ଗତ ୫ ବର୍ଷରେ ଖଣି ରାଜସ୍ବ ଆଦାୟ : ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇପାରିଲା ନାହିଁ

ଭୁବନେଶ୍ୱର,୨୨ା୭(ବ୍ୟୁରୋ) : ୨୦୧୮-୧୯ ଆର୍ଥିକ ବର୍ଷରେ ଖଣି ରାଜସ୍ବ ଆଦାୟ ବାବଦକୁ ଧାର୍ଯ୍ୟ ଲକ୍ଷ୍ୟ ବୃଦ୍ଧି ପାଇଛି। ସରକାର ୨୦୧୮-୧୯ ବର୍ଷରେ ୭୧୦୦ କୋଟି ଟଙ୍କାର ଖଣି ରାଜସ୍ବ ଆଦାୟ ଲାଗି ଲକ୍ଷ୍ୟ ରଖିଥିବା ବେଳେ ଏହା ବୃଦ୍ଧି ପାଇ ୧୦୪୭୯.୧୮ କୋଟି ଟଙ୍କା ଆଦାୟ ହୋଇଛି। ମାତ୍ର ୨୦୧୪-୧୫ରୁ ୨୦୧୭-୧୮ ଆର୍ଥିକ ବର୍ଷ ମଧ୍ୟରେ ଯେତିକି ଖଣି ରାଜସ୍ବ ଆଦାୟ କରିବାକୁ ସରକାର ଲକ୍ଷ୍ୟ ରଖିଥିଲେ ସେହି ସଂଖ୍ୟା ଛୁଇଁପାରିଲେ ନାହିଁ।
ରାଜ୍ୟ ସରକାରଙ୍କ ବାର୍ଷିକ ରିପୋର୍ଟ ଅନୁଯାୟୀ,୨୦୧୪-୧୫ ଆର୍ଥିକ ବର୍ଷରେ ୬୩୪୬.୯୮ କୋଟି ଟଙ୍କା ରାଜସ୍ବ ଆଦାୟ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ମାତ୍ର ଲକ୍ଷ୍ୟ ଧାର୍ଯ୍ୟରୁ ୧୦୩୬.୮୯ କୋଟି ଟଙ୍କା ହ୍ରାସ ପାଇ ସେହି ଆର୍ଥିକ ବର୍ଷରେ ସରକାର ୫୩୧୦.୦୯ କୋଟି ଟଙ୍କା ଆଦାୟ ହେଲା। ୨୦୧୫-୧୬ ଆର୍ଥିକ ବର୍ଷରେ ସରକାର ୬୬୨୬ କୋଟି ଟଙ୍କା ଆଦାୟ ପାଇଁ ଲକ୍ଷ୍ୟ ରଖିଥିଲେ। ହେଲେ ଏହି ଆର୍ଥିକ ବର୍ଷରେ ମଧ୍ୟ ସରକାର ଧାର୍ଯ୍ୟ ଲକ୍ଷ୍ୟରୁ ୬୨୮.୨୧ କୋଟି ଟଙ୍କା କମ୍‌ ରାଜସ୍ବ ଆଦାୟ କଲେ। ସରକାର ସେହି ବର୍ଷ ୫୯୯୭.୭୯ କୋଟି ଟଙ୍କା ରାଜସ୍ବ ଆଦାୟ କରିବାରେ ସକ୍ଷମ ହେଲେ। ୨୦୧୬-୧୭ ଆର୍ଥିକ ବର୍ଷରେ ସରକାର ୭୦୦୦ କୋଟି ଟଙ୍କା ରାଜସ୍ବ ଆଦାୟ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ବେଳେ ଏଥିରୁ ୨ ହଜାର କୋଟି ଟଙ୍କାରୁ କମ୍‌ ଆଦାୟ କରିଥିଲେ। ସରକାର ସେହି ବର୍ଷ ୪୯.୨୫.୬୬ କୋଟି ଟଙ୍କାର ରାଜସ୍ବ ଆଦାୟ କରିବାରେ ସକ୍ଷମ ହୋଇଥିଲେ। ସେହିପରି ୨୦୧୭-୧୮ରେ ମଧ୍ୟ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାରେ ସରକାର ଫେଲ୍‌ ମାରିଲେ। ୬୬୩୦ କୋଟି ଧାର୍ଯ୍ୟ ଲକ୍ଷ୍ୟରୁ ୪୯୯.୦୩ କୋଟି ଟଙ୍କା କମିଯାଇ ସରକାର ୬୧୩୦.୯୭ କୋଟି ଟଙ୍କା ଆଦାୟ କଲେ। ହେଲେ ୨୦୧୮-୧୯ ଆର୍ଥିକ ବର୍ଷରେ ବେଆଇନ ଖଣି ଉତ୍ତୋଳନକାରୀଙ୍କ ଠାରୁ ଜରିମାନା ଆଦାୟ କରାଯିବାରୁ ଧାର୍ଯ୍ୟ ହୋଇଥିବା ରାଜସ୍ବ ଲକ୍ଷ୍ୟ ବୃଦ୍ଧି ପାଇଥିବା ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ୨୦୧୪ରୁ ୨୦୧୯ ମଧ୍ୟରେ ଅର୍ଥାତ୍‌ ୪ ବର୍ଷରେ ସରକାର ଖଣି ରାଜସ୍ବ ବାବଦକୁ ଧାର୍ଯ୍ୟ କରିଥିବା ଲକ୍ଷ୍ୟରୁ ୪୪୩୮.୪୭ କୋଟି ଟଙ୍କା କମ୍‌ ରାଜସ୍ବ ଆଦାୟ କରିଛନ୍ତି। ସେଥିରୁ ୩୩୭୯.୧୮ କୋଟି ଟଙ୍କା ୨୦୧୮-୧୯ ଆର୍ଥିକ ବର୍ଷରେ ଅଧିକ ଆଦାୟ କରି ଭରଣ କରିଛନ୍ତି। ତଥାପି ଗତ ୫ ବର୍ଷରେ ସରକାର ଖଣି ରାଜସ୍ବ ଆଦାୟ ବାବଦକୁ ଲକ୍ଷ୍ୟ ରଖିଥିବା ଅର୍ଥରୁ ୧୦୫୯.୨୯ କୋଟି ଟଙ୍କା କମ୍‌ ଆଦାୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?