ଖୋର୍ଦ୍ଧା ନୂଆ ବସ୍‌ଷ୍ଟାଣ୍ଡରେ ଅବକାରୀ ବିଭାଗର ଚଢ଼ାଉ: ଲକ୍ଷାଧିକ ମୂଲ୍ୟର ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା ଅଫିସ, ୧୧।୧୦: ଶୁକ୍ରବାର ପୂର୍ବାହ୍ନରେ ଅବକାରୀ ବିଭାଗର କର୍ମଚାରୀମାନେ ଖୋର୍ଦ୍ଧା ନୂଆ ବସ୍‌ଷ୍ଟାଣ୍ଡ ଉପରେ ଚଢ଼ାଉ କରି ୧୬ ଗ୍ରାମ ବ୍ରାଉନସୁଗାର ଜବତ କରିଛନ୍ତି। ଏହାର ମୂଲ୍ୟ ୧ ଲକ୍ଷ ୬୦ ହଜ଼ାର ହେବ ବୋଲି ଜଣାପଡ଼ିଛି। ତେବେ ବ୍ରାଉନସୁଗାର ବିକ୍ରି ଅଭିଯୋଗରେ କଟକ ଜିଲା କିଶନ ନଗର ଥାନା କୋଟୁଆଁ ଗାଁର ଜ୍ଞାନ ରଞ୍ଜନ ଖୁଣ୍ଟିଆ(୪୫)ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଖୋର୍ଦ୍ଧା ଜେଲକୁ ପଠାଇ ଦିଆଯାଇଛି। ଅପରପକ୍ଷେ ଅବକାରୀ ବିଭାଗ ମାମଲା ନଂ(୪୫/୧୯) ରୁଜୁ କରି ତଦନ୍ତ କରୁଛି।