ଖୋଲା ପଡ଼ିଆରେ ଶିଶୁ କନ୍ୟା ଜନ୍ମ କଲେ ମହିଳା

କେନ୍ଦୁଝର, ୧୨ା୨(ସ୍ବ.ପ୍ର.): ବାଂଶପାଳ ବ୍ଲକ ଅଞ୍ଚଳରେ ଜଣେ ପ୍ରସୂତି ମହିଳା ଖୋଲା ପଡିଆରେ ଶିଶୁ ଜନ୍ମ ଭଳି ଅଭାବନୀୟ ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଉକ୍ତ ମହିଳାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ମେଡିକାଲକୁ ଯାଇଥିଲେ ହେଁ ସେଠାରେ ଥିବା ମା’ ଗୃହରେ ରଖା ନ ଯିବାରୁ ଘରକୁ ଫେରୁଥିବା ବେଳେ ଏଭଳି ଘଟଣା ଘଟିଥିବା କୁହାଯାଉଛି । ଘଟଣାଟି ମଙ୍ଗଳବାର ଘଟିଥିଲେ ହେଁ ବୁଧବାର ଲୋକ ଲୋଚନକୁ ଆସିଥିଲା। ପ୍ରକାଶ ଯେ ଦୁର୍ଗମ ଅଞ୍ଚଳ ବିଶେଷ କରି ଆଦିବାସୀ ଅଞ୍ଚଳରେ ଉନ୍ନତ ଓ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ସରକାର ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏହାର ସଫଳ ରୂପାୟନ ହୋଇପାରୁନାହିଁ।
ଏହାର ବାସ୍ତବ ଚିତ୍ର ମଙ୍ଗଳବାର କେନ୍ଦୁଝର ଜିଲା ଆଦିବାସୀ ବହୁଳ ବାଂଶପାଳ ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି । ଏହି ବ୍ଲକର କୁଶକଳା ଗ୍ରାମ ନିକଟ କାଦଡିହା ସାହିର ପୂର୍ଣ୍ଣ ମୁଣ୍ଡାଙ୍କ ସ୍ତ୍ରୀ ରଜନୀ ମୁଣ୍ଡାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଥିବା ମା’ଗୃହରେ ତାଙ୍କୁ ରଖା ନ ଯିବାରୁ ଆମ୍ବୁଲାନ୍ସ ନ ମିଳିବାରୁ ସେ ବସ୍‌ ଯୋଗେ ଘରକୁ ଫେରିଥିଲେ ବୋଲି ଅଭିଯୋଗ ହୋଇଛି। ତେବେ କୁଶକଳାରେ ବସ୍‌ରୁ ଓହ୍ଲାଇ ଘରକୁ ଚାଲିଚାଲି ଯାଉଥିବା ବେଳେ ପ୍ରସବ ଯନ୍ତ୍ରଣା ଅଧିକ ହୋଇଥିଲା। ଫଳରେ ବାଟରେ ଏକ ଖୋଲା ପଡିଆ ଗଛ ମୂଳରେ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ପରେ ଗ୍ରାମବାସୀ ଆମ୍ବୁଲାନ୍ସ ଜରିଆରେ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏବେ ମା’ ଓ ଶିଶୁ ବାଂଶପାଳ ମା’ ଗୃହରେ ସୁସ୍ଥ ଅଛନ୍ତି। ତେବେ କାହିଁକି ମା’ ଗୃହରେ ରଖାଗଲା ନାହିଁ ଏବଂ ନେବା ଆଣିବା ପାଇଁ ଆମ୍ବୁଲାନ୍ସ ସେବା ଯୋଗାଇଦିଆଗଲା ନାହିଁ ତାହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। ଏଠାରେ ସୂଚନା ଯୋଗ୍ୟ ଯେ, ବାଂଶପାଳ ବ୍ଲକରେ ଶିଶୁ ଓ ମାତୃ ମୃତ୍ୟୁହାର ରାଜ୍ୟରେ ଉଦ୍‌ବେଗଜନକ ସ୍ଥିତିରେ ରହିଥିବାରୁ ଏହି ବ୍ଲକ ଅଞ୍ଚଳରେ ଏହାକୁ ରୋକିବା ପାଇଁ ବହୁ କାର୍ଯ୍ୟକ୍ରମ କରାଯାଉଥିବାବେଳେ ଏଥିପାଇଁ ବହୁ ଅର୍ଥ ଖର୍ଚ୍ଚ ମଧ୍ୟ ହେଉଛି କିନ୍ତୁ ଏହାର ସୁବିଧା ମହିଳାମାନେ ପାଇପାରୁନାହାନ୍ତି। ଏସମ୍ପର୍କରେ କେନ୍ଦୁଝର ସିଡିଏମ୍‌ଓ ଅଶୋକ କୁମାର ଦାସଙ୍କୁ ପଚାରିବାରୁ ଏହି ଘଟଣାର ତଦନ୍ତ କରାଯିବାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri