Categories: ଖେଳ

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ଓଡ଼ିଶାକୁ ୧ ସ୍ବର୍ଣ୍ଣ ସହ ୪ ପଦକ

ଭୁବନେଶ୍ୱର, ୧୪।୧(କ୍ରୀଡ଼ା ପ୍ରତିନିଧି)-  ଆସାମର ଗୁଆହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସରେ ଶନିବାର ଓଡ଼ିଶାକୁ ଗୋଟିଏ ସ୍ବର୍ଣ୍ଣ ସହିତ ୪ ପଦକ ମିଳିଛି। ପୁରୁଷ ୬୭ କେଜି ଭାରୋତ୍ତୋଳନରେ ଓଡ଼ିଶାର କୁଲଦୀପ ସାହୁ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ମୋଟ ୨୩୮ କେଜି ଭାରୋତ୍ତୋଳନ କରିଛନ୍ତି। ଭାରୋତ୍ତୋଳନର ୫୫ କେଜି ମହିଳା ବିଭାଗରେ ମୋତି ଜାନି ବ୍ରୋଞ୍ଜ ପଦକ ପାଇଛନ୍ତି। ସେ ମୋଟ ୧୫୮ କେଜି ଭାର ଉଠାଇ ଏହି ସଫଳତା ପାଇଛନ୍ତି। ସନ୍ତରଣର ୨୧ ବର୍ଷରୁ କମ୍‌ ବାଳିକା ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ପ୍ରତ୍ୟାଶା ରାୟ ରୌପ୍ୟ ପଦକ ହାସଲ କରିଛନ୍ତି। ୧:୦୯.୩୮ ସେକେଣ୍ଡ ସମୟ ନେଇ ପ୍ରତ୍ୟାଶା ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଖୋଖୋ ଦଳଗତ ଇଭେଣ୍ଟରୁ ଓଡ଼ିଶାକୁ ୪ର୍ଥ ପଦକ ମିଳିଛି। ଓଡ଼ିଶା ବାଳିକା ଦଳ ସେମିଫାଇନାଲରେ କର୍ନାଟକ ନିକଟରୁ ୫-୬ ପଏଣ୍ଟରେ ହାରି ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛି।

Share