଛରେ ଦୁଇ ମୁସଲମାନ ଭ୍ରାତାଙ୍କ ହାତ ଥିବା ମଧ୍ୟ ପୋଲିସ କହିଛି। ସ୍ଥାନୀୟ ଇସଲାମିକ ଗୋଷ୍ଠୀ ଏଭଳି କାଣ୍ଡରେ ସାମିଲ ଥିବା ପୋଲିସ କହିଥିଲାବେଳେ ଏହା ପଛରେ ବିଦେଶୀ ଶକ୍ତିର ହାତ
ଥାଇପାରେ ବୋଲି ସନ୍ଦେହ କରାଯାଉଛି। ସେପଟେ କଲମ୍ବୋସ୍ଥିତ ଆମେରିକୀୟ ଦୂତାବାସ ପକ୍ଷରୁ ପୁଣି ଥରେ ଆତଙ୍କବାଦୀ ଗୋଷ୍ଠୀ ଆକ୍ରମଣ କରିପାରନ୍ତି ବୋଲି ସତର୍କ ସୂଚନା ଜାରି କରାଯାଇଛି।
ଅନ୍ୟପକ୍ଷରେ ଇଷ୍ଟର ସଣ୍ଡେ ବୋମା ବିସ୍ଫୋରଣ ନିଜେ ଘଟାଇଥିବା ଇସଲାମିକ ଷ୍ଟେଟ(ଆଇଏସ୍‌) ମଙ୍ଗଳବାର ଦାବି କରିଛି। ନିଜ ନ୍ୟୁଜ ଏଜେନ୍ସିରେ ଆଇଏସ୍‌ ଏଭଳି ଦାବି କରିଥିଲାବେଳେ ଏନେଇ କୌଣସି ତଥ୍ୟପ୍ରମାଣ ଦେଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri