ଖର୍ଚ୍ଚ ହୋଇପାରୁନାହିଁ ବିଜୁ କେବିକେ ଅର୍ଥ : ବିଧାୟକ ପାଣ୍ଠିରୁ ଖର୍ଚ୍ଚ ହୋଇଛି ମାତ୍ର ୬୫ ପ୍ରତିଶତ

ଭୁବନେଶ୍ୱର,୨୨ା୭(ବ୍ୟୁରୋ) : ରାଜ୍ୟର ପଛୁଆ ଜିଲାଗୁଡ଼ିକର ବିକାଶ ପାଇଁ ଅନେକ ଯୋଜନା ହୋଇଛି। ଏଥିପାଇଁ ପ୍ରତି ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ ଅନୁଦାନ ବ୍ୟବସ୍ଥା ମଧ୍ୟ ରହୁଛି। ହେଲେ ଆଶ୍ଚର୍ଯ୍ୟର ବିଷୟ, କୌଣସି ବର୍ଷରେ ଅନୁଦାନ ଅର୍ଥ ସମ୍ପୂର୍ଣ୍ଣ ଖର୍ଚ୍ଚ ହୋଇପାରୁନାହିଁ। ଅବିଭକ୍ତ କୋରାପୁଟ, ବଲାଙ୍ଗୀର, କଳାହାଣ୍ଡିର ଉନ୍ନତି ପାଇଁ କରାଯାଇଥିବା ବିଜୁ କେବିକେ ଯୋଜନା ଅର୍ଥ ଶତପ୍ରତିଶତ ଖର୍ଚ୍ଚ ହୋଇପାରୁନାହିଁ ବୋଲି ଖୋଦ୍‌ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି।
ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା ଗତ ୧୮ ତାରିଖରେ କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜାଙ୍କ ଅଣତାରକା ପ୍ରଶ୍ନ ନଂ.୧୧୦୯ର ଉତ୍ତରରେ ଏ ନେଇ ତଥ୍ୟ ପ୍ରଦାନ କରିଛନ୍ତି। ୨୦୧୪-୧୫ରୁ ୨୦୧୮-୧୯ ଆର୍ଥିକ ବର୍ଷ ଯାଏ ସରକାର ମୋଟ ୬୦,୦୦୦ ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି। ସମାନ ସମୟରେ ତନ୍ମଧ୍ୟରୁ ୩୫,୪୬୫.୯୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଅବଶିଷ୍ଟ ୨୪,୫୩୪.୦୩ ଲକ୍ଷ ଖର୍ଚ୍ଚ ନ ହୋଇ ବଳକା ରହିଛି। ସେଥିମଧ୍ୟରୁ ବଲାଙ୍ଗୀର ଜିଲାରେ ୪୨୪୦.୯୮ ଲକ୍ଷ ଟଙ୍କା, କଳାହାଣ୍ଡିରେ ୪୦୫୯.୦୧ ଲକ୍ଷ, ରାୟଗଡ଼ାରେ ୩୬୯୮.୭୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ନ ଥିବା ଜଣାପଡିଛି। ଅନୁରୂପ ଭାବେ କୋରାପୁଟରେ ୩୨୬୯ ଲକ୍ଷ, ସୁବର୍ଣ୍ଣପୁରରେ ୨୮୨୯.୯୩ ଲକ୍ଷ, ନୂଆପଡ଼ାରେ ୨୨୮୮.୪୧ ଲକ୍ଷ ଏବଂ ନବରଙ୍ଗପୁର ଜିଲାରେ ୨୨୨୨.୬୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇନାହିଁ। ଏହି ସମୟରେ କୋରାପୁଟ ଓ ବଲାଙ୍ଗୀର ଜିଲାକୁ ସର୍ବାଧିକ ୧୦,୫୦୦ ଲକ୍ଷ ଟଙ୍କାର ଅନୁଦାନ ମିଳିଛି। ସେହିପରି ମାଲକାନଗିରିକୁ ୫୨୫୦ ଲକ୍ଷ, ନବରଙ୍ଗପୁରକୁ ୭୫୦୦ ଲକ୍ଷ, ରାୟଗଡ଼ାକୁ ୮,୨୫୦ ଲକ୍ଷ, ସୁବର୍ଣ୍ଣପୁରକୁ ୪,୫୦୦ ଲକ୍ଷ, କଳାହାଣ୍ଡିକୁ ୯,୭୫୦ ଲକ୍ଷ ଏବଂ ନୂଆପଡ଼ାକୁ ୩,୭୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା।
ସେହିପରି ବିଧାୟକ ପାଣ୍ଠି ଯୋଜନା ଅଧୀନରେ ୨୦୧୪-୧୫ ଆର୍ଥିକ ବର୍ଷରୁ ୨୦୧୮-୧୯ ମଧ୍ୟରେ ରାଜ୍ୟର ୩୦ଟି ଜିଲାକୁ ୭୩,୫୦୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ହେଲେ ତନ୍ମଧ୍ୟରୁ ୪୮,୩୬୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଯାହାକି ମଞ୍ଜୁର ଅର୍ଥର ୬୫ ପ୍ରତିଶତ। ୨୫,୧୩୮ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ବାକି ରହିଛି। ରାଜଧାନୀ ଭୁବନେଶ୍ୱର ଆସୁଥିବା ଖୋର୍ଦ୍ଧା ଜିଲାରେ ସର୍ବାଧିକ ୨୪୬୩.୫୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ବାକି ରହିଛି। ହେଲେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲାରେ ସର୍ବନିମ୍ନ ୮୧.୫୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ବାକି ରହିଛି। ବିଜୁ କେବିକେ ଯୋଜନାରେ ବ୍ଲକ ପିଛା ୧.୫ କୋଟି ହିସାବରେ ୮ କେବିକେ ଜିଲାକୁ ବାର୍ଷିକ ୧୨୦ କୋଟି ଏବଂ ବିଧାୟକ ପାଣ୍ଠି ବାବଦକୁ ପ୍ରତି ନିର୍ବାଚନ ମଣ୍ଡଳୀକୁ ବାର୍ଷିକ ଏକ କୋଟି ଟଙ୍କା ଅନୁଦାନ ଦିଆଯାଇଥାଏ ବୋଲି ମନ୍ତ୍ରୀ ପଦ୍ମନାଭ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri