ଖେଳାଳିଙ୍କୁ ପାଉଣା ଦେଲା ବିସିସିଆଇ: କଷ୍ଟକର ସମୟରେ କାହାକୁ ଅଣଦେଖା କରାଯିବନି

ନୂଆଦିଲ୍ଲୀ, ୧୦।୪ (ପି.ଟି.)- କୋଭିଡ୍‌-୧୯ ମହାମାରୀର ଆତଙ୍କ ଜାରି ରହିଥିବା ବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କିନ୍ତୁ ଦାୟିତ୍ୱରେ ହେଳା କରିନାହିଁ। କେନ୍ଦ୍ରୀୟ ଚୁକ୍ତିଭୁକ୍ତ ସବୁ ଖେଳାଳିଙ୍କୁ ବିସିସିଆଇ କ୍ୱାର୍ଟର୍ଲି ବା ତ୍ରୟମାସିକ ପାଉଣା ପ୍ରଦାନ କରିଛି। କେବଳ ସେତିକି ନୁହଁ, କଷ୍ଟକର ସମୟରେ କୌଣସି ଖେଳାଳିଙ୍କୁ ଅଣଦେଖା କରିହେବ ନାହିଁ ବୋଲି ବୋର୍ଡ ତରଫରୁ ସ୍ପଷ୍ଟ କରାଯାଇଛି।
କରୋନା ଭାଇରସ କାରଣରୁ ସାରା ବିଶ୍ୱର ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଛି। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ଖେଳାଳିମାନଙ୍କ ପାଉଣା କାଟିବା ନେଇ ସୂଚନା ଦେଇଥିବା ବେଳେ ବିସିସିଆଇ କିନ୍ତୁ ଖେଳାଳିମାନଙ୍କୁ ସେମାନଙ୍କର ସମ୍ପୂର୍ଣ୍ଣ ପାଉଣା ପ୍ରଦାନ କରିଛି। ମାର୍ଚ୍ଚ ୨୪ ତାରିଖରୁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ତଥାପି ସବୁ ପ୍ରକାର ପରିସ୍ଥିତିକୁ ସାମ୍ନା କରିବାକୁ ଆମେ ପ୍ରସ୍ତୁତ ଅଛୁ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଏହି ସମୟରେ ଯେଉଁ ଖେଳାଳିମାନେ ଭାରତ ପାଇଁ ଓ ଭାରତ ଏ ପାଇଁ ଖେଳିଛନ୍ତି ସେମାନଙ୍କ ପାଉଣା ମଧ୍ୟ ପ୍ରଦାନ କରାଯାଇଛି। ଆର୍ଥିକବର୍ଷ ଶେଷରେ ସମସ୍ତଙ୍କୁ ପାଉଣା ପ୍ରଦାନ କରାଯାଇଛି ବୋଲି ଅଧିକାରୀ ଜଣକ କହିଛନ୍ତି। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ କ୍ରିକେଟରମାନେ ସେମାନଙ୍କ ପାଉଣା କଟାଯିବା ନେଇ ସୂଚନା ପାଇଛନ୍ତି ବୋଲି କହିଛନ୍ତି।
ଅଷ୍ଟ୍ରେଲିଆରେ କେନ୍ଦ୍ରୀୟ ଚୁକ୍ତି ନେଇ ଘୋଷଣାକୁ ସ୍ଥଗିତ ରଖାଯାଇଛି। ସେହିପରି ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ତାଙ୍କ ୟର୍କସାୟର ଦଳୀୟ ସାଥୀମାନଙ୍କ ସହ କିଛି ଦିନର ଛୁଟି ପାଇଁ ଆବେଦନ କରିଛନ୍ତି। ଅନ୍ୟ ଦେଶର ବୋର୍ଡମାନେ ଏହି ପରିସ୍ଥିତିରେ ସଂଘର୍ଷ କରୁଥିବା ବେଳେ ବିସିସିଆଇ ତା’ର ଆର୍ଥିକ ସ୍ଥିରତା ପାଇଁ ନିଜ ଖେଳାଳିଙ୍କ କଷ୍ଟକର ପରିସ୍ଥିତିରେ ମଧ୍ୟ ସାହାଯ୍ୟ କରିବାର କ୍ଷମତା ରଖୁଛି ବୋଲି ବୋର୍ଡର ଜଣେ ଅଧିକାରୀ କହିଛନ୍ତି। ସବୁଆଡେ ଏବେ ପାଉଣା କାଟିବା ନେଇ ଆଲୋଚନା ଚାଲିଥିବା ବେଳେ ବିସିସିଆଇ କିନ୍ତୁ ନିଜ ଖେଳାଳିଙ୍କୁ ଉଚିତ ପ୍ରାପ୍ୟ ଦେବାକୁ ସକ୍ଷମ। ଅନ୍ତର୍ଜାତୀୟ ଖେଳାଳିଙ୍କ ସମେତ ଘରୋଇ ଖେଳାଳି ମଧ୍ୟ ଯେପରି ସମସ୍ୟାରେ ନ ପଡିବେ ସେ ନେଇ ଧ୍ୟାନ ଦିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। କରୋନା ଭାଇରସ ସଂକ୍ରମଣ କାରଣରୁ ଆର୍ଥତ୍କ କ୍ଷତି ହୋଇଛି। ଏହାର ଭରଣା ପାଇଁ ଚଳିତବର୍ଷ ଶେଷ ଆଡକୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଆୟୋଜନ ହେବା ଜରୁରୀ ହୋଇପଡିଛି ବୋଲି ସେ ସ୍ବୀକାର କରିଛନ୍ତି। ଏସିଆ କପ୍‌ ଓ ଇଂଲଣ୍ଡ ବିପକ୍ଷ ସିରିଜ ଅକ୍ଟୋବରରେ ଓ ଆଗକୁ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଥିବାରୁ ଆଇପିଏଲ କେବେ ଆୟୋଜନ ହେବ ସେ ନେଇ କହିବା କଷ୍ଟକର ବୋଲି ସେ କହିଛନ୍ତି। ପରିସ୍ଥିତି କେବେ ସ୍ବାଭାବିକ ହେବ ସେ ନେଇ କହିହେବ ନାହିଁ। ତେଣୁ ଆଇପିଏଲର କାର୍ଯ୍ୟସୂଚୀ ନେଇ କହିବା ମଧ୍ୟ ଅସମ୍ଭବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ପୁଣି ଘରୋଇ କାର୍ଯ୍ୟସୂଚୀ ନେଇ ମଧ୍ୟ ବୋର୍ଡ ଚିନ୍ତିତ ଅଛି। କାରଣ ନିୟମ ଅନୁସାରେ ଘରୋଇ କ୍ରିକେଟ ଓ ଆଇପିଏଲ ଏକା ସମୟରେ ଆୟୋଜିତ ହେବ ନାହିଁ। ଯଦି ଆଇପିଏଲ ଅକ୍ଟୋବର ଓ ନଭେମ୍ବରରେ ଆୟୋଜନ ହୁଏ, ତେବେ ଘରୋଇ କ୍ରିକେଟର କାର୍ଯ୍ୟସୂଚୀରେ ପରିବର୍ତ୍ତନ ହେବା ନିଶ୍ଚିତ। ବିସିସିଆଇର ଘରୋଇ କ୍ରିକେଟ ସାଧାରଣତଃ ଅଗଷ୍ଟରେ ଆରମ୍ଭ ହୋଇଥାଏ। ତେବେ ଆଇପିଏଲ୍‌ କାର୍ଯ୍ୟସୂଚୀ ଉପରେ ସବୁ କିଛି ନିର୍ଭର କରୁଛି ବୋଲି ବିସିସିଆଇ ତରଫରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri