ଖେଳୁଥିବା ବେଳେ ଡିଟୋନେଟର ବିସ୍ଫୋରଣ: ୩ ନାବାଳକ ଆହତ

ହିଞ୍ଜିଳିକାଟୁ,୩।୩(ଡି.ଏନ୍‌.ଏ): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ସୋମପୁର ଗ୍ରାମରେ ମଙ୍ଗଳବାର ପୂର୍ବାହ୍ନରେ ବିସ୍ଫୋରଣ ଘଟି ୩ ନାବାଳକ ଆହତ ହୋଇଛନ୍ତି। ପାହାଡ଼ରୁ ପଥରଫଟା ପାଇଁ ବ୍ୟବହୃତ ଡିଟୋନେଟର ବିସ୍ଫୋରଣରୁ ଏପରି ହୋଇଥିବା କୁହାଯାଉଛି। ଆହତମାନେ ହେଲେ ବାଦଲ ଗାୈଡ଼(୧୦), ନାରାୟଣ ଗାୈଡ(୧୨) ଓ ଶ୍ରୀଧର ଗାୈଡ଼(୧୦)। ବିସ୍ଫୋରଣରେ ବାଦଲଙ୍କ ହାତର ଆଙ୍ଗୁଠି ଉଡ଼ିଯାଇଛି। ବିସ୍ଫୋରଣ ପରେ ପରିବାର ଲୋକେ ସେମାନଙ୍କୁ ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଛି। ଗତବର୍ଷ ଜୁଲାଇ ମାସରେ ଆସିକା ଥାନା ମାଗୁରା ଗ୍ରାମ ସ୍କୁଲରେ ବିସ୍ଫୋରଣ ଘଟଣାରେ ୨ଛାତ୍ର ଆହତ ଘଟଣା ପରେ ମଙ୍ଗଳବାର ହିଞ୍ଜିଳିକାଟୁ ଅଞ୍ଚଳରେ ଏକା ଢଙ୍ଗରେ ୩ ନାବାଳକ ଆହତ ଘଟଣା ନେଇ ଅବହେଳାକୁ ନେଇ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

ପ୍ରକାଶ ଯେ, ସୋମପୁର ନିକଟ ସିଙ୍ଗିପୁର, ଘୋଡ଼େଇଶୁଣୀ ପାହାଡ଼ରେ ପଥର ଫୁଟାଇବା ପାଇଁ ବହୁଳ ପରିମାଣରେ ଡିଟୋନେଟର ବ୍ୟବହାର ଅଭିଯୋଗ ହେଉଛି। ଡିଟୋନେଟରଗୁଡ଼ିକ ପାହାଡ଼ ନିକଟରେ ଏଣେତେଣେ ପଡ଼ିରହୁଛି। ସୋମପୁରଠାରେ ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେଶନ ଲିଃ (ଓପିଟିସିଏଲ୍‌) ପକ୍ଷରୁ ଗ୍ରୀଡ୍‌ ନିର୍ମାଣ ହେଉଛି। ନିକଟ ପାହାଡ଼ ଓ ଓପିଟିସିଏଲ୍‌ ବିଲ୍‌ଡିଂ ନିର୍ମାଣ ପାଇଁ ବଡ଼ ବଡ଼ ପଥରକୁ କମ୍ପ୍ରେସର ବଦଳରେ ଡିଟୋନେଟର ବ୍ୟବହାର କରାଯାଉଥିବା ଅଭିଯୋଗ ହେଉଛି। ମଙ୍ଗଳବାର ପୂର୍ବାହ୍ନରେ ବାଦଲ, ନାରାୟଣ ଓ ଶ୍ରୀଧର ସେମାନଙ୍କ ଘରର ନିକଟରେ ଓପିଟିସିଏଲ୍‌ ପାଖକୁ ଯାଇ କିଛି ବିସ୍ଫୋରଣ ସାମଗ୍ରୀ ନେଇ ସେଗୁଡ଼ିକୁ ଖେଳୁଥଲେ। ସେଗୁଡ଼ିକୁ ତାର ଲଗାଇ ଡ୍ରାଏଏ ବ୍ୟାଟେରି ସେଲ ସହ ସଂଯୋଗ କରିବାରୁ ତାହା ହଠାତ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ନାବାଳକମାନେ ଆହତ ହୋଇଥିଲେ। ପରେ ପରିବାର ଓ ଗ୍ରାମବାସୀ ସେମାନଙ୍କୁ ହିଞ୍ଜିଳିକାଟୁ ଡ଼ାକ୍ତରଖାନାକୁ ଆଣିଥିଲେ। ସେଠାରୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri