Posted inଖେଳ

ଖୋର୍ଦ୍ଧା ଜିଲା ଚେସ୍‌:ସ୍ବପ୍ନିଳ ଚାମ୍ପିୟନ, ସୌମ୍ୟ ରନର୍ସଅପ୍‌

ଭୁବନେଶ୍ୱର, ୨୮।୧(କ୍ରୀଡ଼ା ପ୍ରତିନିଧି)-
ଖୋର୍ଦ୍ଧାଜିଲା ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ଚେସ୍‌ ଚାମ୍ପିୟନଶିପ୍‌ ରବିବାର ଉଦ୍‌ଯାପିତ ହୋଇଛି। ୭ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ସ୍ବପ୍ନିଳ ପ୍ରିୟଦର୍ଶୀ ଓ ଫିଡେ ମାଷ୍ଟର ସୌମ୍ୟରଞ୍ଜନ ମିଶ୍ର ୬.୫ ପଏଣ୍ଟ ଲେଖାଏ ପାଇଛନ୍ତି। ତେବେ ବୁକୋଲଜ ପଏଣ୍ଟରେ ସ୍ବପ୍ନିଳ ଚାମ୍ପିୟନ ଓ ସୌମ୍ୟ ରନର୍ସଅପ୍‌ ହୋଇଛନ୍ତି। ଫଳରେ ଟ୍ରଫି ସହ ସ୍ବପ୍ନିଳ ୫,୦୦୦ ଓ ସୌମ୍ୟ ୩,୦୦୦ଟଙ୍କାର ପୁରସ୍କାର ରାଶି ପାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଦାଶରଥି ସାହୁ, ସୁଶାନ୍ତ କୁମାର ଷଡ଼ଙ୍ଗୀ, ପ୍ରତ୍ୟୁଷ ମହାପାତ୍ର, ପ୍ରିୟବ୍ରତ ସାମନ୍ତ ସିଂ, ୟାଶିତା ରାଉତ, ସୃଜନ ରାୟ, ହୃଦାନନ୍ଦ ସାମନ୍ତରାୟ, ଅମିତ ମହାନ୍ତି, ଓମ୍‌ ଆଦିତ୍ୟ ଖାଡ଼ଙ୍ଗା ଓ ଶାଶ୍ୱତ ମଲିକ ଶୀର୍ଷ ୧୨ ମଧ୍ୟରେ ରହି ପୁରସ୍କୃତ ହୋଇଛନ୍ତି। ମୋଟ ୪୪ ଜଣଙ୍କୁ ଆର୍ଥିକ ପୁରସ୍କାର ଏବଂ ୩୧ ଜଣଙ୍କୁ ଟ୍ରଫି ଦିଆଯାଇ ସମ୍ମାନିତ କରାଯାଇଛି। ୭, ୮, ୯, ୧୦, ୧୧, ୧୩ ଓ ୧୫ ବର୍ଷରୁ କମ୍‌ କାଟେଗୋରିର ବାଳିକା ବାଳକ ବିଭାଗରେ ଶ୍ରେଷ୍ଠ ୨ ଜଣ ଲେଖାଏ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି। ନବନିତା ପଟ୍ଟନାୟକ ଓ ଅନୋତୟା ଚାଟାର୍ଜୀ ଶ୍ରେଷ୍ଠ ଦୁଇ ମହିଳା ଖେଳାଳିଭାବେ ପୁରସ୍କୃତ ହୋଇଛନ୍ତି। ସେହିପରି ମହେଶ୍ୱjର ମିଶ୍ର ଓ ଭୀମସେନ ପ୍ରଧାନ ଶ୍ରେଷ୍ଠ ଭେଟେରାନ ଖେଳାଳି ପୁରସ୍କାର ପାଇଛନ୍ତି। ଖୋର୍ଦ୍ଧା ଉପଜିଲାପାଳ ଶାନ୍ତନୁ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ଦୁରଦର୍ଶୀ ସମ୍ପାଦକ ଦୁର୍ଗା ପ୍ରସାଦ ସାମନ୍ତରାୟ, ଏଚ୍‌ଡିଏଫସି ବ୍ୟାଙ୍କ୍‌ (ଭୁବନେଶ୍ୱର) ଉପସଭାପତି ଅଭିଷେକ ମହାପାତ୍ର, ଖୋର୍ଦ୍ଧା ଜିଲା ଚେସ୍‌ ଆସୋସିଏଶନ ସମ୍ପାଦକ ଶୁଭାଶିଷ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ସରୋଜ କିଶୋର ବେହେରା, ଏସଆର ଚେସ୍‌ ସେଣ୍ଟର ସମ୍ପାଦକ ସତ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଆର୍ବିଟର ଭବେଷ ମହାନ୍ତି ଓ ସନ୍ତୋଷ ମହାପାତ୍ର ଟୁର୍ନାମେଣ୍ଟ ପରିଚାଳନା କରିଥିଲେ। ପ୍ରକାଶ ଯୋଗ୍ୟ ଯେ, ଏହି ପ୍ରତିଯୋଗିତାରେ କେବଳ ଖୋର୍ଦ୍ଧା ଜିଲା ଖେଳାଳିମାନେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ହାସଲ କଲେ IPLରେ ସବୁଠୁ ବଡ଼ ରେକର୍ଡ

ନୂଆଦିଲ୍ଲୀ,୩୦।୫:ବୈଭବ ସୂର୍ଯ୍ୟବଂଶୀ ଗୁଜରାଟ ଟାଇଟାନ୍ସ ବିପକ୍ଷରେ କ୍ୱାଲିଫାୟର ୨ରେ ଇତିହାସ ରଚିଛନ୍ତି। IPLରେ ଦ୍ରୁତତମ ୧,୦୦୦ ରନ ସ୍କୋର କରିବାରେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ହୋଇଛନ୍ତି। ସେ…

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

ପଡ଼ିଆରେ ହେଡ୍ସ-ଟେଲ୍ସକୁ ନେଇ ହଙ୍ଗାମା! କ୍ୱାଲିଫାୟର୍-୨ ରେ ଦୁଇଥର ପଡ଼ିଲା ଟସ୍,ନିଷ୍ପତ୍ତି ବଦଳାଇଦେଲା…

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ (Qualifier-୨) ମ୍ୟାଚ୍‌ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ…

ହାରିଗଲେ ସିନ୍ଧୁ, ସାତ୍ତ୍ୱିକ-ଚିରାଗ ଯୋଡ଼ି ସେମିରେ

ସିଙ୍ଗାପୁର, ୨୯ା୫: ସ୍ଥିର ପ୍ରଦର୍ଶନ ଅଭାବରୁ ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ସିଙ୍ଗାପୁର ଓପନ ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ…

ପ୍ରଥମ ଟି୨୦ ମ୍ୟାଚ୍‌ ଜିତିଲା ଭାରତ

ଚେମ୍ସ ଫୋର୍ଡ, ୨୯ା୫: ଜେମିମା ରୋଡ୍ରିଗ୍ସ ଓ ୟାସ୍ତିକା ଭାଟିଆଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ ନବାଗତ ପେସ୍‌ର ନନ୍ଦନୀ ଶର୍ମାଙ୍କ ଚମତ୍କାର ବୋଲିଂ ଦ୍ୱାରା ଭାରତ ଶୁକ୍ରବାର…

ଆଇପିଏଲ ମଝିରେ ଲକ୍ଷ୍ନୌ କଲା ବଡ଼ ଘୋଷଣା: ଅଧିନାୟକ ପଦ ଛାଡ଼ିଲେ ରିଷଭ ପନ୍ତ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୨୯।୫: ୨୦୨୬ ଆଇପିଏଲ ମଝିରେ ରିଷଭ ପନ୍ତ ଲକ୍ଷ୍ନୌ ସୁପରଜାଏଣ୍ଟସର ଅଧିନାୟକ ପଦ ଛାଡି ଦେଇଛନ୍ତି। ଶୁକ୍ରବାର ଫ୍ରାଞ୍ଚାଇଜ ସୋସିଆଲ ମିଡିଆରେ ପନ୍ତଙ୍କୁ ଅଧିନାୟକ ପଦରୁ…

ଖେଳାଳିଙ୍କ ପାଇଁ ନୂଆ ନିର୍ଦ୍ଦେଶ ଜାରି କଲା BCCI, ନିଷିଦ୍ଧ ଅଞ୍ଚଳରେ ସ୍ମାର୍ଟ ଚଷମା ପିନ୍ଧିବା ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ,୨୯।୫: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ରେ ଅତ୍ୟାଧୁନିକ ଯୋଗାଯୋଗ ଉପକରଣର ବର୍ଦ୍ଧିତ ବ୍ୟବହାର ମଧ୍ୟରେ, ଖେଳାଳି ଏବଂ ସହାୟକ କର୍ମଚାରୀଙ୍କ ପାଇଁ ଏକ ନୂତନ ପରାମର୍ଶ ଜାରି କରାଯାଇଛି ।…

ଆଜି କ୍ୱାଲିଫାୟର-୨ ମହାମୁକାବିଲା

ମୁଲାନପୁର,୨୯।୫: ଶୁକ୍ରବାର ଖେଳାଯିବ ଆଇପିଏଲ୍‌ର କ୍ୱାଲିଫାୟର-୨ ମହାମୁକାବିଲା। ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ। ଏହାର ବିଜେତା ରବିବାର ଅହମଦାବାଦରେ ହେବାକୁ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri