Posted inଖେଳ

ଖେଲ ରହାହେ ଇଣ୍ଡିଆ

ନୂଆଦିଲ୍ଲୀ,୧୮।୨-
ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ (କେଆଇୱାଇଜି) ୩ ସଂସ୍କରଣର ସଫଳତା ପରେ ଭାରତ ସରକାର ପ୍ରଥମଥର ପାଇଁ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ (କେଆଇୟୁଜି) ଆୟୋଜନ କରିବାକୁ ଯାଉଛନ୍ତି। ଏହି ପ୍ରତିଯୋଗିତା ଭୁବନେଶ୍ୱର ଓ କଟକରେ ଅନୁଷ୍ଠିତ ହେବ। ଇଣ୍ଡିଆନ୍‌ ଅଏଲ୍‌ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରଥମ ସଂସ୍କରଣର ମୁଖ୍ୟ ପ୍ରାୟୋଜକ ହୋଇଛି। ଗେଲ୍‌ ଓ ଓଏନ୍‌ଜିସି ମଧ୍ୟ ଏହି ପ୍ରତିଯୋଗିତାକୁ ସମର୍ଥନ କରୁଛନ୍ତି। ସେହିପରି ଭାରତର ପ୍ରମୁଖ କ୍ରୀଡ଼ା ପ୍ରସାରଣକାରୀ ଷ୍ଟାର ସ୍ପୋଟର୍‌ସ ଖେଲୋ ଇଣ୍ଡିଆ ସହ ସହଭାଗିତା ଜାରି ରଖିବା ସହ ଆସନ୍ତା ଫେବୃଆରୀ ୨୨ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଓଡିଶାରେ ହେବାକୁ ଥିବା ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ପ୍ରସାରଣ କରିବ। ସୋମବାର ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ସଙ୍ଗୀତ (ଖେଲ ରହାହେ ଇଣ୍ଡିଆ, ଆଗେ ବଢ଼ ରହାହେ ଇଣ୍ଡିଆ) ଉନ୍ମୋଚିତ ହୋଇଛି। ଏହାକୁ ପ୍ରଖ୍ୟାତ ଗାୟକ ତଥା ଭାଷ୍ୟକାର ପଦମ୍‌ଜୀତ୍‌ ସେରାୱତ ରଚନା କରିଛନ୍ତି। ସେ ଜଣେ ପୂର୍ବତନ ରଣଜୀ ଟ୍ରଫି ଖେଳାଳି, ଗାୟକ, କମ୍ପୋଜର ଓ କ୍ରୀଡା ଭାଷ୍ୟକାର ଅଟନ୍ତି। କମଲ୍‌ ଯୋଶୀ ଓ ପଦମ୍‌ଜୀତ୍‌ ମିଳିତ ଭାବେ ଏହାର ସଙ୍ଗୀତ ସଂଯୋଜନା କରିଛନ୍ତି।
”ପ୍ରଥମ ଥର ପାଇଁ ଭାରତରେ ବିଶ୍ୱବିଦ୍ୟାଳୟ ସ୍ତରରେ ଏଭଳି ଏକ ପେସାଦାର ପ୍ରତିଯୋଗିତାର ଆୟୋଜନ ହେବାକୁ ଯାଉଛି। ମୁଁ କେଆଇୟୁଜି ପାଇଁ ମୁଖ୍ୟ ପ୍ରାୟୋଜକ ହୋଇଥିବା ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେଶନକୁ ଧନ୍ୟବାଦ ଜଣାଉଛି“ ବୋଲି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ କିରେନ୍‌ ରିଜିଜୁ ପ୍ରକାଶ କରିଛନ୍ତି। ସେହିପରି ଆଇଓସିଏଲ୍‌ର କର୍ପୋରେଟ୍‌ କମ୍ୟୁନିକେଶନ୍ସ ବ୍ରାଣ୍ଡିଂ ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁବୋଧ ଡାଖୱାଲେ କହିଛନ୍ତି ଯେ, ”ଭାରତରେ ପ୍ରଥମ ଥର ପାଇଁ ଆୟୋଜନ ହେବାକୁ ଯାଉଥିବା କେଆଇୟୁଜି ସହ ସହଭାଗିତାର ସୁଯୋଗ ଦେଇଥିବାରୁ ମୁଁ କ୍ରୀଡା ରାଷ୍ଟ୍ରମନ୍ତ୍ରୀ କିରେନ୍‌ ରିଜିଜୁଙ୍କୁ ଧନ୍ୟବାଦ ଜଣାଉଛି। ମୋ ମତରେ ମୌଳିକ ଭିତ୍ତିଭୂମିର ବିକାଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହାଦ୍ୱାରା ଏହି ଖେଳାଳିମାନେ ଭବିଷ୍ୟତରେ ଭାରତର ପ୍ରତିନିଧିତ୍ୱ କରିପାରିବେ“।
ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଆରମ୍ଭ କରିଥିବାରୁ ଏହି ଅବସରରେ କ୍ରୀଡା ମନ୍ତ୍ରୀ କିରେନ୍‌ ରିଜିଜୁଙ୍କୁ ପ୍ରତିଷ୍ଠିତ ଶୁଟର୍‌ ମନୁ ଭାକର ଧନ୍ୟବାଦ ଜଣାଇଛନ୍ତି। ଏହା ଭାରତର ଛାତ୍ରୀଛାତ୍ରମାନଙ୍କ ପାଇଁ କ୍ରୀଡା ପ୍ରତିଭା ପ୍ରଦର୍ଶନ କରିବାର ଏକ ବଡ ମଞ୍ଚ ହେବ ବୋଲି ସେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଷ୍ଟାର୍‌ ସ୍ପୋଟର୍‌ସର ସିଇଓ ଗୌତମ ଠାକର୍‌ କହିଛନ୍ତି ଯେ, ‘ଷ୍ଟାର ସ୍ପୋଟର୍‌ସ ଭାରତ ସରକାରଙ୍କ ଫିଟ୍‌ ଇଣ୍ଡିଆ ଓ ଖେଲୋ ଇଣ୍ଡିଆ ଅଭିଯାନକୁ ସମର୍ଥନକରି ଗର୍ବ ଅନୁଭବ କରୁଛି। ଖେଲୋ ଇଣ୍ଡିଆ ଅଭିଯାନକୁ ଉଚ୍ଚ ସ୍ତରକୁ ବଢାଇ ପ୍ରଥମ ଥର ପାଇଁ ଜାତୀୟ ସ୍ତରର ଏଭଳି ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଆୟୋଜନ କରିବା ନେଇ ସରକାରଙ୍କ ପ୍ରୟାସକୁ ଆମେ ପ୍ରଶଂସା କରୁଛୁ। କ୍ରୀଡ଼ା ସଙ୍ଗୀତ ଉନ୍ମୋଚନ ଉତ୍ସବରେ ଶୁଟର ଭାକର, ଅନିଷ ଭାନ୍‌ୱାଲା, ସନ୍ଦୀପ ରାଜପୁତ ପ୍ରମୁଖ ଉପସ୍ଥିତ ଥିଲେ। ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୦୨୦ରେ ୧୭ଟି ବିଭାଗ ଆର୍ଚେରୀ, ଆଥ୍‌ଲେଟିକ୍ସ, ବ୍ୟାଡ୍‌ମିଣ୍ଟନ, ବାସ୍କେଟ୍‌ବଲ, ବକ୍ସିଂ, ଫେନ୍ସିଂ, ଫୁଟ୍‌ବଲ, ହକି, ଜୁଡୋ, କବାଡି, ରଗ୍‌ବି, ସୁଇମିଂ, ଟେବୁଲ ଟେନିସ୍‌, ଟେନିସ୍‌, ଭଲିବଲ, ଭାରୋତ୍ତୋଳନ ଓ କୁସ୍ତି ଆଦି ଇଭେଣ୍ଟ ଆୟୋଜନ ହେବ। ଏହି ପ୍ରତିଯୋଗିତା ୯ ଦିନ ପାଇଁ ଚାଲିବ ଏବଂ ଏଥିରେ ୧୫୯ଟି ବିଶ୍ୱବିଦ୍ୟାଳୟର ୩୩୯୯ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଏହା ଷ୍ଟାର ସ୍ପୋଟର୍‌ସ ଫାଷ୍ଟ, ଷ୍ଟାର୍‌ ସ୍ପୋଟର୍‌ସ ୧, ଷ୍ଟାର ସ୍ପୋଟର୍‌ସ ୧ ହିନ୍ଦୀ ଓ ଡିଡି ସ୍ପୋଟର୍‌ସରେ ପ୍ରସାରଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri